ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଆଉ କୌଣସି ଦଳରେ ନାହିଁ, ବିଜେଡିରେ ହିଁ ଲୋକଙ୍କ ପାଇଁ କାମ କରିବାର ସୁଯୋଗ ଅଛି : ରଞ୍ଜନ ପଲେଇ

The Sakala Picture
Published On

ଭୁବନେଶ୍ବର : ବିଜେପି ଛାଡି ବିଜେଡିରେ ମିଶିଲେ ରଞ୍ଜନ ପଲେଇ। ଆସିକା ନିର୍ବାଚନ ମଣ୍ଡଳୀର ସଦସ୍ୟ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ ଆଜି ବିଜେପି ଦଳ ଛାଡିବା ପରେ ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ରଞ୍ଜନ ପଲେଇ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । କବିସୂର୍ଯ୍ୟନଗରର ଜଣେ ଦକ୍ଷ ସଙ୍ଗଠକ ଭାବେ ପରିଚିତ ରଞ୍ଜନ ପଲାଇ ଦଳୀୟ ବିଶୃଙ୍ଖଳା ସହିତ ରାଜ୍ୟ ବିଜେପି ସଭାପତିଙ୍କ ନୈରାଶ୍ୟଜନକ […]

ଭୁବନେଶ୍ବର : ବିଜେପି ଛାଡି ବିଜେଡିରେ ମିଶିଲେ ରଞ୍ଜନ ପଲେଇ। ଆସିକା ନିର୍ବାଚନ ମଣ୍ଡଳୀର ସଦସ୍ୟ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରଞ୍ଜନ ପଲେଇ ଆଜି ବିଜେପି ଦଳ ଛାଡିବା ପରେ ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ରଞ୍ଜନ ପଲେଇ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । କବିସୂର୍ଯ୍ୟନଗରର ଜଣେ ଦକ୍ଷ ସଙ୍ଗଠକ ଭାବେ ପରିଚିତ ରଞ୍ଜନ ପଲାଇ ଦଳୀୟ ବିଶୃଙ୍ଖଳା ସହିତ ରାଜ୍ୟ ବିଜେପି ସଭାପତିଙ୍କ ନୈରାଶ୍ୟଜନକ ମନ୍ତବ୍ୟକୁ ବିରୋଧ କରି ଦଳ ଛାଡିଛନ୍ତି । ଆଜି ସେ ବିଜେଡିରେ ଯୋଗ ଦେଇଥିବା ବେଳେ ତାଙ୍କୁ ବିଜେଡିକୁ ସ୍ୱାଗତ କଲେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ; ଗେଷ୍ଟ ହାଉସ ଭିତରେ ପଶି ଖେଳିଲେ ରକ୍ତର ହୋଲି

ଆହୁରି ପଢ଼ନ୍ତୁ: ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍‌, MSP ଧାର୍ଯ୍ୟ କରିବେ ସରକାର

ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ରଞ୍ଜନ ଆଜି ଘରକୁ ଫେରିଛନ୍ତି। ସେମାନେ ବୁଝିଲେ ଯେ ନବୀନ ପଟ୍ଟନାୟକ ହି ରାଜ୍ୟ ଓ ଗଞ୍ଜାମର ବିକାଶ କରି ପାରିବେ। ରଞ୍ଜନଙ୍କୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଣିଛନ୍ତି। ବିଜେଡି ଏକ ମାତ୍ର ଦଳ ଯିଏ ଓଡ଼ିଶା ପାଇଁ କାମ କରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ମୋ ପରିବାର। ଏଣୁ ବିଜେଡି ସର୍ବଦା ଓଡ଼ିଶାବାସୀଙ୍କ ପାଇଁ କାମ କରିଚାଲିଛି ଏବଂ ଆଗକୁ କରୁଥିବ।

ଆହୁରି ପଢ଼ନ୍ତୁ: କିଛି ସ୍ଥାନର ଇଂରାଜୀ ବନାନ ପରିବର୍ତ୍ତନକୁ ବିଜେଡିର କଟାକ୍ଷ: ସୁଶାସନ ନୁହେଁ; ନାମ ଓ ରଙ୍ଗ ପରିବର୍ତ୍ତନ ପ୍ରାଥମିକତା ହୋଇଛି

ଏଥି ସହିତ ସାଂସଦ ମାନସ ମଙ୍ଗରାଜ କହିଛନ୍ତି ଯେ ରଞ୍ଜନ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ଥିଲେ। ଆଜି ଇସ୍ତଫା ଦେଇଛନ୍ତି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସ୍ୱାଗତ ଓ ଧନ୍ୟବାଦ ଜଣାଇଛନ୍ତି ମାନସ ମଙ୍ଗରାଜ।

ତେବେ ରଞ୍ଜନ ପଲେଇ ବିଜେଡିରେ ମିଶିବା ପରେ କହିଛନ୍ତି ମତେ ବିଜେଡିରେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବି। ବିଶାଳ ହୃଦୟ ରଖି ସେ ମତେ ଗ୍ରହଣ କରିଛନ୍ତି।ବିଜେଡି ନୀତି ଆଦର୍ଶ ଓ ଓଡ଼ିଶା ଉନ୍ନତିରେ ମୋର ସହଯୋଗ ରହିବ।ଆଶୀର୍ବାଦ ଓ ସହଯୋଗ ପାଇଁ ଧନ୍ୟବାଦ।ବିନା ଦ୍ଵିଧାରେ ଲତିକା ପ୍ରଧାନ ମତେ ବିଜେଡି ଆଣିଛନ୍ତି। ମୁଁ ଓ ବିକ୍ରମ ପଣ୍ଡା ଛାତ୍ର ରାଜନୀତିରୁ କାମ କରିଛୁ। ମୁଁ ବିଜେଡିରେ ଥିଲି, ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ମନମାନୀକୁ ପ୍ରତିବାଦ କରି ୨୦୧୭ରେ ବିଜେପିରେ ଯୋଗ ଦେଲି। ହେଲେ ବିଜେପି ରାଜ୍ୟ ଉନ୍ନତି ପାଇଁ ନୁହେଁ, ନିଜ ପାଇଁ ଲଢ଼ୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଆଉ କୌଣସି ଦଳରେ ନାହିଁ। ବିଜେଡିରେ ଲୋକଙ୍କ ପାଖକୁ ଯାଇ ସହଯୋଗ କରି କାମ କରିବାରେ ସୁଯୋଗ ଅଛି।

ଅନ୍ୟପଟେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ କହିଛନ୍ତି ଯେ ରଞ୍ଜନଙ୍କ ଘର ବାହୁଡା଼ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ପୁଣି ଘରକୁ ଫେରିଛନ୍ତି। ଆମେ ମିଳିମିଶି କାମ କରିବୁ, ଲୋକଙ୍କ ସବୁ ସମସ୍ୟା ସମାଧାନ ସହ ସେମାନଙ୍କ ସୁଖ ଦୁଖଃରେ ସାଥ୍‌ ଦେବୁ। ଆଜି ରଞ୍ଜନଙ୍କ ସହ ମଣ୍ଡଳ ସଭାପତି ଅଶୋକ ସାହୁ, ଅଶୋକ ପ୍ରଧାନ, ମୀନକେତନ ପାଣିଗ୍ରାହୀ, ସୁଦର୍ଶନ ସାହୁ ଓ ପ୍ରଶାନ୍ତ ସାହୁ ମଧ୍ୟ ବିଜେପି ଛାଡ଼ିଛନ୍ତି । ସେହିପରି କୋଦଳା ଏନଏସିର ୫ କାଉନସିଲରଙ୍କ ପ୍ରତିନିଧିଙ୍କ ସହ ପଞ୍ଚାୟତ ଓ ବୁଥ୍ ସଭାପତି, ବିଭିନ୍ନ ମୋର୍ଚ୍ଚା ସଭାପତିଙ୍କ ସହ ଶତାଧିକ କର୍ମୀ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp