କୁହୁଡ଼ି ଚାଦର ତଳେ ଅଧା ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର : ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିଯାଇଛି। କୁହୁଡ଼ି ଚାଦର ତଳେ ଓଧା ଓଡ଼ିଶା ଢାଙ୍କି ହୋଇଯାଇଥିଲା। ସକାଳ ୧୦ ଟା ପର୍ଯ୍ୟନ୍ତ କୁହୁଡ଼ି ପ୍ରଭାବ ହେତୁ ଲୋକମାନେ ନାହିଁ ନ ଥିବା ସମସ୍ୟା ଭୋଗିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଏମିତି କୁହୁଡ଼ି ହୋଇଥିବା କୁହାଯାଉଛି। କୁହୁଡ଼ିର ଘନତ୍ୱ ଅଧିକ ହେତୁ ରାଜପଥରେ ଯାନବାହନ ଚଳାଚଳରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଥିଲା। ବିଶେଷଜ୍ଞମାନଙ୍କ ମତରେ, ପଶ୍ଚିମାଝଡ଼ର ଆଗମନରେ ବଙ୍ଗୋପସାଗରରୁ ପ୍ରଚୁର […]

ଭୁବନେଶ୍ୱର : ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିଯାଇଛି। କୁହୁଡ଼ି ଚାଦର ତଳେ ଓଧା ଓଡ଼ିଶା ଢାଙ୍କି ହୋଇଯାଇଥିଲା। ସକାଳ ୧୦ ଟା ପର୍ଯ୍ୟନ୍ତ କୁହୁଡ଼ି ପ୍ରଭାବ ହେତୁ ଲୋକମାନେ ନାହିଁ ନ ଥିବା ସମସ୍ୟା ଭୋଗିଛନ୍ତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଏମିତି କୁହୁଡ଼ି ହୋଇଥିବା କୁହାଯାଉଛି। କୁହୁଡ଼ିର ଘନତ୍ୱ ଅଧିକ ହେତୁ ରାଜପଥରେ ଯାନବାହନ ଚଳାଚଳରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଥିଲା। ବିଶେଷଜ୍ଞମାନଙ୍କ ମତରେ, ପଶ୍ଚିମାଝଡ଼ର ଆଗମନରେ ବଙ୍ଗୋପସାଗରରୁ ପ୍ରଚୁର ମାତ୍ରାରେ ଜଳୀୟ ବାଷ୍ଫପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ବାୟୁମଣ୍ଡଳରେ ସ୍ଥିରତା ଦେଖାଦେଉଥିବା ବେଳେ କୁହୁଡ଼ି ହେଉଛି। ଏହି ସ୍ଥିରତା ଅଧିକ ସମୟ ବଜାୟ ରହିବା ହେତୁ କୁହୁଡିର ଘନତ୍ୱ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ଉତ୍ସାହର ସହ ପାଳିତ ହେଉଛି କୃଷି ଭିତ୍ତିକ ଗଣପର୍ବ ‘ନୂଆଁଖାଇ’: ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ

ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟ. ଘନ କୁହୁଡ଼ି ଯୋଗୁଁ ଅନୁଗୁଳରେ ଦୃଶ୍ୟମାନ କ୍ଷମତା ୨୦ ମିଟରକୁ ଖସି ଆସିଥିବାବେଳେ ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ସ୍ଥାନରେ ମଧ୍ୟ ସମାନ ସ୍ଥିତି ଥିଲା। ଅନ୍ୟପଟେ ଶୁକ୍ରବାରଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ ଏହି ବର୍ଷା ହେବା ନେଇ ଆକଳନ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ବରଗଡ଼଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼଼, ସୁନ୍ଦରଗଡ଼଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହୋଇପାରେ। ସେହିପରି ୨୩ ତାରିଖରେ ବର୍ଷାର ପରିମାଣ ସବୁଠାରୁ ଅଧିକ ରହିବ। ୨୩ରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିବ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ - କାର୍‌ ସହ ୫ ଡକାୟତ ଗିରଫ

ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବିିଭିନ୍ନ ସ୍ଥାନରେ ଏମିତ ବର୍ଷା ଜାରି ରହିବ। ଏହାର ପ୍ରଭାବ ଅନେକ ସ୍ଥାନରେ ଆରମ୍ଭ ହୋଇଛି। ଶୁକ୍ରବାରଠାରୁ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଆସିଛି। ମେଘୁଆ ପାଗ ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ମଧ୍ୟ ହୋଇଛି। ଆକଶରେ ମେଘଖଣ୍ଡ ହେତୁ ତାପମାତ୍ରାରେ ବୃଦ୍ଧି ଆରମ୍ଭ ହୋଇଛି। ଏହା ଆହୁରି ବଢ଼଼ିବ ବୋଲି ପାଣିପାଗ କେନ୍ଦ୍ର କହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨ ଦିନ ମଧ୍ୟରେ ରାଜ୍ୟରେ ଆହୁରି ୨-୩ ଡିିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧିି ପାଇବ। ଫଳରେ ଶୀତର ପ୍ରକୋପ ହ୍ରାସ ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭୁଲିଗଲେ ୩୫୦୦ ଟଙ୍କା ପ୍ରତିଶ୍ରୁତି, ଭତ୍ତାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର