ପ୍ରେମ ପାଇଁ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା

The Sakala Picture
Published On

ବ୍ରହ୍ମପୁର: ସଦର ଥାନା ଅଧୀନସ୍ଥ ବଳରାମପଲି ରଙ୍ଗୁଣିପଲି ନିକଟ ଏକ କେନାଲରେ ଜଣେ ଯୁବକ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ନୂଆ ମକରଝୋଳ ଗ୍ରାମର ଭାସ୍କର ସାହୁଙ୍କ ପୁଅ ଅଶୋକ କୁମାର ସାହୁ। ସୂଚନା ଅନୁଯାୟୀ, ଅଶୋକ ପୁଚିଲିମା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଗତ ବାର ବର୍ଷ ହେଲା ପ୍ରେମ କରିଆସୁଥିଲେ। କିନ୍ତୁ ଏବେ ସମ୍ପୃକ୍ତ ମହିଳା ଅନ୍ୟଜଣେ ଯୁବକଙ୍କ ପ୍ରେମରେ […]

ବ୍ରହ୍ମପୁର: ସଦର ଥାନା ଅଧୀନସ୍ଥ ବଳରାମପଲି ରଙ୍ଗୁଣିପଲି ନିକଟ ଏକ କେନାଲରେ ଜଣେ ଯୁବକ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ନୂଆ ମକରଝୋଳ ଗ୍ରାମର ଭାସ୍କର ସାହୁଙ୍କ ପୁଅ ଅଶୋକ କୁମାର ସାହୁ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

ସୂଚନା ଅନୁଯାୟୀ, ଅଶୋକ ପୁଚିଲିମା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଗତ ବାର ବର୍ଷ ହେଲା ପ୍ରେମ କରିଆସୁଥିଲେ। କିନ୍ତୁ ଏବେ ସମ୍ପୃକ୍ତ ମହିଳା ଅନ୍ୟଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିବା ଅଶୋକ ଜାଣିପାରିବାରୁ ଉକ୍ତ ମହିଳା ଓ ତାଙ୍କ ନୂଆ ପ୍ରେମିକ ତାଙ୍କୁ ମାରିବାକୁ ଉଦ୍ୟମ କରୁଥିଲେ ବୋଲି ଅଶୋକ ଏକ ହାତଲେଖା ଚିଠିରେ ଉଲ୍ଲେଖ କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ଅଶୋକ ଏହି ହାତଲେଖା ଚିଠି ଫେସ୍‍ବୁକ୍‍ ରେ ପୋଷ୍ଟ କରିଛନ୍ତି। ଏଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ‘ମୁଁ ଆଜି ଆତ୍ମହତ୍ୟା କରିବାକୁ ଯାଉଛି। ମୋ ମୃତ୍ୟୁ ପାଇଁ ଜଣେ ମହିଳା ଓ ଜଣେ ପୁରୁଷ ଦାୟୀ ବୋଲି ସେ ଲେଖିଛନ୍ତି।’

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

ଘଟଣା ପୂର୍ବରୁ ଅଶୋକ ନିଜ ବଡ଼ଭାଇଙ୍କୁ ମଧ୍ୟ ଫୋନ କରିଥିଲେ। ସେ ପହଞ୍ଚିବା ପୂର୍ବରୁ ଅଶୋକ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ରହ୍ମପୁର ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ୨୩/୨୦୨୨ରେ ଏକ ମାମଲା ରୁଜୁ ହେଇଛି ବୋଲି ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନବୀନଙ୍କ ଅନୁମୋଦନ: ନଭେମ୍ବର ୩୦ ଯାଏଁ ବଢ଼ିଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର