ହାଇଟେକ୍ ଲୁଟେରାଙ୍କ ନୁଆ ଫଣ୍ଡା : ହୋଟେଲରେ ରହି ସୋରୁମରୁ ଲୁଟୁଛନ୍ତି

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ହାଇଟେକ୍ ଲୁଟେରାଙ୍କ ଲୁଟ୍‌ର ନୂଆ ଫଣ୍ଡା ପଦାକୁ ଆସିଛି। ସେମାନେ ତାରକା ହୋଟେଲ ରହି ବିଭିନ୍ନ ମୋବାଇଲ ଦୋକାନୀଠାରୁ ମୋବାଇଲ୍‌ ମଗାଇ ଲୁଟୁଛନ୍ତି । ଦୋକାନୀ ହୋଟେଲକୁ ମୋବାଇଲ୍ ନେଇ ଯିବା ପରେ ସେମାନେ ଟଙ୍କା ଆଣିବା ବାହାନାରେ ଯାଇ ହୋଟେଲରୁ ଚମ୍ପଟ ମାରୁଛନ୍ତି। ଏଭଳି ହାଇଟେକ୍ ଲୁଟେରାଙ୍କ ନାମରେ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଏହି ଗ୍ୟାଙ୍ଗ୍ ସହିଦନଗରରେ ଥିବା ଛବିଳ ମେହେରଙ୍କ ମୋବାଇଲ୍ ଦୋକାନରୁ ଏଭଳି ଉପାୟରେ ୫ଲକ୍ଷ ଟଙ୍କାର […]

ଭୁବନେଶ୍ୱର : ରାଜଧାନୀରେ ହାଇଟେକ୍ ଲୁଟେରାଙ୍କ ଲୁଟ୍‌ର ନୂଆ ଫଣ୍ଡା ପଦାକୁ ଆସିଛି। ସେମାନେ ତାରକା ହୋଟେଲ ରହି ବିଭିନ୍ନ ମୋବାଇଲ ଦୋକାନୀଠାରୁ ମୋବାଇଲ୍‌ ମଗାଇ ଲୁଟୁଛନ୍ତି । ଦୋକାନୀ ହୋଟେଲକୁ ମୋବାଇଲ୍ ନେଇ ଯିବା ପରେ ସେମାନେ ଟଙ୍କା ଆଣିବା ବାହାନାରେ ଯାଇ ହୋଟେଲରୁ ଚମ୍ପଟ ମାରୁଛନ୍ତି। ଏଭଳି ହାଇଟେକ୍ ଲୁଟେରାଙ୍କ ନାମରେ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଏହି ଗ୍ୟାଙ୍ଗ୍ ସହିଦନଗରରେ ଥିବା ଛବିଳ ମେହେରଙ୍କ ମୋବାଇଲ୍ ଦୋକାନରୁ ଏଭଳି ଉପାୟରେ ୫ଲକ୍ଷ ଟଙ୍କାର ୭ଟି ଦାମୀ ମୋବାଇଲ୍ ଲୁଟି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୫ଟି ଗେଟ୍ , ମୋଟ୍ ୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ଏନେଇ ଇନ୍‌ଫୋସିଟି ଗଣପତି ନଗରରେ ରହୁଥିବା ଛବିଳ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି । କେବଳ ଛବିଳ ନୁହେଁ ଏହି ଗ୍ୟାଙ୍ଗ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଥିବା ଏକାଧିକ ମୋବାଇଲ୍ ଦୋକାନରୁ ଏଭଳି ଲୁଟ କରୁଥିବା ସନ୍ଦେହ କରାଯାଉଛି। ପୁଲିସ ସହିଦନଗରରେ ଥିବା ଏକ ତାରକା ହୋଟେଲକୁ ଯାଇ ଛାନ୍‌ଭିନ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଗତ ୧୦ ତାରିଖରେ ରୋହିତ ନାମକ ଯୁବକ ମୋବାଇଲ୍ ଦୋକାନୀ ଛବିଳଙ୍କୁ ଫୋନ୍ କରିଥିଲେ ।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ ଶିକ୍ଷା, ନେତୃତ୍ୱ ଓ ବିକାଶର ସୁଯୋଗ ମାଧ୍ୟମରେ ଭବିଷ୍ୟତ ଗଢ଼ିବା

ତାଙ୍କ ସାଙ୍ଗ ସହିଦନଗର ଥାନା ଅଞ୍ଚଳରେ ଥିବା ଏକ ତାରକା ହୋଟେଲରେ ଅଛନ୍ତି, ତାଙ୍କର ୭ଟି ଦାମୀ ମୋବାଇଲ୍ ଦରକାର ବୋଲି କହିଥିଲେ । ଏହାର କିଛି ସମୟ ପରେ ଜଣେ ଯୁବକ ଫୋନ୍ କରି ନିଜକୁ ହର୍ସ ଓବରାୟ ବୋଲି ପରିଚୟ ଦେଇଥିଲେ । ସେ ଉକ୍ତ ତାରକା ହୋଟେଲରେ ରହିଛନ୍ତି। ତାଙ୍କ ନିକଟକୁ ୭ଟି ଦାମୀ ମୋବାଇଲ୍ ପଠାଇବାକୁ କହିଥିଲେ । କଥା ହେବା ପରେ ଦୋକାନୀ ଛବିଳ ତାଙ୍କ କଥାକୁ ବିଶ୍ବାସ କରି ୭ଟି ମୋବାଇଲକୁ ଜଣେ କର୍ମଚାରୀଙ୍କ ହାତରେ ଉକ୍ତ ତାରକା ହୋଟେଲକୁ ପଠାଇଥିଲେ।

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ

ହର୍ସ ଉକ୍ତ ୭ଟି ମୋବାଇଲକୁ ରଖିବା ସହ କର୍ମଚାରୀଙ୍କୁ ହୋଟେଲ ବାହାରେ ଛିଡ଼ା କରି ଟଙ୍କା ଆଣିବା ପାଇଁ ରୁମକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ହର୍ସ ପରିଚୟ ଦେଉଥିବା ବ୍ୟକ୍ତି ଫେରି ନ ଥିଲେ। ଶେଷରେ ଏନେଇ ମୋବାଇଲ୍ ଦୋକାନର କର୍ମଚାରୀ ଜଣଙ୍କ ମାଲିକ ଛବିଜକୁ ଜଣାଇଥିଲେ I ଛବିଳ ଭକ୍ତ ହୋଟେଲକୁ ଆସି ଯାଞ୍ଚ କରିଥିଲେ ମଧ୍ୟ ସେଠାରେ ସେଭଳି କେହି ରହୁ ନ ଥିବା ହୋଟେଲ ପକ୍ଷରୁ କୁହାଯାଇଥିଲା। ଶେଷରେ ଏନେଇ ଛବିଳ ଥାନାର ଦ୍ବାରସ୍ଥ ହୋଇଛନ୍ତି।

17 Jun 2021 By The Sakala

ହାଇଟେକ୍ ଲୁଟେରାଙ୍କ ନୁଆ ଫଣ୍ଡା : ହୋଟେଲରେ ରହି ସୋରୁମରୁ ଲୁଟୁଛନ୍ତି

ଭୁବନେଶ୍ୱର : ରାଜଧାନୀରେ ହାଇଟେକ୍ ଲୁଟେରାଙ୍କ ଲୁଟ୍‌ର ନୂଆ ଫଣ୍ଡା ପଦାକୁ ଆସିଛି। ସେମାନେ ତାରକା ହୋଟେଲ ରହି ବିଭିନ୍ନ ମୋବାଇଲ ଦୋକାନୀଠାରୁ ମୋବାଇଲ୍‌ ମଗାଇ ଲୁଟୁଛନ୍ତି । ଦୋକାନୀ ହୋଟେଲକୁ ମୋବାଇଲ୍ ନେଇ ଯିବା ପରେ ସେମାନେ ଟଙ୍କା ଆଣିବା ବାହାନାରେ ଯାଇ ହୋଟେଲରୁ ଚମ୍ପଟ ମାରୁଛନ୍ତି। ଏଭଳି ହାଇଟେକ୍ ଲୁଟେରାଙ୍କ ନାମରେ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଏହି ଗ୍ୟାଙ୍ଗ୍ ସହିଦନଗରରେ ଥିବା ଛବିଳ ମେହେରଙ୍କ ମୋବାଇଲ୍ ଦୋକାନରୁ ଏଭଳି ଉପାୟରେ ୫ଲକ୍ଷ ଟଙ୍କାର ୭ଟି ଦାମୀ ମୋବାଇଲ୍ ଲୁଟି ନେଇଛନ୍ତି।

ଏନେଇ ଇନ୍‌ଫୋସିଟି ଗଣପତି ନଗରରେ ରହୁଥିବା ଛବିଳ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି । କେବଳ ଛବିଳ ନୁହେଁ ଏହି ଗ୍ୟାଙ୍ଗ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଥିବା ଏକାଧିକ ମୋବାଇଲ୍ ଦୋକାନରୁ ଏଭଳି ଲୁଟ କରୁଥିବା ସନ୍ଦେହ କରାଯାଉଛି। ପୁଲିସ ସହିଦନଗରରେ ଥିବା ଏକ ତାରକା ହୋଟେଲକୁ ଯାଇ ଛାନ୍‌ଭିନ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଗତ ୧୦ ତାରିଖରେ ରୋହିତ ନାମକ ଯୁବକ ମୋବାଇଲ୍ ଦୋକାନୀ ଛବିଳଙ୍କୁ ଫୋନ୍ କରିଥିଲେ ।

ତାଙ୍କ ସାଙ୍ଗ ସହିଦନଗର ଥାନା ଅଞ୍ଚଳରେ ଥିବା ଏକ ତାରକା ହୋଟେଲରେ ଅଛନ୍ତି, ତାଙ୍କର ୭ଟି ଦାମୀ ମୋବାଇଲ୍ ଦରକାର ବୋଲି କହିଥିଲେ । ଏହାର କିଛି ସମୟ ପରେ ଜଣେ ଯୁବକ ଫୋନ୍ କରି ନିଜକୁ ହର୍ସ ଓବରାୟ ବୋଲି ପରିଚୟ ଦେଇଥିଲେ । ସେ ଉକ୍ତ ତାରକା ହୋଟେଲରେ ରହିଛନ୍ତି। ତାଙ୍କ ନିକଟକୁ ୭ଟି ଦାମୀ ମୋବାଇଲ୍ ପଠାଇବାକୁ କହିଥିଲେ । କଥା ହେବା ପରେ ଦୋକାନୀ ଛବିଳ ତାଙ୍କ କଥାକୁ ବିଶ୍ବାସ କରି ୭ଟି ମୋବାଇଲକୁ ଜଣେ କର୍ମଚାରୀଙ୍କ ହାତରେ ଉକ୍ତ ତାରକା ହୋଟେଲକୁ ପଠାଇଥିଲେ।

ହର୍ସ ଉକ୍ତ ୭ଟି ମୋବାଇଲକୁ ରଖିବା ସହ କର୍ମଚାରୀଙ୍କୁ ହୋଟେଲ ବାହାରେ ଛିଡ଼ା କରି ଟଙ୍କା ଆଣିବା ପାଇଁ ରୁମକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ହର୍ସ ପରିଚୟ ଦେଉଥିବା ବ୍ୟକ୍ତି ଫେରି ନ ଥିଲେ। ଶେଷରେ ଏନେଇ ମୋବାଇଲ୍ ଦୋକାନର କର୍ମଚାରୀ ଜଣଙ୍କ ମାଲିକ ଛବିଜକୁ ଜଣାଇଥିଲେ I ଛବିଳ ଭକ୍ତ ହୋଟେଲକୁ ଆସି ଯାଞ୍ଚ କରିଥିଲେ ମଧ୍ୟ ସେଠାରେ ସେଭଳି କେହି ରହୁ ନ ଥିବା ହୋଟେଲ ପକ୍ଷରୁ କୁହାଯାଇଥିଲା। ଶେଷରେ ଏନେଇ ଛବିଳ ଥାନାର ଦ୍ବାରସ୍ଥ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର