ଭ୍ୟାକ୍ସିନ ନେବା ପରେ ବି ହେଉଛି କି କରୋନା ! ଆସନ୍ତୁ ଜାଣିବା ଏହା ଉପରେ କ’ଣ କହିଲେ ଆଇଏଲଏସ୍ ନିର୍ଦ୍ଦେଶକ

The Sakala Picture
Published On

ଭ୍ୟାକ୍ସିନ ନେବା ପରେ କାହିଁକି ଲୋକମାନେ ସଂକ୍ରମିତ ହେଉଛନ୍ତି ସେ ନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ଯେ, ଏହା ଉପରେ ଆନାଲିସିସ୍ କରିବା ପାଇଁ ଟେକନିକାଲ କମିଟି ଗଠନ କରାଯାଇଛି । ଆଜି ଏହି କମିଟିର ପ୍ରଥମ ବୈଠକ ବସିବାକୁ ଯାଉଛି । ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା ଚାଲିଛି । ଦରକାର ପଡିଲେ ଅନ୍ୟ ଏକ୍ସପର୍ଟ କମିଟିର ସହାୟତା ନେବୁ । ତେବେ ଆଇସିଏମଆର […]

ଭ୍ୟାକ୍ସିନ ନେବା ପରେ କାହିଁକି ଲୋକମାନେ ସଂକ୍ରମିତ ହେଉଛନ୍ତି ସେ ନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ଯେ, ଏହା ଉପରେ ଆନାଲିସିସ୍ କରିବା ପାଇଁ ଟେକନିକାଲ କମିଟି ଗଠନ କରାଯାଇଛି । ଆଜି ଏହି କମିଟିର ପ୍ରଥମ ବୈଠକ ବସିବାକୁ ଯାଉଛି । ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା ଚାଲିଛି । ଦରକାର ପଡିଲେ ଅନ୍ୟ ଏକ୍ସପର୍ଟ କମିଟିର ସହାୟତା ନେବୁ । ତେବେ ଆଇସିଏମଆର ଡାଟା ଅନୁଯାୟୀ ଦେଶରେ ୦.୦୪ ପ୍ରତିଶତ ପ୍ରଥମ ଡୋଜ ୦.୦୩ ପ୍ରତିଶତ ସେକେଣ୍ଡ ଡୋଜ ନେଇ ସଂକ୍ରମିତ ହେଉଛନ୍ତି । ମାତ୍ର ଆଶ୍ଵସ୍ତିର ବିଷୟ ଏହା ଯେ, ଭ୍ୟାକ୍ସିନେସନ ପରେ ପ୍ରାୟ ୭୫ ଭାଗ ଲୋକଙ୍କୁ ମେଡ଼ିକାଲ ଯିବାକୁ ପଡୁନି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଆଇଏଲଏସ୍ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ସମଗ୍ର ଦେଶରେ ୬ଟି କେସରେ ଡେଲ୍ଟା ପ୍ଲସ ଭାଇରସ୍ ଡିଟେକ୍ଟ ହୋଇଛି । ଏଥି ମଧ୍ୟରୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଦୁଇଟି ରହିଥିବା ଜଣା ପଡିଛି । ଲକଡ଼ାଉନ କୋହଳ ହେବା ପରେ ଲୋକମାନେ କଟକଣା ମାନୁ ନାହାନ୍ତି । ଯେଉଁଥିପାଇଁ ସଂକ୍ରମଣ ବଢିବାର ଚାନ୍ସ ରହୁଛି । ତେଣୁ ସମସ୍ତେ ସରକାରଙ୍କ ଗାଇଡଲାଇନକୁ ସଠିକ ଭାବେ ଅନୁପାଳନ କରନ୍ତୁ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର