ଇଗ୍ନୋରେ ନାମଲେଖା ଅବଧି ଅଗଷ୍ଟ ୧୪ ଯାଏ ବୃଦ୍ଧି

The Sakala Picture
Published On

ଭୁବନେଶ୍ବର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ଜୁଲାଇ ସତ୍ର ନାମଲେଖା ଅବଧି ବୃଦ୍ଧି ପାଇଛି। ଆସନ୍ତା ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ଏହି ସମୟ ମଧ୍ୟରେ ନୂତନ ପଞ୍ଜୀକରଣ ମଧ୍ୟ କରିପାରିବେ। ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଉଚ୍ଚଶିକ୍ଷାରୁ ବଞ୍ଚିତ ବ୍ୟକ୍ତି ନାମ ଲେଖାଇ ପାରିବେ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ନାହିଁ। ସ୍ନାତକ, ସ୍ନାତକୋତ୍ତର, ପିଜି ଡିପ୍ଲୋମା, ସାର୍ଟିଫିକେଟ୍ କୋର୍ସରେ ନାମ ଲେଖାଇ ପାରିବେ। ସ୍ନାତକରେ […]

ଭୁବନେଶ୍ବର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ଜୁଲାଇ ସତ୍ର ନାମଲେଖା ଅବଧି ବୃଦ୍ଧି ପାଇଛି। ଆସନ୍ତା ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ଏହି ସମୟ ମଧ୍ୟରେ ନୂତନ ପଞ୍ଜୀକରଣ ମଧ୍ୟ କରିପାରିବେ। ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଉଚ୍ଚଶିକ୍ଷାରୁ ବଞ୍ଚିତ ବ୍ୟକ୍ତି ନାମ ଲେଖାଇ ପାରିବେ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ନାହିଁ। ସ୍ନାତକ, ସ୍ନାତକୋତ୍ତର, ପିଜି ଡିପ୍ଲୋମା, ସାର୍ଟିଫିକେଟ୍ କୋର୍ସରେ ନାମ ଲେଖାଇ ପାରିବେ। ସ୍ନାତକରେ ନାମ ଲେଖାଇବାକୁ ଚାହୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ନାମଲେଖା ଓ ଓ ପୁନଃ ପଞ୍ଜୀକରଣ ଦେୟ ଛାଡ଼ କରାଯାଇଛି। ଛାତ୍ରଛାତ୍ରୀମାନେ ଅନ୍ୟ କୌଣସି ସୂତ୍ରରୁ ରିହାତି ପାଉଥିଲେ ଏହି ରିହାତି ସେମାନେ ପାଇବେ ନାହିଁ। ଏନେଇ ସମସ୍ତ ସୂଚନା ପାଇବା ପାଇଁ ୦୬୭୪-୨୯୭୧୦୭୧ କିମ୍ବା ୦୬୭୪-୨୩୦୧୩୪୮ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

03 Aug 2024 By The Sakala

ଇଗ୍ନୋରେ ନାମଲେଖା ଅବଧି ଅଗଷ୍ଟ ୧୪ ଯାଏ ବୃଦ୍ଧି

ଭୁବନେଶ୍ବର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ଜୁଲାଇ ସତ୍ର ନାମଲେଖା ଅବଧି ବୃଦ୍ଧି ପାଇଛି। ଆସନ୍ତା ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ଏହି ସମୟ ମଧ୍ୟରେ ନୂତନ ପଞ୍ଜୀକରଣ ମଧ୍ୟ କରିପାରିବେ। ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଉଚ୍ଚଶିକ୍ଷାରୁ ବଞ୍ଚିତ ବ୍ୟକ୍ତି ନାମ ଲେଖାଇ ପାରିବେ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସସୀମା ନାହିଁ। ସ୍ନାତକ, ସ୍ନାତକୋତ୍ତର, ପିଜି ଡିପ୍ଲୋମା, ସାର୍ଟିଫିକେଟ୍ କୋର୍ସରେ ନାମ ଲେଖାଇ ପାରିବେ। ସ୍ନାତକରେ ନାମ ଲେଖାଇବାକୁ ଚାହୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ନାମଲେଖା ଓ ଓ ପୁନଃ ପଞ୍ଜୀକରଣ ଦେୟ ଛାଡ଼ କରାଯାଇଛି। ଛାତ୍ରଛାତ୍ରୀମାନେ ଅନ୍ୟ କୌଣସି ସୂତ୍ରରୁ ରିହାତି ପାଉଥିଲେ ଏହି ରିହାତି ସେମାନେ ପାଇବେ ନାହିଁ। ଏନେଇ ସମସ୍ତ ସୂଚନା ପାଇବା ପାଇଁ ୦୬୭୪-୨୯୭୧୦୭୧ କିମ୍ବା ୦୬୭୪-୨୩୦୧୩୪୮ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର