ବିରଳ ପ୍ରଜାତିର ଚକ୍ଷୁହୀନ ମାଛ ଚିହ୍ନଟ

The Sakala Picture
Published On

ଗୋପାଳପୁର: ମୁମ୍ବାଇ ସିନବ୍ରାଞ୍ଜିଡ୍ ଦୃଷ୍ଟିହୀନ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ଏକ ୩ ଫୁଟିଆ ଗୋଲେଇର କୂଅରୁ ୪୦ ଫୁଟ ଗଭୀରରୁ ୨୦୨୦ ମସିହା ଫେବୃଆରୀ ମାସରେ ଠାକରେ ଚାଇଲ୍ଡ ଲାଇନ୍ ଫାଉଣ୍ଡେସନର ତେଜସ୍ ଠାକ୍‌ରେ ଏକ ବିରଳ ପ୍ରଜାତିର ମାଛ ପାଇଥିଲେ। ସେ ବିରଳ ପ୍ରଜାତିର ଜାଣିପାରି ଏହାର ପରୀକ୍ଷା ନିରୀକ୍ଷା ପାଇଁ ଅଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଆଇସିଏଆର୍‌ର ବୈଜ୍ଞାନିକ ପ୍ରବୀଣ ରାଜ ଏବଂ ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ […]

ଗୋପାଳପୁର: ମୁମ୍ବାଇ ସିନବ୍ରାଞ୍ଜିଡ୍ ଦୃଷ୍ଟିହୀନ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ଏକ ୩ ଫୁଟିଆ ଗୋଲେଇର କୂଅରୁ ୪୦ ଫୁଟ ଗଭୀରରୁ ୨୦୨୦ ମସିହା ଫେବୃଆରୀ ମାସରେ ଠାକରେ ଚାଇଲ୍ଡ ଲାଇନ୍ ଫାଉଣ୍ଡେସନର ତେଜସ୍ ଠାକ୍‌ରେ ଏକ ବିରଳ ପ୍ରଜାତିର ମାଛ ପାଇଥିଲେ। ସେ ବିରଳ ପ୍ରଜାତିର ଜାଣିପାରି ଏହାର ପରୀକ୍ଷା ନିରୀକ୍ଷା ପାଇଁ ଅଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଆଇସିଏଆର୍‌ର ବୈଜ୍ଞାନିକ ପ୍ରବୀଣ ରାଜ ଏବଂ ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ର ଅଧିକାରୀ ବୈଜ୍ଞାନିକ ଡ.ଅନିଲ ମହାପାତ୍ରଙ୍କ ସହ ଯୋଗାଯୋଗ କରିଥିଲେ। ପରେ ଗୋପାଳପୁର ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ରକୁ ପରୀକ୍ଷା ନିରୀକ୍ଷା ପାଇଁ ପଠାଇଥିଲେ । ଏଠାରେ ବୈଜ୍ଞାନିକ ଡ. ଅନିଲ ମହାପାତ୍ର, ପ୍ରବୀଣ ରାଜ, ତେଜସ ଠାକ୍‌ରେ ଏବଂ ମୁମ୍ବାଇ ଆଇସିଆର୍‌ର ବୈଜ୍ଞାନିକ ଅନାମ ପାଭାନ କୁମାର ପ୍ରାୟ ଦେଢ଼ ବର୍ଷ ଧରି ବିଭିନ୍ନ ପରୀକ୍ଷା ନିରୀକ୍ଷା ଜାରି ରଖିଥିଲେ ।

ଡିଏନ୍‌ଏ ଟେଷ୍ଟ କରାଯିବା ପରେ ଏହା ଏକ ନୂତନ ପ୍ରଜାତିର ମାଛ ବୋଲି ଜଣାପଡ଼ିଛି। ଏହି ମାଛର ମେରୁଦଣ୍ଡ ରହିଛି। ଏଥିରେ ୧୬୪ ଖଣ୍ଡ ହାଡ଼ ରହିଥିବା ବେଳେ ଏକ ଧାଡ଼ିରେ ଛୋଟ ଛୋଟ ଦାନ୍ତ ରହିଛି। ଏହା ଲାଲ୍ ରଙ୍ଗ ରଙ୍ଗର ହୋଇଥିବା ବେଳେ ଏହି ମାଛ ଭୂତଳ ଭୂମିରେ ବାସ କରନ୍ତି ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ଏହି ମାଛର ଆଖି ନ ଥାଏ। ଏହା ବିଷାକ୍ତ ନୁହନ୍ତି । ଏହି ମାଛ ମୁମ୍ବାଇରେ ମିଳିଥିବାରୁ ଏହାର ନାମକରଣ ମୁମ୍ବାଇ ଇଷ୍ଟ ଦେବୀଙ୍କ ନାମରେ ରାକ୍ଟାମିଚିଥସ ମୁମ୍ବା ଓ ମୁମ୍ବାଇ ଦୃଷ୍ଟିହୀନ ମାଛ ବୋଲି କୁହାଯାଉଥିବା ଗୋପାଳପୁର ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡ. ଅନିଲ ମହାପାତ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର