ଟମାଟୋ ହେଉକି ଗୁଳିମାଡ ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ ସେବା କରିଚାଲିବି: 5T ଅଧ୍ୟକ୍ଷ

The Sakala Picture
Published On

ବେଲଗୁଣ୍ଠା : ମୋ ଉପରେ ଟମାଟୋ, ଅଣ୍ଡା, ଚପଲ, କାଳିମାଡ, ଗୁଳିମାଡ କରନ୍ତୁ। କିଛି ପରବାୟ ନାହିଁ। ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ ସେବା କରିଚାଲିବି ବୋଲି କହିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଗଞ୍ଜାମ ବେଲଗୁଣ୍ଠା ଗସ୍ତରେ ଯାଇ ଭରପୂର ଜନସଭାରେ ଉଦବୋଧନ ଦେଇ କାର୍ତ୍ତିକ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଅନେକ ଲୋକ ଆସିବେ, ମଞ୍ଚଉପରେ ଭାଷଣ ଦେଇ ଚାଲିଯିବେ। ମାତ୍ର ମୁଁ ସେପରି ଲୋକ ନୁହେଁ। ଲୋକଙ୍କ ସେବା […]

ବେଲଗୁଣ୍ଠା : ମୋ ଉପରେ ଟମାଟୋ, ଅଣ୍ଡା, ଚପଲ, କାଳିମାଡ, ଗୁଳିମାଡ କରନ୍ତୁ। କିଛି ପରବାୟ ନାହିଁ। ମୁଁ ଲୋକଙ୍କ ପାଖକୁ ଆସିବି ଓ ଲୋକଙ୍କ ସେବା କରିଚାଲିବି ବୋଲି କହିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଗଞ୍ଜାମ ବେଲଗୁଣ୍ଠା ଗସ୍ତରେ ଯାଇ ଭରପୂର ଜନସଭାରେ ଉଦବୋଧନ ଦେଇ କାର୍ତ୍ତିକ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଅନେକ ଲୋକ ଆସିବେ, ମଞ୍ଚଉପରେ ଭାଷଣ ଦେଇ ଚାଲିଯିବେ। ମାତ୍ର ମୁଁ ସେପରି ଲୋକ ନୁହେଁ। ଲୋକଙ୍କ ସେବା କରିଚାଲିବି। ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି ସେ ଗତଥର ସୋରଡା ଆସିବାବେଳେ ୪୪୦ଟି ଦରଖାସ୍ତ ପାଇଥିଲେ। ସେଥିରୁ ୪୦୦ଟି ସମସ୍ୟାର ସମାଧାନ ହୋଇଛି।

ଆହୁରି ପଢ଼ନ୍ତୁ: ପୁରୁଷ ବନ୍ଧୁଙ୍କ ଘରୁ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅବଶିଷ୍ଟ ଦରଖାସ୍ତ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଅଞ୍ଚଳର ବିକାଶ ଲାଗି ୬୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପିପଳପଙ୍କା ଜଳପ୍ରକଳ୍ପ ଲାଗି ୧ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି।  ବେଲଗୁଣ୍ଠା ସାଇନସ କଲେଜର ଉନ୍ନତି ଲାଗି ୨କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସୋରଡା ଋଷିକୁଲ୍ଯା କଲେଜ ଲାଗି ୨ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସୋରଡା ଡିଗ୍ରୀ ଓ ଜୁନିଅର କଲେଜ ଲାଗି ୧ କୋଟି ୯ ୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ବେଲଗୁଣ୍ଠା ଓ ସୋରଡାର ସବୁ କଲେଜର ରୂପାନ୍ତରଣ ଲାଗି ଟଙ୍କା ମଞ୍ଜୁର ହୋଇସାରିଛି।

ବ୍ରାହ୍ମଣ ଦେବୀ ମନ୍ଦିରର ଉନ୍ନତି ଲାଗି ୧ କୋଟି ୧୦ ଲକ୍ଷ ଟଙ୍କା ଏବଂ ମା ଖୁଣ୍ଟେଶ୍ବରୀ ମନ୍ଦିର ଲାଗି ୧ କୋଟି ୯୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ବୋଲି ସେ କହିଛନ୍ତି। ତ୍ରିପଳପଙ୍କା ଡ୍ଯାମ ଓ ସୋରଡା ଜଳଭଣ୍ଡାର ବିସ୍ଥାପିତଙ୍କ ପଟ୍ଟା ସମସ୍ଯାର ସମାଧାନ ହୋଇଛି। ୬୦-୭୦ ବର୍ଷ ଧରି ଲାଗି ରହିଥିବା ସମସ୍ଯାର ଅନ୍ତଘଟିବା ସହ ସମସ୍ତ ବିସ୍ଥାପିତ ପଟ୍ଟା ପାଇଛନ୍ତି। ବେଲଗୁଣ୍ଠାର ପିତଳ ମାଛ କାରିଗରୀକୁ ବିଶ୍ବସ୍ତରରେ ପରିଚିତ କରାଯିବ। ଏ ଦିଗରେ ସହଯୋଗ କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଫାଇଭ-ଟି ଅଧ୍ୟକ୍ଷ। ସେ କହିଛନ୍ତି- ମନ୍ଦିର, ମସଜିଦ, ଚର୍ଚ୍ଚ ସମ୍ପର୍କରେ ୨୭ ତାରିଖ ସୁଦ୍ଧା ଖୁସି ଖବର ମିଳିବ। ଯେଉଁମାନେ ଭତ୍ତା ପାଇନାହାନ୍ତି ସେମାନଙ୍କୁ ବି ଖୁବ ଶୀଘ୍ର ଭତ୍ତା ମିଳିବ।

ରାଜ୍ଯ ସରକାର ଗର୍ଭବତୀଙ୍କ ଉନ୍ନତି ଲାଗି ମମତା ଯୋଜନା କରିଛନ୍ତି। ଆଗରୁ ଗର୍ଭବତୀଙ୍କୁ ୫ ହଜାର ଟଙ୍କା ମିଳୁଥିବାବେଳେ ବର୍ତ୍ତମାନ ୧୦ ହଜାର ଟଙ୍କା ସେମାନେ ପାଉଛନ୍ତି। ଆଗରୁ କଳାକାର ଓ ବୁଣାକାର ଭତ୍ତା ଥିଲା ୧୨ ଶହ ଟଙ୍କା। ବର୍ତ୍ତମାନ ତାହା ୨ ହଜାର ଟଙ୍କା ହୋଇଛି। ଯୁକ୍ତ ୩ ଛାତ୍ର ଲାଗି ନୂଆ-ଓରେ ୯ ହଜାର ଟଙ୍କା ବୃତ୍ତି ମିଳିବ। ସେହିପରି ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ବୃତ୍ତି ମିଳିବ। ୭ ଦିନ ମଧ୍ୟରେ ପିଲାଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ବାପାମାଙ୍କ ଉପରେ ବୋଝ ହ୍ରାସ ଲାଗି ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ହାତକୁ ନେଇଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନାରେ ମାମାନଙ୍କୁ ୧୦ ଲକ୍ଷ, ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର ସହାୟତା କରାଯାଉଛି। ଯୁବପିଢିଙ୍କୁ ବ୍ଯବସାୟ ଲାଗି ଲକ୍ଷେ ଟଙ୍କାଯାଏ ବିନା ସୁଧରେ ଋଣ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବେଲଗୁଣ୍ଠା ପ୍ରବାଦପୁରୁଷ ବିଜୁବାବୁ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମମାଟି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ।

22 Feb 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର