ଆଗାମୀ ୩-୪ ଦିନ ରାଜ୍ୟରେ ପ୍ରବଳ ବର୍ଷା : ୨୯ରେ ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ନେବ ଳଘୁଚାପର ରୂପ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ୩ରୁ ୪ ଦିନ ପ୍ରବଳ ବର୍ଷା ହେବ। ଆଜି କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ତୀବ୍ର ବୃଷ୍ଟିପାତ ଲାଗି ରହିଥିବା ବେଳେ ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥିବା ଜଣାପଡ଼ିଛି । ତେବେ ରବିବାର ଏବଂ ସୋମବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ଝଡ଼ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, […]

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ୩ରୁ ୪ ଦିନ ପ୍ରବଳ ବର୍ଷା ହେବ। ଆଜି କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ତୀବ୍ର ବୃଷ୍ଟିପାତ ଲାଗି ରହିଥିବା ବେଳେ ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଥିବା ଜଣାପଡ଼ିଛି । ତେବେ ରବିବାର ଏବଂ ସୋମବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ଝଡ଼ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡାରେ ବିଜୁଳି ସହ ଝଡ଼ବର୍ଷା ସମ୍ଭାବନା ରହିଥିବା ବେଳେ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ: ହତ୍ୟା ଧମକ ପାଇ କଟକ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ଆହୁରି ପଢ଼ନ୍ତୁ: କ୍ୟାମ୍ପ ଭିତରେ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ସିଆରପିଏଫ୍ ଯବାନ, କାରଣ ଅସ୍ପଷ୍ଟ

ସେପଟେ ଆସନ୍ତା ସେପ୍ଟେମ୍ୱର ୨୯ ତାରିଖରେ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ପୂର୍ବ-ଉତ୍ତର ଆଣ୍ଡାମାନ ସାଗର ଓ ତା’ପାଶ୍ୱର୍ବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହା ଆହୁରି ଘନିଭୂତ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଆହୁରି ପଢ଼ନ୍ତୁ: ଫେବୃୟାରୀ ୧୨ତାରିଖରେ ହେବାକୁ ଥିବା ସର୍ବଭାରତୀୟ ଧର୍ମଘଟକୁ ବିଜୁ ଶ୍ରମିକ ସାମୁଖ୍ୟର ସମର୍ଥନ

ଅପରପକ୍ଷେ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଚଳିତ ସେପ୍ଟେମ୍ୱର ମାସର ପ୍ରଥମ ୨୩ ଦିନରେ ରାଜ୍ୟରେ ୨୯୭.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୦୦.୧ ମିମି ତୁଳନାରେ ୪୯ ପ୍ରତିଶତ ଅଧିକ ଅଟେ । ସେହିପରି ଚଳିତ ମୌସୁମୀରେ ଅର୍ଥାତ୍‌ ଜୁନ୍‌ ୧ ତାରିଖରୁ ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ରାଜ୍ୟରେ ୧୦୮୧ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ ୩ ପ୍ରତିଶତ କମ ରହିଛି ଏବଂ ଏହା ସ୍ୱାଭାବିକ ପରିସରଭୁକ୍ତ ଅଟେ । ଅପରପକ୍ଷେ ଆଜି ସୁଦ୍ଧା ଅନୁଭୂତବର୍ଷା ସମ୍ପୂର୍ଣ୍ଣ ମୌସୁମୀ ଋତୁର ସ୍ୱାଭାବିକ ବର୍ଷାର (୧୧୫୦.୨ମିମି) ପାଖାପାଖି ୯୪ ପ୍ରତିଶତ ଭରଣ କରି ସାରିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp