ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି, ଆହୁରି ମାସେ ବଢିବା ନେଇ ରାଜ୍ୟ ପରିବହନ ବିଭାଗ ଜାରି କଲା ବିଜ୍ଞପ୍ତି
କଟକ : ପୁଣି ଗୋଟିଏ ମାସ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି । ଅବଧି ବଢ଼ିଥିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନମ୍ବର ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ହେଉଛି ଶେଷ ତାରିଖ । ୫, ୬ ଥିଲେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ମିଳିବ। ସେହିପରି ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ ୨୦୨୩ ଫେବ୍ରୁଆରୀ ୨୮ପର୍ଯ୍ୟନ୍ତ […]
କଟକ : ପୁଣି ଗୋଟିଏ ମାସ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି । ଅବଧି ବଢ଼ିଥିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନମ୍ବର ଶେଷ ଅଙ୍କ ୧, ୨, ୩, ୪ ଥିଲେ ନଭେମ୍ବର ୩୦ ହେଉଛି ଶେଷ ତାରିଖ । ୫, ୬ ଥିଲେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ମିଳିବ। ସେହିପରି ଶେଷ ଅଙ୍କ ଶୂନ କିମ୍ବା ୯ ଥିଲେ ୨୦୨୩ ଫେବ୍ରୁଆରୀ ୨୮ପର୍ଯ୍ୟନ୍ତ ସମୟ ମିଳିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସୂଚନାଯୋଗ୍ୟ, ପରିବହନର ବିଭାଗର ପ୍ରଥମ ନିଷ୍ପତ୍ତି ଅନୁସାରେ ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଯାନବାହନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏନେଇ ଗତ ଜୁନ୍ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁସାରେ ଯେଉଁ ବାହନର ପଂଜୀକରଣ ନମ୍ବରର ଶେଷ ଅଙ୍କ ୧ ଅଥବା ୨ ହୋଇଥିବ, ସେଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଲାଗିବା କଥା। କିନ୍ତୁ ଏହା ହୋଇ ନ ପାରିବାରୁ ସରକାର ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ। ମାତ୍ର ୨୦୨୨ ଅକ୍ଟୋବର ୩୧ ତାରିଖ ସୁଦ୍ଧା ନମ୍ବର ପ୍ଲେଟର ୧ ଓ ୨ ଅଙ୍କ ଥିବା ଯାନବାହନର ହାଇ ସିକ୍ୟୁରିଟି ନମ୍ବର ଲାଗି ନ ପାରିବାରୁ ଏବେ ସରକାର ପୁଣି ଥରେ ଏକ ମାସ ସମୟ ଦେଇଛନ୍ତି।
ଅନ୍ୟପଟେ ରାଜ୍ୟର ସମସ୍ତ ମୋ’ ସେବା କେନ୍ଦ୍ରରେ ମିଳିବ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବୁକିଂ ସୁବିଧା । ଫଳରେ ଗାଡି ମାଲିକମାନେ ନିଜ ନିଜର ଗାଡି ପାଇଁ ନିକଟସ୍ଥ ମୋ’ ସେବା କେନ୍ଦ୍ରକୁ ଯାଇ ବୁକିଂ କରିପାରିବେ । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏନେଇ ପ୍ରେସ୍ ରିଲିଜ ଜାରି କରିଛନ୍ତି । ଆଜି ପର୍ଯ୍ୟନ୍ତ କେବଳ ଅନଲାଇନ୍ ପୋର୍ଟାଲ ସିଆମ୍ ଡଟ୍ ଇନ୍ରେ ବୁକିଂ କରିହେଉଥିଲା ଫଳରେ ଗ୍ରାମାଞ୍ଚଳ ଲୋକେ ଇଣ୍ଟରନେଟ୍ ସୁବିଧା ନଥିବାରୁ ଏବଂ ଅନଲାଇନ୍ ଅଭିଜ୍ଞତା ଅଭାବ ଯୋଗୁଁ ହଇରାଣ ହେଉଥିଲେ ।
ଏପରିକି ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଅକ୍ଟୋବର ପହିଲାରୁ ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିଲା,ସେମାନଙ୍କ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ ଥିଲା। ଏହାକୁ ନେଇ ଟେନସନ ଲାଗି ରହିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଫଳରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏହି ଅବଧିକୁ ବଢ଼ାଇ ଦିଆଯାଇଥିଲା।ଗାଡ଼ି ମାଲିକମାନେ ସେମାନଙ୍କ ସୁବିଧା ଅନୁଯାୟୀ ନିକଟସ୍ଥ ‘ମୋ ସେବା କେନ୍ଦ୍ର’ରେ ଏଥିପାଇଁ ଆବେଦନ କରିପାରିବେ ବୋଲି ରାଜ୍ୟ ପରିବହନ ବିଭାଗ ସୂଚନା ଦେଇଛନ୍ତି।
ଏଯାଏ ବୁକିଂ ସୁବିଧା କେବଳ ଅନଲାଇନ୍ ପୋର୍ଟାଲରେ ଉପଲବ୍ଧ ଥିଲା। ଏବେ ଲୋକଙ୍କ ପାଇଁ ଏହାକୁ ସହଜ କରିବା ପାଇଁ ‘ମୋ ସେବା କେନ୍ଦ୍ର’କୁ ବ୍ୟବହାର କରାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ, ଓଡିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓସିଏସି)କୁ ଏ ନେଇ ଅନୁରୋଧ କରିଛି। ସେହି ଅନୁଯାୟୀ ଓସିଏସି ଏହି ସୁବିଧାକୁ ରାଜ୍ୟର ସମସ୍ତ ‘ମୋ ସେବା କେନ୍ଦ୍ର’ରେ ଉପଲବ୍ଧ କରାଇଛନ୍ତି। ଇଣ୍ଟରନେଟ୍ ସୁବିଧା ପର୍ଯ୍ୟାପ୍ତ ନ ଥିବା ଉପାନ୍ତ ଅଞ୍ଚଳର ଲୋକଙ୍କୁ ଏହା ସାହାଯ୍ୟ କରିବ।
ଏହାବ୍ୟତୀତ ରାଜ୍ୟ ପରିବହନ ବିଭାଗ ସମସ୍ତ ଓଇଏମ୍ (ଯାନ ନିର୍ମାତା)ଙ୍କୁ ଆରଟିଓ କାର୍ଯ୍ୟାଳୟରେ ଗାଡ଼ିମାଲିକମାନଙ୍କୁ ନମ୍ବର ପ୍ଲେଟ୍ ବୁକିଂ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆର୍ଟିଓ ଓ ଏଆର୍ଟିଓ କାର୍ଯ୍ୟାଳୟ (୩୮ଟି ଅଫିସ୍) ରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ହେଲପ୍ ଡେସ୍କ ଖୋଲାଯାଇଛି। ଓଇଏମ୍ମାନଙ୍କୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କ୍ୟାମ୍ପ ଅଥବା ଅସ୍ଥାୟୀ ଫିଟ୍ମେଣ୍ଟ ସେଣ୍ଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ଓଇଏମ୍ ଡିଲର ନେଟୱାର୍କ ଉପଲବ୍ଧ ନାହିଁ, ସେଠାରେ ସେମାନଙ୍କର ପ୍ରାଧିକୃତ ବିକ୍ରେତାଙ୍କ ମାଧ୍ୟମରେ ଓଇଏମ୍ଗୁଡ଼ିକ କ୍ୟାମ୍ପ ଫିଟ୍ମେଣ୍ଟ ସେଣ୍ଟର ଅଥବା ଅସ୍ଥାୟୀ ଫିଟ୍ମେଣ୍ଟ ସେଣ୍ଟର ଖୋଲିଛନ୍ତି।