ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ଖୋଲିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ

The Sakala Picture
Published On

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ବିଭାଗ ଓ ପଚାଂୟତିରାଜ ବିଭାଗ ଆବଶ୍ୟକୀୟ ପ୍ରସ୍ତୁତ ରହିବାକୁ ପଚାଂୟତିରାଜ,ପାନୀୟଜଳ,ଆଇନ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଆଜି ଦୁଇ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ରାଜ୍ୟର ୨୦୯ଟି ବ୍ଲକ୍ ଏବଂ ୭୭ ଟି ପୌରାଚଂଳ ପ୍ରଭାବିତ ହେବାର ଆଶଙ୍କା ଥିବା ପ୍ରକାଶ । ସମସ୍ତ ପୌରାଚଂଳରେ ଖାଲୁଆ ଅଂଚଳରୁ ବର୍ଷାପାଣି ନିଷ୍କାସନ […]

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନଗର ଉନ୍ନୟନ ବିଭାଗ ଓ ପଚାଂୟତିରାଜ ବିଭାଗ ଆବଶ୍ୟକୀୟ ପ୍ରସ୍ତୁତ ରହିବାକୁ ପଚାଂୟତିରାଜ,ପାନୀୟଜଳ,ଆଇନ, ଗୃହନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଆଜି ଦୁଇ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ରାଜ୍ୟର ୨୦୯ଟି ବ୍ଲକ୍ ଏବଂ ୭୭ ଟି ପୌରାଚଂଳ ପ୍ରଭାବିତ ହେବାର ଆଶଙ୍କା ଥିବା ପ୍ରକାଶ । ସମସ୍ତ ପୌରାଚଂଳରେ ଖାଲୁଆ ଅଂଚଳରୁ ବର୍ଷାପାଣି ନିଷ୍କାସନ ପାଇଁ ପ୍ରାୟ ୫୦୦ ଟି ଜେନ୍‌ସେଟ୍ ଓ ଡିଜି ସେଟ୍ ଅନ ହୁଇଲ ବାବସ୍ଥା କରାଯାଇଛି । ଆବଶ୍ୟକ ସ୍ଥଳେ ଅଧି୍‌କ ଜେନେରେଟର ବ୍ୟବସ୍ଥା କରିବାକୁ କୁହାଯାଇଛି । ଜେନେରେଟର ଓ ପାଣି ପମ୍ଫ ଆଗୁଆ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ରଖି ଆବଶ୍ୟକ ବେଳେ ତୁରନ୍ତ କାମରେ ଲାଗିପାରିବ ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ସେହିପରି ବାତ୍ୟା ଆଶ୍ରୟ ସ୍ଥଳିମାନଙ୍କରେ ଯେପରି ପିଇବା ପାଣିର କୌଣସି ପ୍ରକାର ଅସୁବିଧା ନହୁଏ , ସେଥି ପ୍ରତି ସତର୍କ ରହିବାକୁ କୁହାଯାଇଛି । ଏଥି ପାଇଁ ଆବଶ୍ୟ ସଂଖ୍ୟକ ସିନ୍ଟେକ୍ସ ଟାଙ୍କି ବାବସ୍ଥା କରି ପିଇବା ପାଣି ମହଜୁତ ରଖାଯିବ । ସହରାଚଂଳମାନଙ୍କରେ ଜିଲ୍ଲାପାଳ ମାନଙ୍କ ପରାମର୍ଶ କ୍ରମେ ଖାଦ୍ୟ ବ୍ୟବସ୍ଥା କରାଯିବ ।ପୌରାଚଂଳମାନଙ୍କରେ ୨୪ ଘଂଟିଆ ୟୁନିଫାଏଡ୍ ନିୟନ୍ତ୍ରଣ କକ୍ଷଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ସେହିପରି ସହରଚଂଳର ଯେଉଁଠି ଜଳବନ୍ଦି ସମସ୍ୟା ରହିବ ସେହି ସବୁ ସ୍ଥାନଗୁଡିକୁ ଚିହ୍ନଟ କରି ବ୍ୟବସ୍ଥା ଗ୍ରହଣ ସହିତ ଆବଶ୍ୟକ ହେଲେ ପାୟାରବ୍ରିଗେଡ୍ ସାହାଯ୍ୟ ନେବାକୁ ପରାମର୍ଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ଅନ୍ୟପଟେ ପ୍ରଭାବିତ ହେବାକୁ ଆଶଙ୍କା ଥିବା ୨୦୯ ଟି ବ୍ଲକ୍ ଅଂଚଳରେ ମଧ୍ୟ ଅନୁରୂପ ବ୍ୟବସ୍ଥା ମାନ ଗ୍ରହଣ କରାିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଯୋଗୁ କୌଣସି ଯାଗାରେ ଯଦି ରାସ୍ତା ଆବରୋଧ ହୁଏ ତାକୁ ତୁରନ୍ତ ସଫା କରାଯିବ । ବର୍ଷାଜଳ ପରିମାଣ ମାପିବା ବା ରେନ୍‌ଗଜ୍ ଗୁଡିକୁ କାର୍ୟ୍ୟକ୍ଷମ ରଖିବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳିରେ ଲୋକଙ୍କ ରହିବା ପାଇଁ ଆବସ୍ୟକ ସୁବିଧା ସୁଯୋଗ ବ୍ୟବସ୍ଥା କରିବାକୁ , ପାନୀୟ ଜଳ ବ୍ୟବସ୍ଥା କରିବାକୁ ଓ ବର୍ଷା ପରବର୍ତି ସମୟରେ ନଳକୂପ ଓ ଅନ୍ୟାନ୍ୟ ପାନୀୟ ଜଳ ଉତ୍ସଗୁଡିକୁ ଯୁଦ୍ଧକାଳୀନ ଭିତିରେ ବିଶୋଧନ କରିବା , ତଳିଆ ଅଂଚଳମାନଙ୍କରୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତର କରିବା ଓ ସେମାନଙ୍କ ନିମନ୍ତେ ଖାଦ୍ୟ ପେୟ ବ୍ୟବସ୍ଥା କରାଯିବ । ବାତ୍ୟାପାଇଁ ଏହି ସବୁ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ଜିଲ୍ଲାପାଳ , ପୌରନିର୍ବାହୀ ଅଧିକାରୀ ଏବଂ ପଚାଂୟତିରାଜ ବିଭାଗ ତରଫରୁ ସମସ୍ତ ଜିଲ୍ଲାପାଳ , ପିଡି,ଡିଆର୍‌ଡିଏ ଓ ଗୋଷ୍ଠୀଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି । ତେବ ବିଭାଗ ତରଫରୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଲୋକସେବା ଭବନସ୍ଥିତ ମନ୍ତ୍ରୀ ଶ୍ରୀ ଜେନାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ପୌରପ୍ରଶାସକ ସଂଗ୍ରାମଜିତ୍ ନାୟକ , ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ , ପଚାଂୟତିରାଜ ନିର୍ଦ୍ଦେଶକ ଗଣେଶ ଚନ୍ଦ୍ର ପାତ୍ର , ୱାଟ୍‌କୋ ସିଇଓ ପି.ସି.ସ୍ୱାଇଁ , ଇ.ଆଇ.ସି ଜନସ୍ୱାସ୍ଥ୍ୟ ରବିନ୍ଦ୍ର ନାଥ ନାୟକ , ନଗରଉନ୍ନୟନ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଭାତ ମହାପାତ୍ର ଓ ଉପଶାସନ ସଚିବ ସନ୍ତୋଷ କୁମାର ଦାଶଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର