ନିଷ୍ପତ୍ତି ବଦଳାଇଲେ ସୁରେଶ ରାଉତରାୟ : ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଆଉ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବି ନାହିଁ

The Sakala Picture
Published On

ଭୁବନେଶ୍ବର : ନିଜ ନିଷ୍ପତ୍ତି ବଦଳାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଗତକାଲି ସେ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବେ ବୋଲି କହିଥିଲେ। ସେତିକି ନୁହେଁ, ଦ୍ରୌପଦୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରିବା ପାଇଁ ସୋନିଆ ଗାନ୍ଧୀଙ୍କ ପାଖରେ ପ୍ରସ୍ତାବ ରଖିବେ ବୋଲି ମଧ୍ୟ କହିଥିଲେ। ଯାହାକୁ ନେଇ ଗତକାଲି ରାଜ୍ୟ କଂଗ୍ରେସରେ ଦୁଇଫାଳ ହୋଇଯାଇଥିଲା। କାରଣ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କଠୁ ଆରମ୍ଭ […]

ଭୁବନେଶ୍ବର : ନିଜ ନିଷ୍ପତ୍ତି ବଦଳାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଗତକାଲି ସେ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବେ ବୋଲି କହିଥିଲେ। ସେତିକି ନୁହେଁ, ଦ୍ରୌପଦୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରିବା ପାଇଁ ସୋନିଆ ଗାନ୍ଧୀଙ୍କ ପାଖରେ ପ୍ରସ୍ତାବ ରଖିବେ ବୋଲି ମଧ୍ୟ କହିଥିଲେ। ଯାହାକୁ ନେଇ ଗତକାଲି ରାଜ୍ୟ କଂଗ୍ରେସରେ ଦୁଇଫାଳ ହୋଇଯାଇଥିଲା। କାରଣ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କଠୁ ଆରମ୍ଭ କରି ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ। କଂଗ୍ରେସ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବ ବୋଲି କହିଥିଲେ। ହେଲେ ଗତକାଲି ସୁରଙ୍କ ବୟାନ ପରେ ଦ୍ବନ୍ଦ ଦେଖାଦେଇଥିଲା।

ଆହୁରି ପଢ଼ନ୍ତୁ: ପୁରୀ ବ୍ରିକ୍ସ ସମ୍ମିଳନୀକୁ ପ୍ରଶଂସା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ତେବେ ଗତକାଲିର ବୟାନ ପରେ ଆଜି ନିଜ ନିଷ୍ପତ୍ତି ବଦଳାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସୁର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ଗତକାଲିର ବୟାନ ପରେ ତାଙ୍କ ଉପରେ ଦଳର ଉପରୁ ତଳ ଯାଏଁ ପ୍ରବଳ ଚାପ ପଡିଛି। ତାକୁ ଖାତିର କରିବାକୁ ପଡିବ। ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଆଉ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବି ନାହିଁ। ଯଶୱନ୍ତ ସିହ୍ନାଙ୍କୁ ହିଁ ଭୋଟ ଦେବି। ଦଳର ହୁଇପ ମାନିବାକୁ ହେବ। ପାର୍ଟି ଆଗ। ହେଲେ ମୋ ମନ କହିଲା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଗଲେଣି। ତେଣୁ ତାଙ୍କୁ ଅଭିନନ୍ଦନ ଜଣାଇ ଦେଇଥିଲି ବୋଲି ସୁର କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

26 Jun 2022 By The Sakala

ନିଷ୍ପତ୍ତି ବଦଳାଇଲେ ସୁରେଶ ରାଉତରାୟ : ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଆଉ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବି ନାହିଁ

ଭୁବନେଶ୍ବର : ନିଜ ନିଷ୍ପତ୍ତି ବଦଳାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଗତକାଲି ସେ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବେ ବୋଲି କହିଥିଲେ। ସେତିକି ନୁହେଁ, ଦ୍ରୌପଦୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରିବା ପାଇଁ ସୋନିଆ ଗାନ୍ଧୀଙ୍କ ପାଖରେ ପ୍ରସ୍ତାବ ରଖିବେ ବୋଲି ମଧ୍ୟ କହିଥିଲେ। ଯାହାକୁ ନେଇ ଗତକାଲି ରାଜ୍ୟ କଂଗ୍ରେସରେ ଦୁଇଫାଳ ହୋଇଯାଇଥିଲା। କାରଣ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କଠୁ ଆରମ୍ଭ କରି ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ। କଂଗ୍ରେସ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବ ବୋଲି କହିଥିଲେ। ହେଲେ ଗତକାଲି ସୁରଙ୍କ ବୟାନ ପରେ ଦ୍ବନ୍ଦ ଦେଖାଦେଇଥିଲା।

ତେବେ ଗତକାଲିର ବୟାନ ପରେ ଆଜି ନିଜ ନିଷ୍ପତ୍ତି ବଦଳାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସୁର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ଗତକାଲିର ବୟାନ ପରେ ତାଙ୍କ ଉପରେ ଦଳର ଉପରୁ ତଳ ଯାଏଁ ପ୍ରବଳ ଚାପ ପଡିଛି। ତାକୁ ଖାତିର କରିବାକୁ ପଡିବ। ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଆଉ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବି ନାହିଁ। ଯଶୱନ୍ତ ସିହ୍ନାଙ୍କୁ ହିଁ ଭୋଟ ଦେବି। ଦଳର ହୁଇପ ମାନିବାକୁ ହେବ। ପାର୍ଟି ଆଗ। ହେଲେ ମୋ ମନ କହିଲା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଗଲେଣି। ତେଣୁ ତାଙ୍କୁ ଅଭିନନ୍ଦନ ଜଣାଇ ଦେଇଥିଲି ବୋଲି ସୁର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର