ଅସମ୍ଭାଳ ତାତିରେ ସିଝୁଛି ସାରା ଓଡିଶା; ଆଜି ୪୨ ଡିଗ୍ରିରେ ଜଳିଲା ବୌଦ୍ଧ ଓ ମାଲକାନଗିରି, ୪୦ ଡିଗ୍ରି ଉପରେ ୧୧ ସହରର ତାପମାତ୍ରା
ଭୁବନେଶ୍ୱର: ଅସମ୍ଭାଳ ଖରାରେ ସିଝୁଛି ସାରା ଓଡିଶା । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଆଜି ଉଭୟ ମାଲକାନଗିରି ଓ ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଅନୁଗୁଳରେ ୪୧.୭ ଡିଗ୍ରି, ବଲାଙ୍ଗୀରରେ ୪୧.୭, ଝାରସୁଗୁଡ଼ାରେ ୪୧.୬ ଡିଗ୍ରି, ସୁନ୍ଦରଗଡରେ […]
ଭୁବନେଶ୍ୱର: ଅସମ୍ଭାଳ ଖରାରେ ସିଝୁଛି ସାରା ଓଡିଶା । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଆଜି ଉଭୟ ମାଲକାନଗିରି ଓ ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଅନୁଗୁଳରେ ୪୧.୭ ଡିଗ୍ରି, ବଲାଙ୍ଗୀରରେ ୪୧.୭, ଝାରସୁଗୁଡ଼ାରେ ୪୧.୬ ଡିଗ୍ରି, ସୁନ୍ଦରଗଡରେ ୪୦.୧, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୧ ଡିଗ୍ରି, ନୂଆପଡ଼ାରେ ୪୦.୪ ଡିଗ୍ରି, ରାଉରକେଲାରେ ୪୦.୨, ତାଳଚେରରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। କଟକରେ ୩୮ ଓ ଭୁବନେଶ୍ବରରେ ତାପମାତ୍ରା ୩୭.୪ ଡିଗ୍ରି ରେକର୍ଡ କରାଯାଇଛି।
ତେବେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହିପାରେ। ଆଉ କିଛି ଜିଲ୍ଲାରେ ହିଟ୍ୱେଭ୍ ଜାରି ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ତେବେ ଦୁଇ ଦିନ ପରେ ଅର୍ଥାତ ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।