ଲଗାଣ ବର୍ଷାରେ ହେକ୍ଟର ହେକ୍ଟର ପରିବା ନଷ୍ଟ, ନୂଆ ଅମଳ ଯାଏଁ ବାହାର ରାଜ୍ୟକୁ ଭରସା

The Sakala Picture
Published On

ଭୁବନେଶ୍ୱର: ଦୀର୍ଘ ମାସ ହେବ ପରିବା ଦର ଆକାଶଛୁଆଁ ରହିଥିବା ବେଳେ ପୁଣି ଥରେ ବଢ଼଼ିଛି। ବାତ୍ୟା ‘ଜୱାଦ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ପରିବା ଅମଳ ହେବା ପୂର୍ବରୁ ନଷ୍ଟ ହୋଇଛି। ଫଳରେ ରାଜଧାନୀ ଭୁବନେଶ୍ୱର ବଜାରରେ ପରିବା ଅଭାବ ସୃଷ୍ଟି ହେବା ସାଙ୍ଗକୁ ଦର ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରାୟ ୬ମାସ ହେବ ଖାଇବା ତେଲ ଠାରୁ ଆରମ୍ଭ କରି ଡିଜେଲ, ପେଟ୍ରୋଲ, ଇନ୍ଧନ ଗ୍ୟାସ୍‍ ଆଦିର […]

ଭୁବନେଶ୍ୱର: ଦୀର୍ଘ ମାସ ହେବ ପରିବା ଦର ଆକାଶଛୁଆଁ ରହିଥିବା ବେଳେ ପୁଣି ଥରେ ବଢ଼଼ିଛି। ବାତ୍ୟା ‘ଜୱାଦ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ପରିବା ଅମଳ ହେବା ପୂର୍ବରୁ ନଷ୍ଟ ହୋଇଛି। ଫଳରେ ରାଜଧାନୀ ଭୁବନେଶ୍ୱର ବଜାରରେ ପରିବା ଅଭାବ ସୃଷ୍ଟି ହେବା ସାଙ୍ଗକୁ ଦର ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ପଣା ସଂକ୍ରାନ୍ତିରେ 'ବସୁନ୍ଧରା ଠେକି'ର ମହତ୍ତ୍ୱ: ଜାଣନ୍ତୁ ଓଡ଼ିଆ ପରମ୍ପରାରେ କାହିଁକି ରହିଛି ଏହାର ସ୍ୱତନ୍ତ୍ର ସ୍ଥାନ

ପ୍ରାୟ ୬ମାସ ହେବ ଖାଇବା ତେଲ ଠାରୁ ଆରମ୍ଭ କରି ଡିଜେଲ, ପେଟ୍ରୋଲ, ଇନ୍ଧନ ଗ୍ୟାସ୍‍ ଆଦିର ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଗତ ମାସରେ କାର୍ତ୍ତିକ ପାଇଁ ପରିବା ଦର ଆକାଶ ଛୁଆଁ ହୋଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଧା ମୌସୁମୀ ପ୍ରଭାବରେ ମଧ୍ୟ ପରିବା ଚାଷ ନଷ୍ଟ ହୋଇଥିବାରୁ ପରିବା ଦର ଖସି ନ ଥିଲା। ତେବେ ରାଜ୍ୟର ବିଭିନ୍ନ ସ୍ଥାନରୁ ପରିବା ଅମଳ ଆରମ୍ଭ ହୋଇଆସୁଥିବା ବେଳେ ପୁଣି ବାତ୍ୟା ‘ଜୱାଦ’ର ପ୍ରଭାବରେ ନଷ୍ଟ ହୋଇଛି ହେକ୍ଟ ହେକ୍ଟର ଜମିରେ ଫଳିଥିବା ପରିବା। ପୂର୍ବରୁ ବାହାର ରାଜ୍ୟକୁ ନିର୍ଭର କରୁଥିବା ବେଳେ ଡିସେମ୍ବରରୁ ଆଠଗଡ଼଼, କଟକ, ବଡ଼ମ୍ବା ନରସିଂହପୁର, ବରଗଡ଼଼, କୋରାପୁଟ, ବଲାଙ୍ଗିର, ପିପିଲି, ବଳଙ୍ଗା, ବାଲିପାଟଣା, ତେଇସପୁର ଆଦିରୁ ପରିବା ଆମଦାନୀ ପରେ ପରିବା ଦର ଖସିବାର ଯେଉଁ ଆଶଙ୍କା ରହିଥିଲା ତାହା ଏବେ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। କ୍ଷେତରୁ ପରିବା ଅମଳ କରାଯାଇ ନପାରିଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଛି। ତେବେ ପରିବା ପାଇଁ ବର୍ଷରେ ୮ମାସ ବାହାର ରାଜ୍ୟ ଉପରେ ନିର୍ଭର କରନ୍ତି ବ୍ୟବସାୟୀ।

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା: ଆଇନ ମନ୍ତ୍ରୀ

ମହାରାଷ୍ଟ୍ର, କର୍ଣ୍ଣାଟକ, ରାଞ୍ଚି, ବିହାର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ କଖାରୁ, ଟମାଟୋ, କ୍ୟାପ୍‍ସିକମ୍‍, କୋବି, ବିନସ୍‍, ଗାଜର, ବିଟ୍‍ ଆଦି ଆମଦାନୀ କରାଯାଉଥିବା ଡିସେମ୍ବ ମାସରୁ ଫେବୃଆରୀ ମାସ ଯାଏ ଓଡ଼ିଶାରୁ କୋବି, ବିନ୍‍ସ, ଟମାଟୋ, ଶିମ୍ବ, ପୋଟଳ, କଖାରୁ, କଲରା ଆଦି ଅମଳ ହୋଇଥାଏ। ଫଳରେ ଦର ମଧ୍ୟ ସ୍ୱାଭାବିକ ଥାଏ। ହେଲେ ପ୍ରବଳ ବର୍ଷାରେ ପାଣି ଭିତରେ ସମସ୍ତ ପରିବା ନଷ୍ଟ ହୋଇଛି। ପୂର୍ବରୁ ଯେଉଁ ପରିବା ଦର କିଲୋ ପିଛା ୫୦ ମଧ୍ୟରେ ସୀମିତ ରହିଥିଲା ଏବେ ବର୍ଷା ପାଇଁ ତାହା ୮୦ ଛୁଇଁଛି। ଆଉ କେତେକ ପରିବା ୧୫୦ଟଙ୍କାରେ ପହଞ୍ଚିଛି। ଆଳୁ କିଲୋ ପିଛା ୨୨ରୁ ୨୫ ଟଙ୍କାରେ ବିକ୍ରି ହେଉଛି। ସେହିପରି ପିଆଜ, ଟମାଟୋ, ପୋଟଳ, ଭେଣ୍ଡି, କଖାରୁ, କ୍ୟାପସିକମ୍‍, ଗାଜର, ବିନସ୍‍, କାକୁଡ଼ି, ଜହ୍ନି, କାଙ୍କଡ଼, ଫୁଲକୋବି, ବନ୍ଧାକୋବି, ବାଇଗଣ, ଧଣିଆ ପତ୍ରର ମଧ୍ୟ ଦର କିଲୋପିଛା ୫ରୁ ୧୦ଟଙ୍କା ବୃଦ୍ଧି ପାଇଛି। ତେବେ ଏହି ବର୍ଦ୍ଧିତ ଦର ପୁଣି ଏକ ମାସ ପର୍ଯ୍ୟନ୍ତ ରହିପାରେ ବୋଲି ଭୁବନେଶ୍ୱର ୟୁନିଟ୍‍-୧ କଞ୍ଚା ପରିବା ସଂଘର ସମ୍ପାଦକ କବିରାଜ ସ୍ୱାଇଁ କହିଛନ୍ତି। କାରଣ ବର୍ତ୍ତମାନ ପରିବା ପାଇଁ ପୁଣି ବାହାର ରାଜ୍ୟକୁ ନିର୍ଭର କରିବାକୁ ହେବ। ଓଡ଼ିଶାରେ ଅମଳ ହୋଇଥିବା ପରିବା ନଷ୍ଟ ହୋଇଥିବା ବେଳେ ନୂଆ ପରିବା ଅମଳ ପାଇଁ ପ୍ରାୟ ଏକ ମାସ ସମୟ ଲାଗିବ। ତେଣୁ ସେତେଦିନ ଯାଏଁ ବାହାର ରାଜ୍ୟରୁ ପରିବା ଆମଦାନି ହେବା କାରଣରୁ ଦର ମଧ୍ୟ ବର୍ଦ୍ଧିତ ରହିପାରେ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଓଡ଼ିଶାର ସମସ୍ତ ସାଂସଦଙ୍କୁ ନବୀନଙ୍କ ଚିଠି, 'ଓଡ଼ିଶାର ସ୍ବାର୍ଥ ପାଇଁ ଏକାଠି ହେବାକୁ ଆହ୍ୱାନ'

06 Dec 2021 By The Sakala

ଲଗାଣ ବର୍ଷାରେ ହେକ୍ଟର ହେକ୍ଟର ପରିବା ନଷ୍ଟ, ନୂଆ ଅମଳ ଯାଏଁ ବାହାର ରାଜ୍ୟକୁ ଭରସା

ଭୁବନେଶ୍ୱର: ଦୀର୍ଘ ମାସ ହେବ ପରିବା ଦର ଆକାଶଛୁଆଁ ରହିଥିବା ବେଳେ ପୁଣି ଥରେ ବଢ଼଼ିଛି। ବାତ୍ୟା ‘ଜୱାଦ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ପରିବା ଅମଳ ହେବା ପୂର୍ବରୁ ନଷ୍ଟ ହୋଇଛି। ଫଳରେ ରାଜଧାନୀ ଭୁବନେଶ୍ୱର ବଜାରରେ ପରିବା ଅଭାବ ସୃଷ୍ଟି ହେବା ସାଙ୍ଗକୁ ଦର ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି।

ପ୍ରାୟ ୬ମାସ ହେବ ଖାଇବା ତେଲ ଠାରୁ ଆରମ୍ଭ କରି ଡିଜେଲ, ପେଟ୍ରୋଲ, ଇନ୍ଧନ ଗ୍ୟାସ୍‍ ଆଦିର ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଗତ ମାସରେ କାର୍ତ୍ତିକ ପାଇଁ ପରିବା ଦର ଆକାଶ ଛୁଆଁ ହୋଇଥିଲା। ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଧା ମୌସୁମୀ ପ୍ରଭାବରେ ମଧ୍ୟ ପରିବା ଚାଷ ନଷ୍ଟ ହୋଇଥିବାରୁ ପରିବା ଦର ଖସି ନ ଥିଲା। ତେବେ ରାଜ୍ୟର ବିଭିନ୍ନ ସ୍ଥାନରୁ ପରିବା ଅମଳ ଆରମ୍ଭ ହୋଇଆସୁଥିବା ବେଳେ ପୁଣି ବାତ୍ୟା ‘ଜୱାଦ’ର ପ୍ରଭାବରେ ନଷ୍ଟ ହୋଇଛି ହେକ୍ଟ ହେକ୍ଟର ଜମିରେ ଫଳିଥିବା ପରିବା। ପୂର୍ବରୁ ବାହାର ରାଜ୍ୟକୁ ନିର୍ଭର କରୁଥିବା ବେଳେ ଡିସେମ୍ବରରୁ ଆଠଗଡ଼଼, କଟକ, ବଡ଼ମ୍ବା ନରସିଂହପୁର, ବରଗଡ଼଼, କୋରାପୁଟ, ବଲାଙ୍ଗିର, ପିପିଲି, ବଳଙ୍ଗା, ବାଲିପାଟଣା, ତେଇସପୁର ଆଦିରୁ ପରିବା ଆମଦାନୀ ପରେ ପରିବା ଦର ଖସିବାର ଯେଉଁ ଆଶଙ୍କା ରହିଥିଲା ତାହା ଏବେ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। କ୍ଷେତରୁ ପରିବା ଅମଳ କରାଯାଇ ନପାରିଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଛି। ତେବେ ପରିବା ପାଇଁ ବର୍ଷରେ ୮ମାସ ବାହାର ରାଜ୍ୟ ଉପରେ ନିର୍ଭର କରନ୍ତି ବ୍ୟବସାୟୀ।

ମହାରାଷ୍ଟ୍ର, କର୍ଣ୍ଣାଟକ, ରାଞ୍ଚି, ବିହାର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ କଖାରୁ, ଟମାଟୋ, କ୍ୟାପ୍‍ସିକମ୍‍, କୋବି, ବିନସ୍‍, ଗାଜର, ବିଟ୍‍ ଆଦି ଆମଦାନୀ କରାଯାଉଥିବା ଡିସେମ୍ବ ମାସରୁ ଫେବୃଆରୀ ମାସ ଯାଏ ଓଡ଼ିଶାରୁ କୋବି, ବିନ୍‍ସ, ଟମାଟୋ, ଶିମ୍ବ, ପୋଟଳ, କଖାରୁ, କଲରା ଆଦି ଅମଳ ହୋଇଥାଏ। ଫଳରେ ଦର ମଧ୍ୟ ସ୍ୱାଭାବିକ ଥାଏ। ହେଲେ ପ୍ରବଳ ବର୍ଷାରେ ପାଣି ଭିତରେ ସମସ୍ତ ପରିବା ନଷ୍ଟ ହୋଇଛି। ପୂର୍ବରୁ ଯେଉଁ ପରିବା ଦର କିଲୋ ପିଛା ୫୦ ମଧ୍ୟରେ ସୀମିତ ରହିଥିଲା ଏବେ ବର୍ଷା ପାଇଁ ତାହା ୮୦ ଛୁଇଁଛି। ଆଉ କେତେକ ପରିବା ୧୫୦ଟଙ୍କାରେ ପହଞ୍ଚିଛି। ଆଳୁ କିଲୋ ପିଛା ୨୨ରୁ ୨୫ ଟଙ୍କାରେ ବିକ୍ରି ହେଉଛି। ସେହିପରି ପିଆଜ, ଟମାଟୋ, ପୋଟଳ, ଭେଣ୍ଡି, କଖାରୁ, କ୍ୟାପସିକମ୍‍, ଗାଜର, ବିନସ୍‍, କାକୁଡ଼ି, ଜହ୍ନି, କାଙ୍କଡ଼, ଫୁଲକୋବି, ବନ୍ଧାକୋବି, ବାଇଗଣ, ଧଣିଆ ପତ୍ରର ମଧ୍ୟ ଦର କିଲୋପିଛା ୫ରୁ ୧୦ଟଙ୍କା ବୃଦ୍ଧି ପାଇଛି। ତେବେ ଏହି ବର୍ଦ୍ଧିତ ଦର ପୁଣି ଏକ ମାସ ପର୍ଯ୍ୟନ୍ତ ରହିପାରେ ବୋଲି ଭୁବନେଶ୍ୱର ୟୁନିଟ୍‍-୧ କଞ୍ଚା ପରିବା ସଂଘର ସମ୍ପାଦକ କବିରାଜ ସ୍ୱାଇଁ କହିଛନ୍ତି। କାରଣ ବର୍ତ୍ତମାନ ପରିବା ପାଇଁ ପୁଣି ବାହାର ରାଜ୍ୟକୁ ନିର୍ଭର କରିବାକୁ ହେବ। ଓଡ଼ିଶାରେ ଅମଳ ହୋଇଥିବା ପରିବା ନଷ୍ଟ ହୋଇଥିବା ବେଳେ ନୂଆ ପରିବା ଅମଳ ପାଇଁ ପ୍ରାୟ ଏକ ମାସ ସମୟ ଲାଗିବ। ତେଣୁ ସେତେଦିନ ଯାଏଁ ବାହାର ରାଜ୍ୟରୁ ପରିବା ଆମଦାନି ହେବା କାରଣରୁ ଦର ମଧ୍ୟ ବର୍ଦ୍ଧିତ ରହିପାରେ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର