୨୧ରୁ ୧୭ ଜିଲ୍ଲାରେ ପ୍ରବଳ ବର୍ଷା

The Sakala Picture
Published On

ଭୁବନେଶ୍ୱର : ଜୁଲାଇ ମାସ ୨୧ ତାରିଖରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା। ଫଳରେ ଯେଉଁ ଅଞ୍ଚଳଗୁଡ଼ିକରେ ନିଅଣ୍ଟିଆ ବର୍ଷା ହୋଇଛି ତାହା କିଛି ମାତ୍ରାରେ ଭରଣା ହେବ। ୨୧ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୧ ତାରିଖରେ ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଦେବଗଡ଼଼ ଓ […]

ଭୁବନେଶ୍ୱର : ଜୁଲାଇ ମାସ ୨୧ ତାରିଖରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା। ଫଳରେ ଯେଉଁ ଅଞ୍ଚଳଗୁଡ଼ିକରେ ନିଅଣ୍ଟିଆ ବର୍ଷା ହୋଇଛି ତାହା କିଛି ମାତ୍ରାରେ ଭରଣା ହେବ। ୨୧ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୧ ତାରିଖରେ ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଦେବଗଡ଼଼ ଓ ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁୁଗୁଳ, ଗଞ୍ଜାମ, କୋରାପୁଟ, ମଲାକାନଗିରି, କଳାହାଣ୍ଡି ଓ ବୌଦ୍ଧରେ ମଧ୍ୟ ବର୍ଷାର ପ୍ରଭାବ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

ସେହିପରି ଧୀରେ ଧୀରେ ବର୍ଷାର ପ୍ରକୋପ ବଢ଼଼ିବା ସହିତ ଅନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ବର୍ଷାର ପରିମାଣ ବୃଦ୍ଧି ହେବ। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ୨୧ ତାରିଖ ଲଘୁଚାପ ପ୍ରଭାବରେ ୨୧ ଓ ୨୨ ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯୫.୪ ମିମି ମୌସୁମୀ ବର୍ଷା ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୪୦୫.୩ ମିମି ଠାରୁ ୨୭ ପ୍ରତିଶତ କମ୍‍ ରହିଛି। ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ସ୍ୱାଭାବିକ ରହିଛି। ଭଦ୍ରକରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ କମ୍‍ ଅର୍ଥାତ ମାତ୍ରା ୧୪୯ ମିମି ବର୍ଷା ରେକର୍ଡ ହୋଇଛି। ଏହି ଜିଲ୍ଲା ଏକମାତ୍ର ଜିଲ୍ଲା ଭାବେ ୨୦୦ ମିଲିମିଟର ବର୍ଷାରୁ କମ୍‍ ବର୍ଷା ହୋଇଛି।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

ଭଦ୍ରକରେ ସ୍ୱାଭାବିକଠାରୁ ୫୯ ପ୍ରତିଶତ କମ୍‍ ବର୍ଷା ହୋଇଥିବା ବେଳେ ଯାଜପୁରରେ ୫୧ ପ୍ରତିଶତ, କେନ୍ଦୁଝର ଓ ବଲାଙ୍ଗୀରରେ ୪୪, ଗଜପତି ଓ ସମ୍ବଲପୁରରେ ଯଥାକ୍ରମେ ୪୨ ଓଏବଂ ୪୦ ପ୍ରତିଶତ ବର୍ଷା କମ୍‍ ରହିଛି। ତେବେ ଏହି ଲଘୁଚାପ ଦ୍ୱାରା ଜାରି ରହିଥିବା ନିଅଣ୍ଟିଆ ସ୍ଥିତି ସାମାନ୍ୟ ଭରଣା ହୋଇପାରିବ ବୋଲି ଆକଳନ କରାଯାଉଛି। ସେହିପରି ୨୭ ତାରିଖରେ ଆଉ ଏକ ଲଘୁଚାପ ହେବ ବୋଲି ମଧ୍ୟ ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

19 Jul 2021 By The Sakala

୨୧ରୁ ୧୭ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଜୁଲାଇ ମାସ ୨୧ ତାରିଖରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା। ଫଳରେ ଯେଉଁ ଅଞ୍ଚଳଗୁଡ଼ିକରେ ନିଅଣ୍ଟିଆ ବର୍ଷା ହୋଇଛି ତାହା କିଛି ମାତ୍ରାରେ ଭରଣା ହେବ। ୨୧ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୧ ତାରିଖରେ ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଦେବଗଡ଼଼ ଓ ସମ୍ବଲପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁୁଗୁଳ, ଗଞ୍ଜାମ, କୋରାପୁଟ, ମଲାକାନଗିରି, କଳାହାଣ୍ଡି ଓ ବୌଦ୍ଧରେ ମଧ୍ୟ ବର୍ଷାର ପ୍ରଭାବ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିପରି ଧୀରେ ଧୀରେ ବର୍ଷାର ପ୍ରକୋପ ବଢ଼଼ିବା ସହିତ ଅନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ବର୍ଷାର ପରିମାଣ ବୃଦ୍ଧି ହେବ। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ୨୧ ତାରିଖ ଲଘୁଚାପ ପ୍ରଭାବରେ ୨୧ ଓ ୨୨ ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯୫.୪ ମିମି ମୌସୁମୀ ବର୍ଷା ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୪୦୫.୩ ମିମି ଠାରୁ ୨୭ ପ୍ରତିଶତ କମ୍‍ ରହିଛି। ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ସ୍ୱାଭାବିକ ରହିଛି। ଭଦ୍ରକରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ କମ୍‍ ଅର୍ଥାତ ମାତ୍ରା ୧୪୯ ମିମି ବର୍ଷା ରେକର୍ଡ ହୋଇଛି। ଏହି ଜିଲ୍ଲା ଏକମାତ୍ର ଜିଲ୍ଲା ଭାବେ ୨୦୦ ମିଲିମିଟର ବର୍ଷାରୁ କମ୍‍ ବର୍ଷା ହୋଇଛି।

ଭଦ୍ରକରେ ସ୍ୱାଭାବିକଠାରୁ ୫୯ ପ୍ରତିଶତ କମ୍‍ ବର୍ଷା ହୋଇଥିବା ବେଳେ ଯାଜପୁରରେ ୫୧ ପ୍ରତିଶତ, କେନ୍ଦୁଝର ଓ ବଲାଙ୍ଗୀରରେ ୪୪, ଗଜପତି ଓ ସମ୍ବଲପୁରରେ ଯଥାକ୍ରମେ ୪୨ ଓଏବଂ ୪୦ ପ୍ରତିଶତ ବର୍ଷା କମ୍‍ ରହିଛି। ତେବେ ଏହି ଲଘୁଚାପ ଦ୍ୱାରା ଜାରି ରହିଥିବା ନିଅଣ୍ଟିଆ ସ୍ଥିତି ସାମାନ୍ୟ ଭରଣା ହୋଇପାରିବ ବୋଲି ଆକଳନ କରାଯାଉଛି। ସେହିପରି ୨୭ ତାରିଖରେ ଆଉ ଏକ ଲଘୁଚାପ ହେବ ବୋଲି ମଧ୍ୟ ଆକଳନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର