ସ୍ୱାସ୍ଥ୍ୟସେବାକୁ ମିଳିବ ଆହୁରି ବଳ, ସରକାରୀ ମେଡିକାଲ୍ କଲେଜ ସଂଖ୍ୟା ୧୨କୁ ବୃଦ୍ଧି
ଭୁବନେଶ୍ୱର: ‘ପ୍ରତିଟି ଜୀବନ ମୂଲ୍ୟବାନ’ ନୀତିରେ ରାଜ୍ୟର ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରୁଛନ୍ତି ରାଜ୍ୟ ସରକାର। ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଓ ହସ୍ପିଟାଲ ରାଜ୍ୟବାସୀଙ୍କୁ ଭେଟି ଦେଉଛନ୍ତି। ଏହି କ୍ରମରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ୧୨ରେ ପହଞ୍ଚିବାକୁ ଯାଉଛି। ପୂର୍ବରୁ ରାଜ୍ୟରେ ୧୧ଟି ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲ ସରକାରଙ୍କ ଏହି ମହତ୍ ଯୋଜନାରେ ଯୋଡ଼ି ହେବ। ଏହି […]
ଭୁବନେଶ୍ୱର: ‘ପ୍ରତିଟି ଜୀବନ ମୂଲ୍ୟବାନ’ ନୀତିରେ ରାଜ୍ୟର ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରୁଛନ୍ତି ରାଜ୍ୟ ସରକାର। ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଓ ହସ୍ପିଟାଲ ରାଜ୍ୟବାସୀଙ୍କୁ ଭେଟି ଦେଉଛନ୍ତି। ଏହି କ୍ରମରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ୧୨ରେ ପହଞ୍ଚିବାକୁ ଯାଉଛି। ପୂର୍ବରୁ ରାଜ୍ୟରେ ୧୧ଟି ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲ ସରକାରଙ୍କ ଏହି ମହତ୍ ଯୋଜନାରେ ଯୋଡ଼ି ହେବ। ଏହି ୧୨ଟି ମେଡିକାଲ କଲେଜ ଓ ହସ୍ପିଟାଲରୁ ପ୍ରତିବର୍ଷ ୧୬୫୦ ଏମ୍ବିବିଏସ୍ ଡାକ୍ତର ବାହାରିବେ ବୋଲି ଜଣାପଡ଼ିଛି। ଏହା ରାଜ୍ୟର ସ୍ବାସ୍ଥ୍ୟସେବାକୁ ଅଧିକ ବଳ ଦେବ ବୋଲି କୁହାଯାଉଛି।
ଅପରପକ୍ଷେ, ଯାଜପୁର ମେଡିକାଲ କଲେଜ ଏବଂ ଡାକ୍ତରଖାନାର ନାମ ଯଯାତିକେଶରୀଙ୍କ ନାମରେ ପରିଚିତ ହେବ। ଉପରୋକ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅନୁମୋଦନ କରିଛନ୍ତି। ନିକଟରେ ‘୫-ଟି’ ସଚିବଙ୍କ ଗସ୍ତ ସମୟରେ ଯାଜପୁରବାସୀ ମେଡିକାଲ କଲେଜକୁ ଯଯାତି କେଶରୀଙ୍କ ନାମରେ ନାମିତ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଆଜି ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୪ ମସିହାରୁ ଯାଜପୁର ମେଡିକାଲ କଲେଜ ଏବଂ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ମୋଟ ୪୬ ଏକର ଜାଗାରେ ୫୨୬ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ଏହି ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣ ହେଉଛି। ଆସନ୍ତା ଶିକ୍ଷାବର୍ଷ ଅର୍ଥାତ୍ ୨୦୨୪-୨୫ଠାରୁ ୧୦୦ଏମ୍ବିବିଏସ୍ ସିଟ୍ରେ ନାମଲେଖା ପାଇଁ ଅନୁମତି ପ୍ରଦାନ କରିବାକୁ ରାଜ୍ୟ ସରକାର ନ୍ୟାସନାଲ ମେଡିକାଲ କମିସନଙ୍କ ନିକଟରେ ଏଲଓପି ବା ଲେଟର ଅଫ ପରମିସନ୍ ପାଇଁ ଆବେଦନ କରିବା ପାଇଁ ପ୍ରସ୍ତୁତିରେ ଅଛନ୍ତି।
ସୂଚନାଯୋଗ୍ୟ ଯେ ଓଡ଼ିଶାର ପ୍ରସିଦ୍ଧ ସୋମବଂଶୀ ଶାସକ ଯଯାତି କେଶରୀ ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।
ଐତିହ୍ୟ ଲିଙ୍ଗରାଜ ମନ୍ଦିରର ସେ ପ୍ରତିଷ୍ଠାତା। ରାଜ୍ୟରେ ବହୁ ପ୍ରସିଦ୍ଧ ମନ୍ଦିର ସହ ସେ ଅଭିନବ ଯାଜନଗର, ଯାହାକୁ ଆଧୁନିକ ଯାଜପୁର କୁହାଯାଏ, ତାହାକୁ ମଧ୍ୟ ଯଯାତି କେଶରୀ ପ୍ରତିଷ୍ଠା କରିଥିଲେ। ଏହା ସେତେବେଳର ସୋମବଂଶର ରାଜଧାନୀ ଥିଲା। ଅତଏବ ଯାଜପୁର ମେଡିକାଲ କଲେଜଙ୍କୁ ଯଯାତି କେଶରୀଙ୍କ ପରି ଐତିହାସିକ ବ୍ୟକ୍ତିତ୍ୱଙ୍କ ନାମରେ ନାମରେ ନାମିତ କରିବା ତାଙ୍କ ପ୍ରତି ଏକ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।