ନାତିର ମୃତ୍ୟୁ ଖବର ଶୁଣି ଚାଲିଗଲା ଆଈର ଜୀବନ, ଏକସଙ୍ଗେ ଜୁଇରେ ଜଳିଲା ଦୁଇଟି ଶବ

The Sakala Picture
Published On

ବଲାଙ୍ଗୀର: ନାତିର ମୃତ୍ୟୁ ଖବର ଶୁଣି ଚାଲିଗଲା ଆଈର ଜୀବନ । ବଲାଙ୍ଗିର ଜିଲ୍ଲା ସଦେଇପାଲି ଲୋୟର ସୁକତେଲ ବିସ୍ଥାପିତ କଲୋନୀରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ନାତିର ମୃତ୍ୟୁ ଖବର ଶୁଣି ଟଳିପଡିଲେ ଆଈ । ମୃତ ନାତିର ନାମ ସୁମନ୍ତ ଖୁଆସ ଓ ଆଈଙ୍କ ନାମ ସୁନିତା ଖୁଆସ । ଗତକାଲି ରାତିରେ ଅସୁସ୍ଥ ଅନୁଭବ କରି ମେଡିକାଲରେ ଭର୍ତ୍ତି ହୋଇଥିଲେ ସୁମନ୍ତ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଘରକୁ ମୃତଦେହ ନେଇଥିଲେ ପରିବାର । ନାତିର ମୃତଦେହ ଦେଖି ଟଳିପଡ଼ିଥିଲେ ସୁନିତା । ଦୁଇ ଜଣଙ୍କ ମୃତ୍ୟୁ ପରେ ଏକାସାଙ୍ଗରେ ଜୁଇ ଜଳିଛି । ଏହି ଖବର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ସୂଚନା ଅନୁସାରେ, ସୁମନ ଖୁଆସ ଗତକାଲି ରାତିରେ ଶୋଇଥିବା ବେଳେ ସେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲର ଜରୁରୀକାଳୀନ ବିଭାଗରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ମାତ୍ର ମଙ୍ଗଳବାର ଭୋର ସମୟରେ ସେ ପୁଣି ଅସୁସ୍ଥ ଅନୁଭବ କରିବା ସହ ଗୁରୁତର ହୋଇ ପଡିଥିଲେ । ପୁଣି ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତଦେହକୁ ଘରକୁ ଅଣାଯାଇଥିବା ବେଳେ ନାତିର ମୃତଦେହ ଦେଖି ଆଈ ସୁନିତା ଖୁଆସ କାନ୍ଦିକାନ୍ଦି ଅସହ୍ୟ ହୋଇପଡ଼ିଥିଲେ । ଫଳରେ ତାଙ୍କ ଦେହ ଖରାପ ହୋଇଯାଇଥିଲା । ତାଙ୍କୁ ଡାକ୍ତରଖାନାକୁ ନେବାବେଳେ ହଠାତ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

25 Nov 2025 By The Sakala

ନାତିର ମୃତ୍ୟୁ ଖବର ଶୁଣି ଚାଲିଗଲା ଆଈର ଜୀବନ, ଏକସଙ୍ଗେ ଜୁଇରେ ଜଳିଲା ଦୁଇଟି ଶବ

ବଲାଙ୍ଗୀର: ନାତିର ମୃତ୍ୟୁ ଖବର ଶୁଣି ଚାଲିଗଲା ଆଈର ଜୀବନ । ବଲାଙ୍ଗିର ଜିଲ୍ଲା ସଦେଇପାଲି ଲୋୟର ସୁକତେଲ ବିସ୍ଥାପିତ କଲୋନୀରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ନାତିର ମୃତ୍ୟୁ ଖବର ଶୁଣି ଟଳିପଡିଲେ ଆଈ । ମୃତ ନାତିର ନାମ ସୁମନ୍ତ ଖୁଆସ ଓ ଆଈଙ୍କ ନାମ ସୁନିତା ଖୁଆସ । ଗତକାଲି ରାତିରେ ଅସୁସ୍ଥ ଅନୁଭବ କରି ମେଡିକାଲରେ ଭର୍ତ୍ତି ହୋଇଥିଲେ ସୁମନ୍ତ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଘରକୁ ମୃତଦେହ ନେଇଥିଲେ ପରିବାର । ନାତିର ମୃତଦେହ ଦେଖି ଟଳିପଡ଼ିଥିଲେ ସୁନିତା । ଦୁଇ ଜଣଙ୍କ ମୃତ୍ୟୁ ପରେ ଏକାସାଙ୍ଗରେ ଜୁଇ ଜଳିଛି । ଏହି ଖବର ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ, ସୁମନ ଖୁଆସ ଗତକାଲି ରାତିରେ ଶୋଇଥିବା ବେଳେ ସେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲର ଜରୁରୀକାଳୀନ ବିଭାଗରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ମାତ୍ର ମଙ୍ଗଳବାର ଭୋର ସମୟରେ ସେ ପୁଣି ଅସୁସ୍ଥ ଅନୁଭବ କରିବା ସହ ଗୁରୁତର ହୋଇ ପଡିଥିଲେ । ପୁଣି ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତଦେହକୁ ଘରକୁ ଅଣାଯାଇଥିବା ବେଳେ ନାତିର ମୃତଦେହ ଦେଖି ଆଈ ସୁନିତା ଖୁଆସ କାନ୍ଦିକାନ୍ଦି ଅସହ୍ୟ ହୋଇପଡ଼ିଥିଲେ । ଫଳରେ ତାଙ୍କ ଦେହ ଖରାପ ହୋଇଯାଇଥିଲା । ତାଙ୍କୁ ଡାକ୍ତରଖାନାକୁ ନେବାବେଳେ ହଠାତ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା ।

https://www.thesakala.in/latest-odisha-news/grandmother-after-hearing-the-news-of-her-grandsons-death/article-43284
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର