ପ୍ରେମ ପାଇଁ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା

The Sakala Picture
Published On

ବ୍ରହ୍ମପୁର: ସଦର ଥାନା ଅଧୀନସ୍ଥ ବଳରାମପଲି ରଙ୍ଗୁଣିପଲି ନିକଟ ଏକ କେନାଲରେ ଜଣେ ଯୁବକ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ନୂଆ ମକରଝୋଳ ଗ୍ରାମର ଭାସ୍କର ସାହୁଙ୍କ ପୁଅ ଅଶୋକ କୁମାର ସାହୁ। ସୂଚନା ଅନୁଯାୟୀ, ଅଶୋକ ପୁଚିଲିମା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଗତ ବାର ବର୍ଷ ହେଲା ପ୍ରେମ କରିଆସୁଥିଲେ। କିନ୍ତୁ ଏବେ ସମ୍ପୃକ୍ତ ମହିଳା ଅନ୍ୟଜଣେ ଯୁବକଙ୍କ ପ୍ରେମରେ […]

ବ୍ରହ୍ମପୁର: ସଦର ଥାନା ଅଧୀନସ୍ଥ ବଳରାମପଲି ରଙ୍ଗୁଣିପଲି ନିକଟ ଏକ କେନାଲରେ ଜଣେ ଯୁବକ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ନୂଆ ମକରଝୋଳ ଗ୍ରାମର ଭାସ୍କର ସାହୁଙ୍କ ପୁଅ ଅଶୋକ କୁମାର ସାହୁ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ସୂଚନା ଅନୁଯାୟୀ, ଅଶୋକ ପୁଚିଲିମା ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଗତ ବାର ବର୍ଷ ହେଲା ପ୍ରେମ କରିଆସୁଥିଲେ। କିନ୍ତୁ ଏବେ ସମ୍ପୃକ୍ତ ମହିଳା ଅନ୍ୟଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିବା ଅଶୋକ ଜାଣିପାରିବାରୁ ଉକ୍ତ ମହିଳା ଓ ତାଙ୍କ ନୂଆ ପ୍ରେମିକ ତାଙ୍କୁ ମାରିବାକୁ ଉଦ୍ୟମ କରୁଥିଲେ ବୋଲି ଅଶୋକ ଏକ ହାତଲେଖା ଚିଠିରେ ଉଲ୍ଲେଖ କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ଅଶୋକ ଏହି ହାତଲେଖା ଚିଠି ଫେସ୍‍ବୁକ୍‍ ରେ ପୋଷ୍ଟ କରିଛନ୍ତି। ଏଥିରେ ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ‘ମୁଁ ଆଜି ଆତ୍ମହତ୍ୟା କରିବାକୁ ଯାଉଛି। ମୋ ମୃତ୍ୟୁ ପାଇଁ ଜଣେ ମହିଳା ଓ ଜଣେ ପୁରୁଷ ଦାୟୀ ବୋଲି ସେ ଲେଖିଛନ୍ତି।’

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଘଟଣା ପୂର୍ବରୁ ଅଶୋକ ନିଜ ବଡ଼ଭାଇଙ୍କୁ ମଧ୍ୟ ଫୋନ କରିଥିଲେ। ସେ ପହଞ୍ଚିବା ପୂର୍ବରୁ ଅଶୋକ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ରହ୍ମପୁର ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ୨୩/୨୦୨୨ରେ ଏକ ମାମଲା ରୁଜୁ ହେଇଛି ବୋଲି ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର