‘ହର୍‍ ଘର ତ୍ରିରଙ୍ଗା ଅଭିଯାନ’: ମିଶନ ଶକ୍ତି ସଦସ୍ୟାଙ୍କ ଦ୍ୱାରା ୩୦ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

The Sakala Picture
Published On

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ଗୌରବମୟ ଅବସରରେ ସାରା ଦେଶରେ ‘ହର୍‍ ଘର ତିରଙ୍ଗା’ ଅଭିଯାନ ଜୋର୍‍ଦାର୍‍ ହେବାରେ ଲାଗିଛି। ଅଗଷ୍ଟ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଘର ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି। ଆମ ରାଜ୍ୟର ମିଶନ ଶକ୍ତି ସଦସ୍ୟାମାନଙ୍କ ଔଦ୍ୟୋଗିକ ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ ସେମାନଙ୍କ ପାଖରେ ଥିବା ସିଲାଇ ୟୁନିଟଗୁଡ଼ିକର ପୂର୍ଣ୍ଣ ଉପଯୋଗ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସ୍ୱୟଂ ସହାୟକ […]

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ଗୌରବମୟ ଅବସରରେ ସାରା ଦେଶରେ ‘ହର୍‍ ଘର ତିରଙ୍ଗା’ ଅଭିଯାନ ଜୋର୍‍ଦାର୍‍ ହେବାରେ ଲାଗିଛି। ଅଗଷ୍ଟ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଘର ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ବଢ଼ିଲା ନିଲମ୍ବିତ ଆଇଆଇସି ସଂନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ, ତାଙ୍କ ବିରୋଧରେ ରୁଜୁ ହେଲା ମାମଲା

ଆମ ରାଜ୍ୟର ମିଶନ ଶକ୍ତି ସଦସ୍ୟାମାନଙ୍କ ଔଦ୍ୟୋଗିକ ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ ସେମାନଙ୍କ ପାଖରେ ଥିବା ସିଲାଇ ୟୁନିଟଗୁଡ଼ିକର ପୂର୍ଣ୍ଣ ଉପଯୋଗ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ସିଲାଇ କରିବାର ଗୁରୁଦାୟିତ୍ୱ ଅର୍ପଣ କରିଥିଲେ। ଏହି ଗୁରୁ ଦାୟିତ୍ୱକୁ ମଧ୍ୟ ମିଶନ ଶକ୍ତି ମା’ମାନେ ସଫଳତାର ସହ ସମ୍ପନ୍ନ କରିଛନ୍ତି। ନିଷ୍ଠା, ଆନ୍ତରିକତା ଓ ଶ୍ରଦ୍ଧା ଏହି ଜାତୀୟ ପତାକାକୁ ସ୍ୱତନ୍ତ୍ର କରିଛି ବୋଲି ମିଶନ ଶକ୍ତି ମା’ମାନେ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ବଦଳିଲେ ଥାନାର ସବୁ କର୍ମଚାରୀ

ଜାତୀୟ ପତାକା ସିଲାଇ କାର୍ଯ୍ୟରେ ସମ୍ପୃକ୍ତ ମିଶନ ଶକ୍ତି ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ଗୋଟିଏ ପ୍ରତିନିଧି ଦଳ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖି ଏଭଳି ଏକ ବିଶାଳ ଦାୟିତ୍ୱ ପ୍ରଦାନ କରିଥିବାରୁ ସେମାନେ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଉଲ୍ଲେଖଯୋଗ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୈନ୍ଦ୍ରିକ ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ସମନ୍ୱ୍ୱୟ ଆଣିବା, ତୃଣମୂଳ ସ୍ତରରେ ଲକ୍ଷଲକ୍ଷ ମହିଳାଙ୍କ ଯୋଗଦାନକୁ ତ୍ୱରାନ୍ୱିତ କରିବା ତଥା ସ୍ଥାୟୀ ଜୀବନଜୀବିକା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ୨୦୨୧ରେ ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଘୋଷଣା କରାଯାଇଛି। ଅତି କମ୍‍ ସମୟ ମଧ୍ୟରେ ଏତେ ସଂଖ୍ୟକ ପତାକା ତିଆରି କରିବା ଏକ ବିଶାଳ ଆହ୍ୱାନ ଥିଲା। କିନ୍ତୁ ପୂର୍ବରୁ ମିଶନ ଶକ୍ତି ଅଧୀନରେ ଥିବା ସିଲେଇ ୟୁନିଟ୍‍ଗୁଡ଼ିକ ଏଥିରେ ଯଥେଷ୍ଟ ସହାୟକ ହୋଇଥିଲା। ପତାକା ତିଆରିରେ ନିୟୋଜିତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପୂର୍ବରୁ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରାଜ୍ୟର ୨୨ଟି ଜିଲ୍ଲାର ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀର ୧୦ ହଜାରରୁ ଊର୍ଦ୍ଧ୍ବ ସଦସ୍ୟା ଏହି ପତାକା ସିଲାଇ କରିଥିଲେ। ଦୈନିକ ହାରାହାରି ୩.୫ରୁ ୪ଲକ୍ଷ ପର୍ଯ୍ୟନ୍ତ ସିଲାଇ କରି ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ କରାଯାଇଥିଲା। ପତାକା ତିଆରିର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିବାବେଳେ ଏହି ତ୍ରିରଙ୍ଗାଗୁଡ଼ିକ ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣଙ୍କୁ ବିନା ଦେୟରେ ବଣ୍ଟନ କରାଯାଇଛି।

14 Aug 2022 By The Sakala

‘ହର୍‍ ଘର ତ୍ରିରଙ୍ଗା ଅଭିଯାନ’: ମିଶନ ଶକ୍ତି ସଦସ୍ୟାଙ୍କ ଦ୍ୱାରା ୩୦ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିର ଗୌରବମୟ ଅବସରରେ ସାରା ଦେଶରେ ‘ହର୍‍ ଘର ତିରଙ୍ଗା’ ଅଭିଯାନ ଜୋର୍‍ଦାର୍‍ ହେବାରେ ଲାଗିଛି। ଅଗଷ୍ଟ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଘର ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି।

ଆମ ରାଜ୍ୟର ମିଶନ ଶକ୍ତି ସଦସ୍ୟାମାନଙ୍କ ଔଦ୍ୟୋଗିକ ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ ସେମାନଙ୍କ ପାଖରେ ଥିବା ସିଲାଇ ୟୁନିଟଗୁଡ଼ିକର ପୂର୍ଣ୍ଣ ଉପଯୋଗ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ସିଲାଇ କରିବାର ଗୁରୁଦାୟିତ୍ୱ ଅର୍ପଣ କରିଥିଲେ। ଏହି ଗୁରୁ ଦାୟିତ୍ୱକୁ ମଧ୍ୟ ମିଶନ ଶକ୍ତି ମା’ମାନେ ସଫଳତାର ସହ ସମ୍ପନ୍ନ କରିଛନ୍ତି। ନିଷ୍ଠା, ଆନ୍ତରିକତା ଓ ଶ୍ରଦ୍ଧା ଏହି ଜାତୀୟ ପତାକାକୁ ସ୍ୱତନ୍ତ୍ର କରିଛି ବୋଲି ମିଶନ ଶକ୍ତି ମା’ମାନେ ମତବ୍ୟକ୍ତ କରିଛନ୍ତି।

ଜାତୀୟ ପତାକା ସିଲାଇ କାର୍ଯ୍ୟରେ ସମ୍ପୃକ୍ତ ମିଶନ ଶକ୍ତି ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ଗୋଟିଏ ପ୍ରତିନିଧି ଦଳ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖି ଏଭଳି ଏକ ବିଶାଳ ଦାୟିତ୍ୱ ପ୍ରଦାନ କରିଥିବାରୁ ସେମାନେ ଶ୍ରୀ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୈନ୍ଦ୍ରିକ ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ସମନ୍ୱ୍ୱୟ ଆଣିବା, ତୃଣମୂଳ ସ୍ତରରେ ଲକ୍ଷଲକ୍ଷ ମହିଳାଙ୍କ ଯୋଗଦାନକୁ ତ୍ୱରାନ୍ୱିତ କରିବା ତଥା ସ୍ଥାୟୀ ଜୀବନଜୀବିକା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ୨୦୨୧ରେ ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଘୋଷଣା କରାଯାଇଛି। ଅତି କମ୍‍ ସମୟ ମଧ୍ୟରେ ଏତେ ସଂଖ୍ୟକ ପତାକା ତିଆରି କରିବା ଏକ ବିଶାଳ ଆହ୍ୱାନ ଥିଲା। କିନ୍ତୁ ପୂର୍ବରୁ ମିଶନ ଶକ୍ତି ଅଧୀନରେ ଥିବା ସିଲେଇ ୟୁନିଟ୍‍ଗୁଡ଼ିକ ଏଥିରେ ଯଥେଷ୍ଟ ସହାୟକ ହୋଇଥିଲା। ପତାକା ତିଆରିରେ ନିୟୋଜିତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପୂର୍ବରୁ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରାଜ୍ୟର ୨୨ଟି ଜିଲ୍ଲାର ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀର ୧୦ ହଜାରରୁ ଊର୍ଦ୍ଧ୍ବ ସଦସ୍ୟା ଏହି ପତାକା ସିଲାଇ କରିଥିଲେ। ଦୈନିକ ହାରାହାରି ୩.୫ରୁ ୪ଲକ୍ଷ ପର୍ଯ୍ୟନ୍ତ ସିଲାଇ କରି ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଉଦ୍ୟମ କରାଯାଇଥିଲା। ପତାକା ତିଆରିର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିବାବେଳେ ଏହି ତ୍ରିରଙ୍ଗାଗୁଡ଼ିକ ଜିଲ୍ଲା ପ୍ରଶାସନ ଦ୍ୱାରା ଜନସାଧାରଣଙ୍କୁ ବିନା ଦେୟରେ ବଣ୍ଟନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର