ସ୍ବାମୀ-ସ୍ତ୍ରୀ କଳି : ଦେହରେ ନିଆଁ ଲଗାଇ ଜୀବନ ହାରିଲେ ମହିଳା

The Sakala Picture
Published On

ରାଉରକେଲା,୧୮ା୭(ସମିସ): ସ୍ବାମୀ-ସ୍ତ୍ରୀଙ୍କ ଘରୋଇ କଳିକୁ ନେଇ ଏକ ଅଭାବୀନୟ ଘଟଣା ଘଟିଯାଇଛି ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଅଞ୍ଚଳରେ। ପତ୍ନୀ ଉତ୍ତ୍ୟକ୍ତ ହୋଇ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପାଖରେ ଥିବା ଶିଶୁପୁତ୍ର ମଧ୍ୟ ପୋଡ଼ି ଗୁରୁତର ଆହତ ହୋଇଛି। ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, କେ. ବଲାଙ୍ଗ ଥାନା କୁଡ଼ାପଡ଼ା ଗ୍ରାମର ଅମିତ ଓରଫ ଶିବରାମ ମାହାନ୍ତ […]

ରାଉରକେଲା,୧୮ା୭(ସମିସ): ସ୍ବାମୀ-ସ୍ତ୍ରୀଙ୍କ ଘରୋଇ କଳିକୁ ନେଇ ଏକ ଅଭାବୀନୟ ଘଟଣା ଘଟିଯାଇଛି ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଅଞ୍ଚଳରେ। ପତ୍ନୀ ଉତ୍ତ୍ୟକ୍ତ ହୋଇ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପାଖରେ ଥିବା ଶିଶୁପୁତ୍ର ମଧ୍ୟ ପୋଡ଼ି ଗୁରୁତର ଆହତ ହୋଇଛି। ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, କେ. ବଲାଙ୍ଗ ଥାନା କୁଡ଼ାପଡ଼ା ଗ୍ରାମର ଅମିତ ଓରଫ ଶିବରାମ ମାହାନ୍ତ (୩୩) ବଣାଇଁ କେନ୍ଦ୍ରିକଳା ନିକଟ ଏକ କାରଖାନାରେ ଟ୍ରକ ଡ୍ରାଇଭର ଭାବେ କାମ କରେ। ସେ ପତ୍ନୀ ଅଞ୍ଜନା ମାହାନ୍ତ (୨୫) ଏବଂ ୨ଟି ସନ୍ତାନକୁ ନେଇ ଗାଁରେ ରହୁଥିଲା। ଶନିବାର କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅମିତ ଅଞ୍ଜନାଙ୍କୁ ମାଡ଼ ମାରିଥିଲା।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଅଞ୍ଜନା ଅପରାହ୍ନ ୩ଟାରେ ଘରେ କେହି ନଥିବା ବେଳେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗେଇ ଦେଇଥିଲେ। ନିଜ ଘର ଭିତରେ ଥିବା ସମଗ୍ର ଆସବାସପତ୍ର ସହ ପୋଡ଼ି ଯାଇଥିଲେ। ତାଙ୍କ ୫ ବର୍ଷର ପୁଅ ସେହି ସମୟରେ ଅଞ୍ଜନାଙ୍କୁ ଧରି ପକାଇବାରୁ ସେ ମଧ୍ୟ ପୋଡ଼ି ଯାଇ ରାଉରକେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ବିଶ୍ରା ଥାନା କପରଣ୍ଡା ଗ୍ରାମରୁ ଅଞ୍ଜନାଙ୍କ ଭାଇ ଅରୁଣ ମାହାତୋ କେ. ବଲାଙ୍ଗ ଥାନାରେ ରିପୋର୍ଟ ଦେବା ପରେ ଥାନାଧିକାରୀ ବିକାଶ ସ୍ବାଇଁ ଏହି ଘଟଣାରେ ଯୌତୁକ ନିର୍ଯାତନାଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ରାଉଲକେଲାରୁ ସାଇଣ୍ଟଫିକ୍ ଟିମ୍ ଓ ଲହୁଣୀପଡ଼ା ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଘଟଣାର ଅନୁଧ୍ୟାନ କରି ଶବ ପଞ୍ଚନାମା କରିଥିଲେ। ଲହୁଣୀପଡ଼ା ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପୁଲିସ୍ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ବାମୀ ଅମିତ ଓରଫ ଶିବରାମ ମାହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

19 Jul 2021 By The Sakala

ସ୍ବାମୀ-ସ୍ତ୍ରୀ କଳି : ଦେହରେ ନିଆଁ ଲଗାଇ ଜୀବନ ହାରିଲେ ମହିଳା

ରାଉରକେଲା,୧୮ା୭(ସମିସ): ସ୍ବାମୀ-ସ୍ତ୍ରୀଙ୍କ ଘରୋଇ କଳିକୁ ନେଇ ଏକ ଅଭାବୀନୟ ଘଟଣା ଘଟିଯାଇଛି ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଅଞ୍ଚଳରେ। ପତ୍ନୀ ଉତ୍ତ୍ୟକ୍ତ ହୋଇ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପାଖରେ ଥିବା ଶିଶୁପୁତ୍ର ମଧ୍ୟ ପୋଡ଼ି ଗୁରୁତର ଆହତ ହୋଇଛି। ପୁଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, କେ. ବଲାଙ୍ଗ ଥାନା କୁଡ଼ାପଡ଼ା ଗ୍ରାମର ଅମିତ ଓରଫ ଶିବରାମ ମାହାନ୍ତ (୩୩) ବଣାଇଁ କେନ୍ଦ୍ରିକଳା ନିକଟ ଏକ କାରଖାନାରେ ଟ୍ରକ ଡ୍ରାଇଭର ଭାବେ କାମ କରେ। ସେ ପତ୍ନୀ ଅଞ୍ଜନା ମାହାନ୍ତ (୨୫) ଏବଂ ୨ଟି ସନ୍ତାନକୁ ନେଇ ଗାଁରେ ରହୁଥିଲା। ଶନିବାର କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅମିତ ଅଞ୍ଜନାଙ୍କୁ ମାଡ଼ ମାରିଥିଲା।

ଅଞ୍ଜନା ଅପରାହ୍ନ ୩ଟାରେ ଘରେ କେହି ନଥିବା ବେଳେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗେଇ ଦେଇଥିଲେ। ନିଜ ଘର ଭିତରେ ଥିବା ସମଗ୍ର ଆସବାସପତ୍ର ସହ ପୋଡ଼ି ଯାଇଥିଲେ। ତାଙ୍କ ୫ ବର୍ଷର ପୁଅ ସେହି ସମୟରେ ଅଞ୍ଜନାଙ୍କୁ ଧରି ପକାଇବାରୁ ସେ ମଧ୍ୟ ପୋଡ଼ି ଯାଇ ରାଉରକେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ବିଶ୍ରା ଥାନା କପରଣ୍ଡା ଗ୍ରାମରୁ ଅଞ୍ଜନାଙ୍କ ଭାଇ ଅରୁଣ ମାହାତୋ କେ. ବଲାଙ୍ଗ ଥାନାରେ ରିପୋର୍ଟ ଦେବା ପରେ ଥାନାଧିକାରୀ ବିକାଶ ସ୍ବାଇଁ ଏହି ଘଟଣାରେ ଯୌତୁକ ନିର୍ଯାତନାଜନିତ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ରାଉଲକେଲାରୁ ସାଇଣ୍ଟଫିକ୍ ଟିମ୍ ଓ ଲହୁଣୀପଡ଼ା ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଘଟଣାର ଅନୁଧ୍ୟାନ କରି ଶବ ପଞ୍ଚନାମା କରିଥିଲେ। ଲହୁଣୀପଡ଼ା ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପୁଲିସ୍ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ସ୍ବାମୀ ଅମିତ ଓରଫ ଶିବରାମ ମାହାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର