କ୍ୟାରମ୍‍ ଖେଳରୁ ଖଣ୍ଡଯୁଦ୍ଧ: ବସ୍ତିରେ ବୁଲିଲା ୩୦ ଖଣ୍ଡା, ଭୁଜାଲି; ୨୦ ରୁ ଅଧିକ ଆହତ

The Sakala Picture
Published On

ଭୁବନେଶ୍ୱର: ଗତ ୨ ଦିନ ତଳେ କ୍ୟାରମ ଖେଳକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ୨ ଯୁବଗୋଷ୍ଠୀ ମଧ୍ୟରେ ବିବାଦୀୟ ପରିସ୍ଥିତି ଶୁକ୍ରବାର ସନ୍ଧ୍ୟାରେ ଉଗ୍ରରୂପ ଧାରଣ କରିଥିଲା। ପରିଣାମ ସ୍ୱରୂପ ମଞ୍ଚେଶ୍ୱର ଥାନା ମୁଣ୍ଡାବସ୍ତିରେ ଶୁକ୍ରବାର ରାତିରେ ଆତଙ୍କରାଜ ଦେଖିବାକୁ ମିଳିଛି। ନିଶାଗ୍ରସ୍ତ ଅବସ୍ଥାରେ ୩୦ରୁ ଅଧିକ ଯୁବକ ଖଣ୍ଡା, ଭୁଜାଲି ଧରି ବସ୍ତି ଭିତରେ ଆତଙ୍କ ସୃଷ୍ଟି କରିଥିଲେ। ଯାହାକୁ ସମ୍ମୁଖରେ ପାଇଲେ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଏହାସହ ଘର ଭିତରେ ପଶି ମଧ୍ୟ ମହିଳାଙ୍କୁ […]

ଭୁବନେଶ୍ୱର: ଗତ ୨ ଦିନ ତଳେ କ୍ୟାରମ ଖେଳକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ୨ ଯୁବଗୋଷ୍ଠୀ ମଧ୍ୟରେ ବିବାଦୀୟ ପରିସ୍ଥିତି ଶୁକ୍ରବାର ସନ୍ଧ୍ୟାରେ ଉଗ୍ରରୂପ ଧାରଣ କରିଥିଲା। ପରିଣାମ ସ୍ୱରୂପ ମଞ୍ଚେଶ୍ୱର ଥାନା ମୁଣ୍ଡାବସ୍ତିରେ ଶୁକ୍ରବାର ରାତିରେ ଆତଙ୍କରାଜ ଦେଖିବାକୁ ମିଳିଛି। ନିଶାଗ୍ରସ୍ତ ଅବସ୍ଥାରେ ୩୦ରୁ ଅଧିକ ଯୁବକ ଖଣ୍ଡା, ଭୁଜାଲି ଧରି ବସ୍ତି ଭିତରେ ଆତଙ୍କ ସୃଷ୍ଟି କରିଥିଲେ। ଯାହାକୁ ସମ୍ମୁଖରେ ପାଇଲେ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଏହାସହ ଘର ଭିତରେ ପଶି ମଧ୍ୟ ମହିଳାଙ୍କୁ ଦୁର୍ବ୍ୟବହାର କଲେ। ଯିଏ ବିରୋଧ କଲା ତାଙ୍କୁ ମଧ୍ୟ ଭୁଜାଲିରେ ହାଣିଲେ। ଘର ଆଗରେ ରହିଥିବା ବାଇକ୍‍ ଏବଂ ଅଟୋକୁ ଭାଙ୍ଗି ରୁଜି ଦେଇଥିଲେ। ଦୀର୍ଘ ୨୦ ମିନିଟ୍‍ ଧରି ବସ୍ତିରେ ଚାଲିଥିଲା ଆତଙ୍କରାଜ। କିନ୍ତୁ ଦୀର୍ଘସମୟ ପର୍ଯ୍ୟନ୍ତ ପୁଲିସର ଦେଖା ମିଳି ନ ଥିଲା। ଫଳରେ ଏହାର ସୁଯୋଗରେ ଅଭିଯୁକ୍ତମାନେ ବହୁ ସମୟ ଧରି କ୍ଷୟକ୍ଷତି ଘଟାଇଥିଲେ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଦୁର୍ବୃତ୍ତଙ୍କ ଆକ୍ରମଣରେ ୨୦ ରୁ ଅଧିକ ଆହତ ହୋଇଥିବା ମିଳିଛି ମିଳିଛି । ଆହତ ହୋଇଥିବା ବ୍ୟକ୍ତିମାନେ ହେଲେ ମୁଣ୍ଡାବସ୍ତିର ଛବି ଦାଶ(୩୫), ରଘୁ ମୁଣ୍ଡା(୬୧), ରାଉତ ଭଦ୍ରା(୩୫), ସୁରତ ସିରିଆ(୨୦), ଟାଇଗର ଶିବ, ବିପିନି ପୃଷ୍ଟି, ସମ୍ଭାରୀ ହେମ୍ବ୍ରମ୍‍, ରଞ୍ଜନ ଗୌଡ଼ ଏବଂ କାଳିଆ ଦାଶ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଡାକ୍ତର କହିଛନ୍ତି। ଗୋଷ୍ଠୀ ସଂଘର୍ଷକୁ ନେଇ ମୁଣ୍ଡାସାହିରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ ରହିଛନ୍ତି। ଏଭଳି ଆକ୍ରମଣକୁ ବିରୋଧ କରି ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ଯୋଗୁଁ ୧୬ ନମ୍ବର ଜାତୀୟ ରାଜପଥ ଦୁଇ ଘଣ୍ଟା ଧରି ବନ୍ଦ ରହିଥିଲା। ଶହଶହ ଗାଡ଼ି ମୋଟର ଅଟକି ରହିବା ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ଖବର ପାଇ ଡିସିପି ଉମାଶଙ୍କର ଦାସ, ଏସିପି ଏବଂ ମଞ୍ଚେଶ୍ୱର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅପରାଧୀମାନେ ଆକ୍ରମଣ କରିବା ସହ ବସ୍ତି ଭିତରେ ଥିବା ୧୦ ରୁ ଅଧିକ ଗାଡି ଭାଙ୍ଗି ଚୂରମାର କରିଦେଇଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଆକ୍ରମଣକାରୀଙ୍କୁ ଧରିବା ପାଇଁ ୫ ଜଣିଆ ଟିମ୍‍ ଗଠନ କରାଯାଇଛି। ଏନେଇ ଥାନା ଅଧିକାରୀ ସୁଧୀର କୁମାର ସାହୁ କହିଛନ୍ତି ଯେ, ଆକ୍ରମଣକାରୀମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ। ଗୁରୁବାର ନିଶାକାରବାରକୁ ନେଇ ହାତାହାତି ହୋଇଥିଲା। ଆଜି ତାହା ଉଗ୍ରରୂପ ଧାରଣ କରିବା ସହ ମୁଣ୍ଡାସାହି ତଳସାହିର ଜଣେ ଯୁବକକୁ ଅଟକ ରଖି ମାଡ଼ ମାରିବା ପରେ ସେ ତାର ଅନ୍ୟ ସାଙ୍ଗମାନଙ୍କୁ ଫୋନ କରି ଡାକିଥିଲେ। ୩୦ରୁ ଅଧିକ ଯୁବକ ଆସି ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ଆକ୍ରମଣ ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସୂଚନାଯୋଗ୍ୟ ଯେ, ଦୁଇ ଦିନ ତଳେ ମଞ୍ଚେଶ୍ୱର ଥାନା ମୁଣ୍ଡା ସାହିରେ କ୍ୟାରମ୍‍ ଖେଳରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀର ପିଲାକୁ ମାଡ଼ ମାରିଥିଲେ। ହେଲେ ବସ୍ତି ଲୋକଙ୍କ ହସ୍ତକ୍ଷେପ ପରେ ଏହା ସମାଧାନ ହୋଇଯାଇଥିଲା। କିନ୍ତୁ ଶୁକ୍ରବାର ସନ୍ଧ୍ୟା ସମୟରେ ବସ୍ତିରେ କିଛି ଯୁବକ ବସିଥିଲେ। ନିକଟରେ ଥିବା ଏକ ମଦ ଦୋକାନ ନିକଟରୁ ୩୦ ଜଣ ଯୁବକ ମଦ ପିଇବା ପରେ ୨୦ ରୁ ଅଧିକ ବାଇକରେ ହାତରେ ଖଣ୍ଡା, ଭୁଜାଲି, ଛୁରୀ ଓ ଠେଙ୍ଗା ଧରି ବସ୍ତିକୁ ପ୍ରବେଶ କରିଥିଲେ। ଯାହାକୁ ପାଇଲେ ତାହାଙ୍କୁ ଗୋଡାଇ ହାଣିଲେ। ଏଭଳି ଆତଙ୍କ ଦେଖି ଅନେକ ଲୋକେ ଜୀବନ ବିକଳରେ ଘର ଭିତରକୁ କବାଟ ଦେଇ ପଶି ଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର