ବିଦ୍ଧିବଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି, ଏଣିକି ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ

The Sakala Picture
Published On

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ରହିବ । ଏନେଇ ରାଜ୍ୟ ସରକାରଙ୍କ ଦକ୍ଷତା କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆଜି ବିଜ୍ଞପ୍ତି ପ୍ରକାଶ କରିଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ରାଜ୍ୟ ସରକାରଙ୍କୁ ପୂର୍ବରୁ ସୁପାରିସ୍ କରିଥିଲା । ହାଇକୋର୍ଟର ପୂର୍ବତନ ବିଚାରପତି ଡକ୍ଟର ଏ.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ୮ ତାରିଖରେ […]

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ରହିବ । ଏନେଇ ରାଜ୍ୟ ସରକାରଙ୍କ ଦକ୍ଷତା କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଆଜି ବିଜ୍ଞପ୍ତି ପ୍ରକାଶ କରିଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ରାଜ୍ୟ ସରକାରଙ୍କୁ ପୂର୍ବରୁ ସୁପାରିସ୍ କରିଥିଲା । ହାଇକୋର୍ଟର ପୂର୍ବତନ ବିଚାରପତି ଡକ୍ଟର ଏ.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ୮ ତାରିଖରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ ହୋଇଥିଲା ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବର୍ବରକାଣ୍ଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୟୁଟ୍ୟୁବରଙ୍କୁ ହତ୍ୟା, ୩ ଗିରଫ

ହାଇପାୱାର କମିଟିର ସୁପାରିସ୍ ଗୁଡ଼ିକ ହେଲା, ସରକାରୀ ସ୍କୁଲ ଓ ଜୁନିଅର କଲେଜରେ ପାସ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷଣ ପ୍ରଦାନ। ଏହି ସଂରକ୍ଷଣ ବ୍ୟବସ୍ଥା ଉଭୟ ସାଧାରଣ ବର୍ଗ ଓ ସରଂକ୍ଷିତ ବର୍ଗଙ୍କ କ୍ଷେତ୍ରରେ ସମାନଭାବରେ ଲାଗୁ ହେବ। ଓଡ଼ିଶା ପ୍ରଫେସନାଲ ଏଜୁକେସନ୍ ଆଇନ ୨୦୦୭ର ସେକ୍ସନ-୯ ଅନୁସାରେ ରାଜ୍ୟ ସରକାର ଏ ନେଇ ବିଜ୍ଞପ୍ତି କରିପାରିବେ ବୋଲି କମିଟି ସୁପାରିସ କରିଥିଲା । ସେହି ଅନୁସାରେ ଆଜି କୌଶଳ ବିକାଶ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ଭକ୍ତିମୟ ପରିବେଶ: ଜୟ ଜଗନ୍ନାଥ ଓ ଗୋବିନ୍ଦା ଧ୍ୱନିରେ କମ୍ପୁଛି ଡିଜିଟାଲ ପ୍ଲାଟଫର୍ମ

ବିଜ୍ଞପ୍ତି ଅନୁସାରେ ୧୫ ପ୍ରତିଶତ ସଂରକ୍ଷଣ ସୁବିଧା ପାଇବାକୁ ଥିବା ଶିକ୍ଷାନୁଷ୍ଠାନଗୁଡିକ ହେଲେ ସରକାରୀ ହାଇସ୍କୁଲ, ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ, ଉଚ୍ଚ ମାଧ୍ୟମିକ ସ୍କୁଲ, ଜୁନିଅର କଲେଜ ପ୍ରମୁଖ । ସେହିପରି ସଂରକ୍ଷଣ ସୁବିଧା ଥିବା ଡାକ୍ତରୀ ପାଠ୍ୟକ୍ରମରେ ଏମବିବିଏସ, ବିଡିଏସ, ବିଏଚଏମଏସ, ବିଏଏମଏସ, ବିଏସଏମଏସ, ବିୟୁଏମଏସ ସାମିଲ ରହିଛି । ଇଂଜିନିୟରିଂ କୋର୍ସରେ ବି.ଟେକ, ବି.ଇ, ଏବଂ ବି.ଆର୍କକୁ ସାମିଲ କରାଯାଇଛି । ସେହିପରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଛାତ୍ରଛାତ୍ରୀ ଅଣସଂରକ୍ଷିତ ସିଟ ପାଇଁ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିପାରିବେ। ଯଦି ୧୫ ପ୍ରତିଶତ ସିଟ ପୂରଣ ନହୁଏ ତେବେ ସେହି କ୍ଷେତ୍ରରେ ତାହା ଅନ୍ୟବର୍ଗର ଛାତ୍ରଛାତ୍ରୀଙ୍କୁ ଆବଣ୍ଟନ କରାଯାଇପାରିବ ।

ଆହୁରି ପଢ଼ନ୍ତୁ: ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp