ଚକ ଜମି ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ଓଡିଶା ଚକବନ୍ଦୀର ୩୪ ଓ ୩୫ ଧାରା ଉଚ୍ଛେଦ

The Sakala Picture
Published On

ଭୁବନେଶ୍ବର : ଏଣିକି ଚକବନ୍ଦୀ ଜମି ବିକ୍ରୀ କରିହେବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଚକ ଜମିକୁ ବିକ୍ରୟ ବା ବିଭାଜନ କରିପାରିବେ ଜମି ମାଲିକ।  ପୂର୍ବରୁ ରହିଥିବା ଚକ ଜମି ବିଭାଜନ ଅବୈଧ ନିୟମ ରଦ୍ଦ କରାଯାଇଛି। ପୂର୍ବରୁ ଚକ ଜମିକୁ ବିଭାଜିତ କରି ବିକ୍ରି କଲେ ତାହା ଅବୈଧ ହେଉଥିଲା। ଓଡିଶା ଚକବନ୍ଦୀ ଓ […]

ଭୁବନେଶ୍ବର : ଏଣିକି ଚକବନ୍ଦୀ ଜମି ବିକ୍ରୀ କରିହେବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଚକ ଜମିକୁ ବିକ୍ରୟ ବା ବିଭାଜନ କରିପାରିବେ ଜମି ମାଲିକ। 

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳାକୁ ବିଜେଡି ସାଂସଦଙ୍କ ତୀବ୍ର ନିନ୍ଦା

ପୂର୍ବରୁ ରହିଥିବା ଚକ ଜମି ବିଭାଜନ ଅବୈଧ ନିୟମ ରଦ୍ଦ କରାଯାଇଛି। ପୂର୍ବରୁ ଚକ ଜମିକୁ ବିଭାଜିତ କରି ବିକ୍ରି କଲେ ତାହା ଅବୈଧ ହେଉଥିଲା। ଓଡିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ ୧୯୭୨ ର ଧାରା ୩୪ ଅନୁଯାୟୀ କୌଣସି ଚକଭୁକ୍ତ ଜମିର ବିଭକ୍ତିକରଣ ଅଥବା ବିଭାଜନ ନିଷେଧ ରହିଥିଲା। ଧାରା ୩୫ ଅନୁଯାୟୀ ଯଦି ଧାରା ୩୪ କୁ ଉଲଙ୍ଘନ କରି କୌଣସି ଜମି ବିକ୍ରୀ କିମ୍ବା ବିଭାଜିତ ହୋଇଥିଲେ, ତାହା ଅବୈଧ ବିବେଚିତ ହେବା ସହ ଉଲଙ୍ଘନକାରୀଙ୍କୁ ଜମିରୁ ଉଚ୍ଛେଦ କରାଯାଉଥିଲା।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: 'ମହାପ୍ରସାଦ' ଓ 'ନୀଳଚକ୍ର' ସମେତ ୫ଟି ପବିତ୍ର ନାମକୁ ମିଳିଲା ଟ୍ରେଡମାର୍କ ଅନୁମୋଦନ

ଆହୁରି ପଢ଼ନ୍ତୁ: ଜମିବାଡ଼ି ବିବାଦର କରୁଣ ପରିଣତି: ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା, ୨ ଗିରଫ

ତେବେ ଆଜିର କ୍ୟାବିନେଟ ବୈଠକରେ ଏହି ଆଇନରେ ସଂଶୋଧନ ପରେ ଏଣିକି ଜମି ମାଲିକମାନେ ସେମାନଙ୍କର ଚକ ଜମି ବିକ୍ରୟ / ବିଭାଜନ କରିପାରିବେ ଏବଂ ଜମି ପଟ୍ଟାଗୁଡିକର ସଂଶୋଧନ ହୋଇପାରିବ। ଏହା ଦ୍ବାରା ରେଜିଷ୍ଟ୍ରୀ ଶୁଳ୍କ ଓ ଅନ୍ୟାନ୍ୟ ରାଜସ୍ବ ଶୁଳ୍କର ଆଦାୟ ମଧ୍ୟ ବୃଦ୍ଧି ପାଇବ।

29 May 2023 By The Sakala

ଚକ ଜମି ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ଓଡିଶା ଚକବନ୍ଦୀର ୩୪ ଓ ୩୫ ଧାରା ଉଚ୍ଛେଦ

ଭୁବନେଶ୍ବର : ଏଣିକି ଚକବନ୍ଦୀ ଜମି ବିକ୍ରୀ କରିହେବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଚକ ଜମିକୁ ବିକ୍ରୟ ବା ବିଭାଜନ କରିପାରିବେ ଜମି ମାଲିକ। 

ପୂର୍ବରୁ ରହିଥିବା ଚକ ଜମି ବିଭାଜନ ଅବୈଧ ନିୟମ ରଦ୍ଦ କରାଯାଇଛି। ପୂର୍ବରୁ ଚକ ଜମିକୁ ବିଭାଜିତ କରି ବିକ୍ରି କଲେ ତାହା ଅବୈଧ ହେଉଥିଲା। ଓଡିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ ୧୯୭୨ ର ଧାରା ୩୪ ଅନୁଯାୟୀ କୌଣସି ଚକଭୁକ୍ତ ଜମିର ବିଭକ୍ତିକରଣ ଅଥବା ବିଭାଜନ ନିଷେଧ ରହିଥିଲା। ଧାରା ୩୫ ଅନୁଯାୟୀ ଯଦି ଧାରା ୩୪ କୁ ଉଲଙ୍ଘନ କରି କୌଣସି ଜମି ବିକ୍ରୀ କିମ୍ବା ବିଭାଜିତ ହୋଇଥିଲେ, ତାହା ଅବୈଧ ବିବେଚିତ ହେବା ସହ ଉଲଙ୍ଘନକାରୀଙ୍କୁ ଜମିରୁ ଉଚ୍ଛେଦ କରାଯାଉଥିଲା।

ତେବେ ଆଜିର କ୍ୟାବିନେଟ ବୈଠକରେ ଏହି ଆଇନରେ ସଂଶୋଧନ ପରେ ଏଣିକି ଜମି ମାଲିକମାନେ ସେମାନଙ୍କର ଚକ ଜମି ବିକ୍ରୟ / ବିଭାଜନ କରିପାରିବେ ଏବଂ ଜମି ପଟ୍ଟାଗୁଡିକର ସଂଶୋଧନ ହୋଇପାରିବ। ଏହା ଦ୍ବାରା ରେଜିଷ୍ଟ୍ରୀ ଶୁଳ୍କ ଓ ଅନ୍ୟାନ୍ୟ ରାଜସ୍ବ ଶୁଳ୍କର ଆଦାୟ ମଧ୍ୟ ବୃଦ୍ଧି ପାଇବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର