ନୈସର୍ଗିକ ଶୋଭାର ଭଣ୍ଡାର ‘ଶାନ୍ତିଝର ପୀଠ’; ବଣଭୋଜି ସାଙ୍ଗକୁ ଭ୍ରମଣର ମଜା ଏବଂ ଦେବ ଦେବୀ ଦର୍ଶନ

The Sakala Picture
Published On

ଗଞ୍ଜାମ (ହୃଦାନନ୍ଦ ଜେନା): ଶୀତଦିନରେ ପିକନିକର ମଜା ନେବା ପାଇଁ ଏଠାରେ ଲୋକଙ୍କ ଭିଡ଼ ଜମୁଛି। ବଣଭୋଜି ସାଙ୍ଗକୁ ଭ୍ରମଣର ମଜା, ଦେବ ଦେବୀ ଦର୍ଶନ ଓ ଛୋଟ ଛୋଟ ପିଲାଙ୍କ ପାଇଁ ରହିଛି ଶିଶୁ ଉଦ୍ୟାନ। ବ୍ୟସ୍ତବହୁଳ ଜୀବନକୁ କିଛି କ୍ଷଣ ପାଇଁ ବିଶ୍ରାମ ଦେବା ପାଇଁ ଏହା ଏକ ଉତ୍କୃଷ୍ଟ ସ୍ଥାନ। ଝରଣାରେ ଗାଧୋଇବା ସାଙ୍ଗକୁ ଶାନ୍ତିର ସହକାରେ ଠାକୁରଙ୍କ ନିକଟରେ ସମୟ କଟାଇବା ପାଇଁ ଦୂରଦୁରାନ୍ତରୁ ଲୋକେ ଏଠାକୁ ଆସି ଭିଡ଼ ଜମାନ୍ତି। […]

ଗଞ୍ଜାମ (ହୃଦାନନ୍ଦ ଜେନା): ଶୀତଦିନରେ ପିକନିକର ମଜା ନେବା ପାଇଁ ଏଠାରେ ଲୋକଙ୍କ ଭିଡ଼ ଜମୁଛି। ବଣଭୋଜି ସାଙ୍ଗକୁ ଭ୍ରମଣର ମଜା, ଦେବ ଦେବୀ ଦର୍ଶନ ଓ ଛୋଟ ଛୋଟ ପିଲାଙ୍କ ପାଇଁ ରହିଛି ଶିଶୁ ଉଦ୍ୟାନ। ବ୍ୟସ୍ତବହୁଳ ଜୀବନକୁ କିଛି କ୍ଷଣ ପାଇଁ ବିଶ୍ରାମ ଦେବା ପାଇଁ ଏହା ଏକ ଉତ୍କୃଷ୍ଟ ସ୍ଥାନ। ଝରଣାରେ ଗାଧୋଇବା ସାଙ୍ଗକୁ ଶାନ୍ତିର ସହକାରେ ଠାକୁରଙ୍କ ନିକଟରେ ସମୟ କଟାଇବା ପାଇଁ ଦୂରଦୁରାନ୍ତରୁ ଲୋକେ ଏଠାକୁ ଆସି ଭିଡ଼ ଜମାନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପୁଣି କରୋନା ଛନକା: ଗଞ୍ଜାମରେ ଚିହ୍ନଟ ହେଲେ ନୂଆ କୋଭିଡ-୧୯ ଆକ୍ରାନ୍ତ !

ବ୍ୟସ୍ତ ବହୁଳ ଜୀବନ ଭିତରେ ଆଧୁନିକ ମଣିଷ ଟିକେ ଶାନ୍ତି ଖୋଜିବାରେ ବ୍ୟସ୍ତ। ସତେ ଯେମିତି ନୈସର୍ଗିକ ଶୋଭାର ଭଣ୍ଡାର ଶାନ୍ତିଝର ତାହାର ପ୍ରକୃତ ଠିକଣା। ଗଞ୍ଜାମ ଜିଲ୍ଲାର ଧରାକୋଟ ଗଡ଼ ନିକଟରେ ଅବସ୍ଥିତ ଅପରୂପ ଶୋଭାରାଜିରେ ପରିପୂର୍ଣ ଶାନ୍ତିଝର ପୀଠ। ଶାନ୍ତ କାନ୍ତ ପରିବେଶ ସାଙ୍ଗକୁ ଝରଣାର କୁଳୁକୁଳୁ ନାଦ, ଭଳିକି ଭଳି ବୃକ୍ଷରାଜିରେ ପରିପୂର୍ଣ୍ଣ ଏହାର ପ୍ରାକୃତିକ ପରିବେଶ। ଶାନ୍ତିଝରକୁ ଅଧିକ ଆକର୍ଷଣୀୟ କରୁଛି ନିକାଞ୍ଚନ ସ୍ଥାନରେ ମୟୂର ମାନଙ୍କ ନୃତାୟନ ଦୃଶ୍ୟ।

ବ୍ରହ୍ମପୁର ଠାରୁ ଖରୀଆର ରୋଡ ଜାତୀୟ ରାଜପଥ ୫୯ରେ ୫୫ କିମି ଏବଂ ଆସିକା ଠାରୁ ମାତ୍ର ୧୫ କିମି ଅତିକ୍ରମ କଲେ ରହିଛି ଶାନ୍ତିଝର ପୀଠ। ସମ୍ପୂର୍ଣ୍ଣ ଜଙ୍ଗଲୀ ପରିବେଶରେ ଥିବା ଏହି ସ୍ଥାନର ନିମ୍ନ ଦେଶରେ ରହିଛି ମା’କଠୁଳିଆଙ୍କ ମନ୍ଦିର। ମଧ୍ୟ ଭାଗରେ ମା ରାଜ ରାଜ ଗଡ଼ଚଣ୍ଡିଙ୍କ ବାସସ୍ଥଳୀ ଏବଂ ସବା ଉପରେ ହନୁମାନ ବାଟିକା। ଇତିହାସକୁ ଅବଲୋକନ କଲେ ଜଣାଯାଏ ଘଞ୍ଚ ଜଙ୍ଗଲ ସୁଳିଆ ପାହାଡ଼ର କେଉଁ ଏକ ଅଜଣା ସ୍ଥାନରୁ ଝରି ଆସୁଛି ଶାନ୍ତିଝର। ଧରାକୋଟ ଆଖ ପାଖ ଗାଁର ଲୋକେ ଶୁଳିଆ ପାହାଡ ଉପରେ ଥିବା ମା ଦୁର୍ଗାଦେବୀଙ୍କ ପୀଠକୁ ଆଷାଢ଼ ମାସରେ ଯିବା ପାଇଁ ଯାତ୍ରା ଆରମ୍ଭ କରିବା ବେଳେ ଏବଂ ଜଙ୍ଗଲକୁ କାଠ କାଟିବା ପାଇଁ ଯିବାବେଳେ ନିରାପଦ ଓ ଅକ୍ଷତ ଭାବରେ ଜଙ୍ଗଲରୁ ଫେରିବା ପାଇଁ ପୀଠର ନିମ୍ନଭାଗରେ ମା କାଠୁଳିଆ ଦେବୀଙ୍କୁ ସ୍ଥାପନ କରିଥିଲେ। ବିଶ୍ୱାସ ରହିଛି ଜଙ୍ଗଲକୁ ଯିବାବେଳେ ଶୁଭ ମନାସି ଯାତ୍ରା ଆରମ୍ଭ କରିବା ପୂର୍ବରୁ ମାଙ୍କୁ ମୁଣ୍ଡିଆଟିଏ ମାରି ଯାଉଥିବା ଲୋକେ ଆଜି ପର୍ଯ୍ୟନ୍ତ ନିରାପଦ ଓ ଅକ୍ଷତ ଭାବରେ ବାହୁଡ଼ି ଆସୁଛନ୍ତି। ଯାହାକି ଏହି ପୀଠର ବିଶ୍ୱାସ ଓ ଭକ୍ତିକୁ ଦ୍ୱିଗୁଣିତ କରିଛି।

ଶାନ୍ତ କାନ୍ତ ପ୍ରାକୃତିକ ପରିବେଶ ସାଙ୍ଗକୁ ଯୋଡ଼ିହୋଇ ରହିଛି ଆଧ୍ୟାତ୍ମିକ ପରିବେଶ। ବଣ ଭୋଜି ପାଇଁ ମଝିରେ ମଝିରେ ପିଣ୍ଡି ଓ ପାଇପ ଲାଇନ ଦ୍ୱାରା ଜଳ ନିମ୍ନ ଭାଗକୁ ଅଣାଯାଇଥିବା ଯୋଗୁଁ ଏହା ରୋଷେଇ ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛି। ଏତେ ସବୁ ଆମୋଦ ପ୍ରମୋଦ ସୁବିଧା ରହିଥିଲେ ମଧ୍ୟ ସରକାରଙ୍କ ଶୁଭଦୃଷ୍ଟି ଏହି ସ୍ଥାନ ଉପରେ ପଡ଼ିନାହିଁ। ସରକାରଙ୍କ ପର୍ଯ୍ୟଟନ ମାନଚିତ୍ରରେ ଏହା ସ୍ଥାନ ପାଇନାହିଁ। ଯାହା ଫଳରେ ଏହାର ପାରିପାର୍ଶ୍ବିକ ବିକାଶ ହୋଇପାରିନାହିଁ। ଏଣୁ ଧରାକୋଟ ଅଞ୍ଚଳର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଯେପରି ଉନ୍ନତି ହେବା କଥା ତାହା ହୋଇପାରୁନାହିଁ। ପ୍ରଶାସନ ତରଫରୁ ଶାନ୍ତିଝରର ଉନ୍ନତି ପାଇଁ ପଦକ୍ଷେପ ନିଆଗଲେ ଏହାର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହେବା ସହ ଅଧିକ ଆକର୍ଷଣୀୟ ହେବ ଏବଂ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିବ।

24 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର