ଘରେ ଶୋଇଥିବାବେଳେ କାମୁଡ଼ିଲା ବିଷାକ୍ତ ସାପ, ଚାଲିଗଲା ଦୁଇ ଜଣଙ୍କ ଜୀବନ

The Sakala Picture
Published On

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅଞ୍ଚଳରେ ଆଜି ଗୋଟିଏ ଦିନରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତ ସାନଘାଟି ବାହୁତିପଲ୍ଲୀ ଗ୍ରାମର ମହେଶ୍ୱର ଜେନା(୩୮) ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା । ତେବେ ଆଜି ଅର୍ଥାତ୍ ଶୁକ୍ରବାର ଭୋର ସମୟରେ ମହେଶ୍ୱର ଅଚେତ୍ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ପରିବାର ଲୋକେ […]

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅଞ୍ଚଳରେ ଆଜି ଗୋଟିଏ ଦିନରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତ ସାନଘାଟି ବାହୁତିପଲ୍ଲୀ ଗ୍ରାମର ମହେଶ୍ୱର ଜେନା(୩୮) ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା । ତେବେ ଆଜି ଅର୍ଥାତ୍ ଶୁକ୍ରବାର ଭୋର ସମୟରେ ମହେଶ୍ୱର ଅଚେତ୍ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂପର୍କରେ ମୃତ ମହେଶ୍ୱରଙ୍କ ବଡ଼ଭାଇ ସୁକାନ୍ତ ଜେନା ଖଲ୍ଲିକୋଟ ଥାନା ପୋଲିସକୁ ଜଣାଇବା ପରେ ଥାନା ଏସ ଆଇ ହିମାଂଶୁ ଶେଖର ପାତ୍ର ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ନେଇ ଖଲ୍ଲିକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ସେହିପରି ବାଣିଆ ପଞ୍ଚାୟତ ମେଦିପୁର ଗ୍ରାମର ରୁକୁଣା ପ୍ରଧାନ(୭୦) ନାମକ ଜଣେ ବୃଦ୍ଧା ଆଜି ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଖଲ୍ଲିକୋଟ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

22 Sep 2023 By The Sakala

ଘରେ ଶୋଇଥିବାବେଳେ କାମୁଡ଼ିଲା ବିଷାକ୍ତ ସାପ, ଚାଲିଗଲା ଦୁଇ ଜଣଙ୍କ ଜୀବନ

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅଞ୍ଚଳରେ ଆଜି ଗୋଟିଏ ଦିନରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତ ସାନଘାଟି ବାହୁତିପଲ୍ଲୀ ଗ୍ରାମର ମହେଶ୍ୱର ଜେନା(୩୮) ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା । ତେବେ ଆଜି ଅର୍ଥାତ୍ ଶୁକ୍ରବାର ଭୋର ସମୟରେ ମହେଶ୍ୱର ଅଚେତ୍ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂପର୍କରେ ମୃତ ମହେଶ୍ୱରଙ୍କ ବଡ଼ଭାଇ ସୁକାନ୍ତ ଜେନା ଖଲ୍ଲିକୋଟ ଥାନା ପୋଲିସକୁ ଜଣାଇବା ପରେ ଥାନା ଏସ ଆଇ ହିମାଂଶୁ ଶେଖର ପାତ୍ର ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ନେଇ ଖଲ୍ଲିକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ସେହିପରି ବାଣିଆ ପଞ୍ଚାୟତ ମେଦିପୁର ଗ୍ରାମର ରୁକୁଣା ପ୍ରଧାନ(୭୦) ନାମକ ଜଣେ ବୃଦ୍ଧା ଆଜି ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଖଲ୍ଲିକୋଟ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇ ଆସିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର