ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

The Sakala Picture
Published On

ଭୁବନେଶ୍ୱର: ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦକୁ ନେଇ ହାଇକୋର୍ଟରେ କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ  ଣୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ ପାଳନ କରାଯାଇପାରିବ ନାହିଁ। ବନ୍ଦ ପାଳନ ବେଳେ ଦୋକାନବଜାର ବନ୍ଦ ପାଇଁ କେହି ବାଧ୍ୟ କରିପାରିବେନି କି ଅଖ-ଚକ ଅଟକାଇପାରିବେନି କୌଣସି ସଙ୍ଗଠନ କିମ୍ବା ଦଳ। ସାଧାରଣ ଜନଜୀବନ ପ୍ରଭାବିତ କଲା ଭଳି କାମ ହେବା ଉଚିତ ନୁହେଁ ।ରାସ୍ତାଘାଟରେ ଗାଡି ଅଟକାଇପାରିବେନି […]

ଭୁବନେଶ୍ୱର: ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦକୁ ନେଇ ହାଇକୋର୍ଟରେ କରାଯାଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ  ଣୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ ପାଳନ କରାଯାଇପାରିବ ନାହିଁ। ବନ୍ଦ ପାଳନ ବେଳେ ଦୋକାନବଜାର ବନ୍ଦ ପାଇଁ କେହି ବାଧ୍ୟ କରିପାରିବେନି କି ଅଖ-ଚକ ଅଟକାଇପାରିବେନି କୌଣସି ସଙ୍ଗଠନ କିମ୍ବା ଦଳ। ସାଧାରଣ ଜନଜୀବନ ପ୍ରଭାବିତ କଲା ଭଳି କାମ ହେବା ଉଚିତ ନୁହେଁ ।ରାସ୍ତାଘାଟରେ ଗାଡି ଅଟକାଇପାରିବେନି । ସେହିପରି ଟ୍ରେନ, ବସ ଚଳାଚଳକୁ ମଧ୍ୟ ରୋକାଯିବ ନାହିଁ । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯଦି ଆଇନ ଉଲ୍ଲଘଂନ କରାଯାଏ ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ସୂଚନାଅନୁସାରେ ମମିତା ମାମଲାରେ କାଲି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। ଯାହାକୁ ନେଇ  ବ୍ୟବସାୟୀ ସଂଘ ସଭାପତି ନରେଶ ମିଶ୍ରଙ୍କ ପକ୍ଷରୁ ହାଇକୋର୍ଟ ରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। କରୋନା ଯୋଗୁଁ ବ୍ୟବସାୟ ବହୁମାତ୍ରା ରେ ପ୍ରଭାବିତ ହୋଇଛି।ଏପରି ସ୍ଥିତି ରେ ପୁଣି ବନ୍ଦ ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେବ।ତେଣୁ ଦୋକାନ ବଜ଼ାର ବନ୍ଦ ନକରିବାକୁ ଆବେଦନରେ ଦର୍ଶାଯାଇଥିଲା।ମାମଲାର ଗୁରୁତ୍ୱକୁ ଦେଖି ଅପରାହ୍ନରେ ମୁଖ୍ୟ ବିଚାରପତି ଶୁଣାଣି କରିଥିଲେ। ଏହି ସମୟରେ ପୁଲିସ କମିଶନର,କଂଗ୍ରେସ ନେତୃବର୍ଗ କୋର୍ଟରେ ଉପସ୍ଥିତ ରହିଥିଲେ। ହାଇକୋର୍ଟଙ୍କ ଗୁରୁତ୍ବପୁର୍ଣ୍ଣ ରାୟ ପରେ ୬ ଘଣ୍ଟିଆ ଓଡିଶା ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ କରିବାକୁ ହାଇକୋର୍ଟଙ୍କୁ ଅବଗତ କରିଛି କଂଗ୍ରେସ।

ଆହୁରି ପଢ଼ନ୍ତୁ: ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ; ହାତ ଟେକି ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର