ହରଡ଼ଘଣାରେ ସରକାରୀ ବାବୁ; ସମ୍ପତ୍ତି ତାଲିକା ଦେଲେ ନାହିଁ; ମିଳିବନି ପଦୋନ୍ନତି...

ଆଉ ବଢ଼ିବ ନାହିଁ ସମ୍ପତ୍ତି ତାଲିକା ଦାଖଲ ଅବଧି

Deviprasad Mohanty Picture
Published On

ଭୁବନେଶ୍ୱର: ଏବେ ହରଡ଼ଘଣାରେ ପଡ଼ିଛନ୍ତି ସରକାରୀ ବାବୁ। ଯେଉଁ ଅଧିକାରୀ ୨୦୨୪ ମସିହାର ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି, ଚଳିତ ବର୍ଷ ସେମାନେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ସେହିପରି ୨୦୨୫ ମସିହାର ସମ୍ପତ୍ତି ତାଲିକା ଆସନ୍ତା ଜାନୁଆରୀ ୧ରୁ ୩୧ ତାରିଖ ମଧ୍ୟରେ ଦାଖଲ କରିବାକୁ ହେବ। ଯେଉଁମାନେ ଏହି ତାଲିକା ଦାଖଲ କରିବାରେ ବ୍ୟର୍ଥ ହେବେ, ସେମାନଙ୍କୁ ଆଗାମୀ ବର୍ଷ ବି ପଦୋନ୍ନତି ମିଳିବ ନାହିଁ ବୋଲି ସୂଚନା ମିଳିଛି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗରୁ ନିର୍ଦ୍ଦେଶନାମା ଜାରି ହୋଇଛି । 

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ବିଭାଗ ପକ୍ଷରୁ କୁହାଯାଇଛି ଯେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବହୁ ସରକାରୀ  କର୍ମଚାରୀ ସେମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ ଦାଖଲ କରିନାହାନ୍ତି। ସମ୍ପତ୍ତି ତାଲିକା ଦାଖଲ କରିବାର ସମୟସୀମା ବୃଦ୍ଧି ପାଇଁ ଇତିମଧ୍ୟରେ ବହୁ ଅନୁରୋଧ ବିଭାଗ ପାଖରେ ହସ୍ତଗତ ହୋଇଥିଲା। ବିଭାଗୀୟସ୍ତରରେ ଏହି ଅନୁରୋଧକୁ ବିଚାର କରାଯିବା ପରେ ପ୍ରଶାସନିକ ଶୃଙ୍ଖଳାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ୨୦୨୪ ଆର୍ଥିକ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦାଖଲ କରିବା ପାଇଁ ଆଉ କୌଣସି ସମୟସୀମା ବୃଦ୍ଧି କରାଯିବ ନାହିଁ। ଏପରିକି ଏଥିନିମିତ୍ତ ଆଉ  ପୋର୍ଟାଲ ଖୋଲିବ ନାହିଁ ବୋଲି ସାଧାରଣ ବିଭାଗ ସ୍ପଷ୍ଟ କରିଛି।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଭାଗୀୟ ପଦୋନ୍ନତି ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ କରିବା ବାଧ୍ୟତାମୂଳକ । ଏହି ନିୟମ ଆଧାରରେ ଯେଉଁ କର୍ମଚାରୀ ନିଜର ସମ୍ପତ୍ତି ତାଲିକା ନିର୍ଦ୍ଧାରିତ ସମୟରେ ଦାଖଲ କରିନାହାନ୍ତି ସେମାନେ ପଦୋନ୍ନତି ପାଇଁ କୌଣସି ବିଭାଗୀୟ ପଦୋନ୍ନତି କମିଟି(ଡିପିସି) ନିକଟରେ ଯୋଗ୍ୟ ବିବେଚିତ ହେବେ ନାହିଁ  । ଏପରିକି ସମସ୍ତ ବିଭାଗ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବା ସହ ସମ୍ପତ୍ତି ତାଲିକା ଦାଖଲ ନକରିଥିବା କୌଣସି କର୍ମଚାରୀଙ୍କ ପଦୋନ୍ନତି ଆବେଦନ ଯେପରି ଡିପିସି ନିକଟରେ ଉପସ୍ଥାପିତ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ପତ୍ତି ତାଲିକା ଦାଖଲ କରି ନ ଥିବାରୁ ଅନେକ ପୁଲିସ ସବ୍‌ଇନ୍ସପେକ୍ଟର ପଦୋନ୍ନତି ପାଇବାକୁ ବଞ୍ଚିତ ହୋଇଛନ୍ତି । 

ଆହୁରି ପଢ଼ନ୍ତୁ: ବାତ୍ୟା ଆଶଙ୍କା: ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର