ରାଜ୍ୟରେ ଉପରମୁହାଁ ପାରଦ; ୩୪ ଡିଗ୍ରୀ ଟପିଲା ଦୁଇ ସ୍ଥାନର ତାପମାତ୍ରା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବଢ଼଼ିବାରେ ଲାଗିଛି। ସୋମବାର ରାଜ୍ୟର ୨ ଟି ସ୍ଥାନରେ ତାପମାତ୍ରା ୩୪ ଡିଗ୍ରୀ ପାର କରିଛି। ୩୪.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ତତଲା ସହର ପାଲଟିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ତାମପାତ୍ରା ୩୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତାପମାତ୍ରା ୩୪ ଡିଗ୍ରୀ ପାର୍‌‌ କରିବା ପରେ ରାଜଧାନୀରେ ସ୍ୱାଭାବିକ ତାପମାତ୍ରା ତୁଳନାରେ ୨.୯ ଡିଗ୍ରୀ ଅଧିକ ରେକର୍ଡ ହୋଇଛି। ଅନ୍ୟପଟେ ଦିନରେ ତାତି ଆରମ୍ଭ ହୋଇଯାଇଥିବା ବେଳେ ରାତିରେ […]

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବଢ଼଼ିବାରେ ଲାଗିଛି। ସୋମବାର ରାଜ୍ୟର ୨ ଟି ସ୍ଥାନରେ ତାପମାତ୍ରା ୩୪ ଡିଗ୍ରୀ ପାର କରିଛି। ୩୪.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ତତଲା ସହର ପାଲଟିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ତାମପାତ୍ରା ୩୪.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତାପମାତ୍ରା ୩୪ ଡିଗ୍ରୀ ପାର୍‌‌ କରିବା ପରେ ରାଜଧାନୀରେ ସ୍ୱାଭାବିକ ତାପମାତ୍ରା ତୁଳନାରେ ୨.୯ ଡିଗ୍ରୀ ଅଧିକ ରେକର୍ଡ ହୋଇଛି। ଅନ୍ୟପଟେ ଦିନରେ ତାତି ଆରମ୍ଭ ହୋଇଯାଇଥିବା ବେଳେ ରାତିରେ ତାପମାତ୍ରା ଯଥେଷ୍ଟ ହ୍ରାସ ହୋଇ ଯାଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ରବିବାର ରାତିରେ ଫୁଲବାଣୀରେ ରାତିର ତାପମାତ୍ରା ୬.୫, କୋରାପୁଟରେ ୯.୫ ଓ ସୁନ୍ଦରରେ ଗଡ଼ରେ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଥିବା ବେଳେ ରାତିରେ ଅନୁଭୂତ ହେଉଥିବା ଥଣ୍ଡାର ପ୍ରକୋପ ହ୍ରାସ ପାଇବ।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଅକ୍ଟୋବର ମାସରୁ ପୂର୍ବ ଭାରତରେ ବର୍ଷାର ପ୍ରଭାବ କମ୍‌‌ ରହିଛି। ଅନ୍ୟ ବର୍ଷମାନଙ୍କରେ ପଶ୍ଚିମା ବାୟୁ ଉତ୍ତର-ପଶ୍ଚିମ ଭାରତରୁ ଭାରତକୁ ଚାଲି ଆସିଥାଏ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବର୍ଷା ହୋଇଥାଏ। କିନ୍ତୁ ଏବର୍ଷ ବର୍ଷା ନଥିବାରୁ ସୂର୍ଯ କିରଣ ପୃଥିବୀ ଉପରେ ସିଧା ପଡ଼ୁଛି ଓ ପୃଥିବୀରୁ ଯାଉଥିବା ବିକରଣ ବାୟୁମଣ୍ଡଳକୁ ଗରମ କରିବାରେ ସହାୟକ ହେଉଛି ବୋଲି ଶ୍ରୀ ଦାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର