ଆଜି ହରିଶୟନ ଏକାଦଶୀ : ୪ ମାସ ଶୋଇବେ ଠାକୁର
ପୁରୀ : ରବିବାର ହରିଶୟନ ଏକାଦଶୀ। ଏହି ଦିନଠାରୁ ୪ ମାସ ପର୍ଯ୍ୟନ୍ତ ଶୟନ ଯିବେ ମହାପ୍ରଭୁ। ତେବେ ହରିଶୟନ ଯାତ୍ରା ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ରବିବାର ଆଷାଢ ଶୁକ୍ଳ ଏକାଦଶୀ। ଶ୍ରୀଜଗନ୍ନାଥଙ୍କର ଶୟନ ଯାତ୍ରା। ମହାପ୍ରଭୁଙ୍କର ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ। ହରିଶୟନ ଏକାଦଶୀଠାରୁ ଚାରିମାସ ପର୍ଯ୍ୟନ୍ତ ଠାକୁରମାନେ ଶୟନ କରନ୍ତି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ମହାପ୍ରଭୁ ଶୟନରୁ ଉଠନ୍ତି। ଆଷାଢ଼ […]
ପୁରୀ : ରବିବାର ହରିଶୟନ ଏକାଦଶୀ। ଏହି ଦିନଠାରୁ ୪ ମାସ ପର୍ଯ୍ୟନ୍ତ ଶୟନ ଯିବେ ମହାପ୍ରଭୁ। ତେବେ ହରିଶୟନ ଯାତ୍ରା ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ରବିବାର ଆଷାଢ ଶୁକ୍ଳ ଏକାଦଶୀ। ଶ୍ରୀଜଗନ୍ନାଥଙ୍କର ଶୟନ ଯାତ୍ରା। ମହାପ୍ରଭୁଙ୍କର ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ। ହରିଶୟନ ଏକାଦଶୀଠାରୁ ଚାରିମାସ ପର୍ଯ୍ୟନ୍ତ ଠାକୁରମାନେ ଶୟନ କରନ୍ତି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ଦିନ ମହାପ୍ରଭୁ ଶୟନରୁ ଉଠନ୍ତି। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଠାକୁରମାନଙ୍କର ସମସ୍ତ ଏକାଦଶୀ ଭଳି ନୀତି ଅନୁଷ୍ଠିତ ହୋଇଥାଏ। ବିଳମ୍ବିତ ରାତିରେ ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ହୋଇ ମହାସ୍ନାନ ପରେ ଭଣ୍ଡାର ମେକାପ ଭଣ୍ଡାରଘରୁ ସୁବର୍ଣ୍ଣର ଶୟନ ଠାକୁରଙ୍କୁ ତିନିରଥକୁ ବିଜେ କରାଇବେ।
ଶ୍ରୀବଳଭଦ୍ର ଦେବଙ୍କ ରଥରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ରଥରେ ଶ୍ରୀନାରାୟଣ (ଶୟନ ଠାକୁର) ବିଜେ କରିବେ। ପୂଜାପଣ୍ଡା ଶୟନ ଠାକୁରମାନଙ୍କୁ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗକୁ ଲାଗି କରାଇବା ପରେ ରଥ ଉପରେ ମହାସ୍ନାନ ନୀତି ଅନୁଷ୍ଠିତ ହେବ। ଅନ୍ୟାନ୍ୟ ନୀତି ବଢିଲା ପରେ ତିନିଜଣ ପୂଜାପଣ୍ଡା ତିନିରଥରେ ବିଜେ ହୋଇଥିବା ଶୟନ ଠାକୁରମାନଙ୍କୁ ହାତରେ ଧରି ମନ୍ଦିରର ଭଣ୍ଡାର ଦୁଆର ନିକଟକୁ ନେଇଥାନ୍ତି। ସେଠାରେ ପାରମ୍ପରିକ ରୀତି ଅନୁଯାୟୀ, ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଶୟନ ଘରେ ପୂର୍ବରୁ ପେଡ଼ି, ତାଟ, ଶେଯ, ମାଣ୍ଡି ପ୍ରସ୍ତୁତ ରହିଥାଏ। ଠାକୁରମାନେ ଏଥିରେ ଶୟନ କରନ୍ତି। ଏହି ସମୟରେ ପ୍ରସାଦଲାଗି, ପୁଷ୍ପାଞ୍ଜଳି, କର୍ପୂର ଆଳତି, ସାତକାହାଳୀ, ସଞ୍ଜବତୀ ଓ ଦୁର୍ବାକ୍ଷତ ବନ୍ଦାପନା ପରେ ପେଡ଼ି ବନ୍ଦ କରାଯାଏ। ପେଡ଼ି ଉପରେ ଖୋଳ ପକାଯାଏ। ଏସବୁ ସରି ସମସ୍ତେ ବାହାରକୁ ଆସିଲେ ଶୟନ ଘର ଦ୍ୱାର ମଦନମୋହନଙ୍କ ମୁଦରେ ମୁଦ ଦିଆଯାଇ ବନ୍ଦ କରାଯାଏ। ଏହି ସମୟରେ ଠାକୁରମାନେ ଦକ୍ଷିଣକୁ ମୁହଁ କରି ଶୟନ କରିଥାନ୍ତି। ହରିଶୟନ ଏକାଦଶୀଠାରୁ ଚର୍ତୁମାସ ବ୍ରତ ଆରମ୍ଭ ହୋଇଥାଏ।