ହିରୋଇନ୍‍ଙ୍କ ପ୍ରେମରେ ଉବୁଟୁବୁ ସ୍ୱାମୀ

The Sakala Picture
Published On

ଭୁବନେଶ୍ୱର : ହିରୋଇନ୍‍ ପ୍ରେମରେ ଉବୁଟୁବୁ ହୋଇ ପତ୍ନୀକୁ ନିର୍ଯାତନା ଦେଉଥିଲେ ଜିତେନ୍ଦ୍ରୀୟ ପ୍ରଧାନ। ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ ରୋଜାଲିନ ପ୍ରଧାନ(୩୦)। ଏଭଳ ଘଟଣା ଏୟାରପୋର୍ଟ ଥାନା ପୋଖରୀପୁଟରେ ଦେଖିବାକୁ ମିଳିଛି। ରୋଜାଲିନ ଅଭିଯୋଗକୁ ଭିତ୍ତିକରି ପୁଲିସ ତାଙ୍କ ସ୍ୱାମୀଙ୍କୁ ଡାକି ପଚରାଉଚରା କରୁଛି। ସୂଚନାଯୋଗ୍ୟ ଯେ, ଜିତେନ୍ଦ୍ରୀୟ ୭ବର୍ଷ ତଳେ ରୋଜାଲିନଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ଦୁଇବର୍ଷର ଝିଅଟିଏ ରହିଛି। ଜିତେନ୍ଦ୍ରୀୟ ପୋଖରୀପୁଟ ଆଇବିଏମ୍‍ରେ କାର୍ଯ୍ୟ କରନ୍ତି। ଏଥିସହ […]

ଭୁବନେଶ୍ୱର : ହିରୋଇନ୍‍ ପ୍ରେମରେ ଉବୁଟୁବୁ ହୋଇ ପତ୍ନୀକୁ ନିର୍ଯାତନା ଦେଉଥିଲେ ଜିତେନ୍ଦ୍ରୀୟ ପ୍ରଧାନ। ଶେଷରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ ରୋଜାଲିନ ପ୍ରଧାନ(୩୦)। ଏଭଳ ଘଟଣା ଏୟାରପୋର୍ଟ ଥାନା ପୋଖରୀପୁଟରେ ଦେଖିବାକୁ ମିଳିଛି। ରୋଜାଲିନ ଅଭିଯୋଗକୁ ଭିତ୍ତିକରି ପୁଲିସ ତାଙ୍କ ସ୍ୱାମୀଙ୍କୁ ଡାକି ପଚରାଉଚରା କରୁଛି। ସୂଚନାଯୋଗ୍ୟ ଯେ, ଜିତେନ୍ଦ୍ରୀୟ ୭ବର୍ଷ ତଳେ ରୋଜାଲିନଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ଦୁଇବର୍ଷର ଝିଅଟିଏ ରହିଛି। ଜିତେନ୍ଦ୍ରୀୟ ପୋଖରୀପୁଟ ଆଇବିଏମ୍‍ରେ କାର୍ଯ୍ୟ କରନ୍ତି। ଏଥିସହ ଟିଭି ସିରିଏଲ୍‍ରେ କାହାଣୀ ଲେଖକ ମଧ୍ୟ ଅଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

ସେ କାର୍ଯ୍ୟ ସମୟରେ ଜଣେ ଟେଲି ଅଭିନେତ୍ରୀଙ୍କ ପ୍ରେମରେ ସେ ପଡ଼ିଯାଇଛନ୍ତି। ସମ୍ପୃକ୍ତ ଅଭିନେତ୍ରୀ ଏକ ଆଗଧାଡ଼ିର ମନୋରଞ୍ଜନ ଚ୍ୟାନେଲରେ ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି। ସ୍ତ୍ରୀ, ପିଲାଙ୍କ କଥା ଭୁଲି ସମ୍ପୃକ୍ତ ଅଭିନେତ୍ରୀଙ୍କ ସହ ଦିନରାତି ସମୟ କଟାଉଛନ୍ତି। ଯେଉଁଥିପାଇଁ ଗତ ଦୁଇବର୍ଷ ହେବ ପାରିବାରିକ ଅଶାନ୍ତି ଦେଖାଦେଇଛି। ଏମିତିକି ଅଭିନେତ୍ରୀଙ୍କ ଭରତପୁର ସ୍ଥିତ ଘରକୁ ଯାଇ ଜିତେନ୍ଦ୍ରୀୟ ରାତି କଟାଉଛନ୍ତି। ଏହାକୁ ବିରୋଧ କରିବାରୁ ସେ ତାଙ୍କ ସ୍ତ୍ରୀ’ଙ୍କ ମୁହଁରେ ତକିଆ ମାଡ଼ି ମାରିବାକୁ ଉଦ୍ୟମ କରିଥିଲେ। କୌଶଳକ୍ରମେ ରୋଜାଲିନ ଖସିଆସି ଥାନାରେ ଅଭିଯୋଗ କରିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରେମିକା ଘରକୁ ଯାଇଥିବା ଯୁବକଙ୍କୁ ପିଟିପିଟି ଜିଅନ୍ତା ଜାଳିଦେଲେ ପରିବାର ଲୋକେ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର