ସାମାନ୍ୟ କଥା କଟାକଟିକୁ ନେଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ !

Madhusudan Das Picture
Published On

ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ । ସୁନ୍ଦରଗଡ଼ ହେମଗିରି ଥାନା ଖୁଣ୍ଟିପାନି ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ କଥା କଟାକଟିକୁ ନେଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ । ଘଟଣାସ୍ଥଳରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । 

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ଗତକାଲି ପୁଷ୍ପା ଧନୁଆ ପରିବାର ସହିତ ହେମଗିରି ସାପ୍ତାହିକ ହାଟକୁ ଯାଇଥିଲେ ।  ଫେରିବା ବାଟରେ ଉଭୟ ଦମ୍ପତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ମକୁଲ ଧନୁଆ ଧରିଥିବା ଠେଙ୍ଗାରେ ପୁଷ୍ପାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ପୁଷ୍ପା ଅଚେତ ହୋଇପଡ଼ିବାରୁ ଘରେ ନେଇ ଶୁଆଇ ଦେଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ମୃତ ପୁଷ୍ପାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ଘଟଣାସ୍ଥଳପେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି  ।

ଆହୁରି ପଢ଼ନ୍ତୁ: ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ସହ ପୁଲିସର ମାଡ଼ ଅଭିଯୋଗ, ପ୍ରତିବାଦରେ ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ସରପଞ୍ଚ ସଂଘର ଚେତାବନୀ

01 Jan 2026 By Madhusudan Das

ସାମାନ୍ୟ କଥା କଟାକଟିକୁ ନେଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ !

ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ । ସୁନ୍ଦରଗଡ଼ ହେମଗିରି ଥାନା ଖୁଣ୍ଟିପାନି ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ କଥା କଟାକଟିକୁ ନେଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ । ଘଟଣାସ୍ଥଳରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । 

ଗତକାଲି ପୁଷ୍ପା ଧନୁଆ ପରିବାର ସହିତ ହେମଗିରି ସାପ୍ତାହିକ ହାଟକୁ ଯାଇଥିଲେ ।  ଫେରିବା ବାଟରେ ଉଭୟ ଦମ୍ପତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ମକୁଲ ଧନୁଆ ଧରିଥିବା ଠେଙ୍ଗାରେ ପୁଷ୍ପାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ପୁଷ୍ପା ଅଚେତ ହୋଇପଡ଼ିବାରୁ ଘରେ ନେଇ ଶୁଆଇ ଦେଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ମୃତ ପୁଷ୍ପାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ଘଟଣାସ୍ଥଳପେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି  ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର