ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନରେ 5T ସଚିବଙ୍କ ମାରାଥନ ସମୀକ୍ଷା, ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିବା ସହ ଦେଉଛନ୍ତି ସମାଧାନର ପ୍ରତିଶୃତି

The Sakala Picture
Published On

ଗଞ୍ଜାମ : ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନରେ 5T ସଚିବ ଭି.କେ ପାଣ୍ଡିଆନଙ୍କ ମାରାଥନ ସମୀକ୍ଷା । ଦ୍ବିତୀୟ ଦିନରେ ଆଜି ଭଞ୍ଜନଗରରେ ଲୋକଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡ଼ିଆରେ ପହଞ୍ଚିବା ପରେ ବିପୁଳ ସ୍ବାଗତ କରିଛନ୍ତି ମିଶନ ଶକ୍ତି ମା’ । ରାକ୍ଷୀ ବାନ୍ଧି ଶୁଭ ମନାସିଥିଲେ ମା’ । ଭଞ୍ଜନଗର ଅଂଚଳରେ ପିଇବା ପାଣି ପାଇଁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ […]

ଗଞ୍ଜାମ : ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନରେ 5T ସଚିବ ଭି.କେ ପାଣ୍ଡିଆନଙ୍କ ମାରାଥନ ସମୀକ୍ଷା । ଦ୍ବିତୀୟ ଦିନରେ ଆଜି ଭଞ୍ଜନଗରରେ ଲୋକଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡ଼ିଆରେ ପହଞ୍ଚିବା ପରେ ବିପୁଳ ସ୍ବାଗତ କରିଛନ୍ତି ମିଶନ ଶକ୍ତି ମା’ । ରାକ୍ଷୀ ବାନ୍ଧି ଶୁଭ ମନାସିଥିଲେ ମା’ । ଭଞ୍ଜନଗର ଅଂଚଳରେ ପିଇବା ପାଣି ପାଇଁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି । ସେହିପରି ଚାଷୀଙ୍କ ପାଇଁ ଇନ ଷ୍ଟ୍ରିମ ଯୋଜନା ସହିତ ନୂଆ ସେତୁ କରୁଛନ୍ତି ରାଜ୍ୟ ସରକାର । ପିଇବା ପାଣି ନେଇ ଯେଉଁ ଅଭିଯୋଗ ପତ୍ର ଆସିଛି, ତାହା ୨ ଦିନ ମଧ୍ୟରେ ସମାଧାନ ହେବ । ଆଜି ସନ୍ଧ୍ୟା ସୁଦ୍ଧା ଗାଁରେ ଇଂଜିନିୟର ପହଞ୍ଚିବେ ବୋଲି କହିଛନ୍ତି 5T ସଚିବ । ସେହିପରି ସ୍କୁଲ ଓ କଲେଜ 5ଟିରେ ସାମିଲ ମୁଖ୍ୟମନ୍ତ୍ରୀ କରିଥିବା କଥା କହିଛନ୍ତି 5ଟି ସଚିବ ।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି ବେଦାନ୍ତ ଆଲୁମିନିୟମ

କଲେଜ ଓ ସ୍କୁଲରେ ସ୍ମାର୍ଟକ୍ଲାସ ରୁମ, ଲାଇବ୍ରେରୀ, କମନ ରୁମ ଓ ସାଇନ୍ସ ଲ୍ୟାବ କରାଯିବ । ଏହି ଅବସରରେ ମିଶନ ଶକ୍ତି ମା’ ସହ ଆଲୋଚନା କରିଥଲେ । ମିଶନ ଶକ୍ତି ଏବେ ହୋଟେଲ, ହଷ୍ଟେଲ, ପାନ୍ଥ ନିବାସ ପରିଚାଳନା ସହ ଧାନ କିଣା, ବିଜୁଳି ବିଲ କାମରେ ଲାଗିଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ରଖିଛନ୍ତି । ପ୍ରତି ମାସ ସରକାର ୨୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାସହ ଚାଷୀମାନଙ୍କୁ ଲକ୍ଷେ ଟଙ୍କାର ଋଣ ବିନା ସୁଧରେ ଦେଉଛନ୍ତି । ତାସହ ବୀମା ରାଶିର ପ୍ରିମୀୟମ ବି ସରକାର ଦେଉଛନ୍ତି । ଗଂଜାମ ଜିଲ୍ଲାର ଲକ୍ଷେ ୨୫ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ସେହିପରି ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ପାଇଁ ଯେଉଁ ଦରଖାସ୍ତ ଦେଇଛନ୍ତି, ତା ଉପରେ ସେପ୍ଟେମ୍ବର ୩ ତାରିଖ ମୁଖ୍ୟମନ୍ତ୍ରୀ ଭଲ ଖବର ଦେବେ ବୋଲି କହିଛନ୍ତି 5T ସଚିବ । ସମସ୍ତ ଅଭିଯୋଗ ମାସକ ଭିତରେ ସମାଧାନ ହେବ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ

26 Aug 2023 By The Sakala

ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନରେ 5T ସଚିବଙ୍କ ମାରାଥନ ସମୀକ୍ଷା, ଲୋକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିବା ସହ ଦେଉଛନ୍ତି ସମାଧାନର ପ୍ରତିଶୃତି

ଗଞ୍ଜାମ : ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନରେ 5T ସଚିବ ଭି.କେ ପାଣ୍ଡିଆନଙ୍କ ମାରାଥନ ସମୀକ୍ଷା । ଦ୍ବିତୀୟ ଦିନରେ ଆଜି ଭଞ୍ଜନଗରରେ ଲୋକଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡ଼ିଆରେ ପହଞ୍ଚିବା ପରେ ବିପୁଳ ସ୍ବାଗତ କରିଛନ୍ତି ମିଶନ ଶକ୍ତି ମା’ । ରାକ୍ଷୀ ବାନ୍ଧି ଶୁଭ ମନାସିଥିଲେ ମା’ । ଭଞ୍ଜନଗର ଅଂଚଳରେ ପିଇବା ପାଣି ପାଇଁ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଛି । ସେହିପରି ଚାଷୀଙ୍କ ପାଇଁ ଇନ ଷ୍ଟ୍ରିମ ଯୋଜନା ସହିତ ନୂଆ ସେତୁ କରୁଛନ୍ତି ରାଜ୍ୟ ସରକାର । ପିଇବା ପାଣି ନେଇ ଯେଉଁ ଅଭିଯୋଗ ପତ୍ର ଆସିଛି, ତାହା ୨ ଦିନ ମଧ୍ୟରେ ସମାଧାନ ହେବ । ଆଜି ସନ୍ଧ୍ୟା ସୁଦ୍ଧା ଗାଁରେ ଇଂଜିନିୟର ପହଞ୍ଚିବେ ବୋଲି କହିଛନ୍ତି 5T ସଚିବ । ସେହିପରି ସ୍କୁଲ ଓ କଲେଜ 5ଟିରେ ସାମିଲ ମୁଖ୍ୟମନ୍ତ୍ରୀ କରିଥିବା କଥା କହିଛନ୍ତି 5ଟି ସଚିବ ।

କଲେଜ ଓ ସ୍କୁଲରେ ସ୍ମାର୍ଟକ୍ଲାସ ରୁମ, ଲାଇବ୍ରେରୀ, କମନ ରୁମ ଓ ସାଇନ୍ସ ଲ୍ୟାବ କରାଯିବ । ଏହି ଅବସରରେ ମିଶନ ଶକ୍ତି ମା’ ସହ ଆଲୋଚନା କରିଥଲେ । ମିଶନ ଶକ୍ତି ଏବେ ହୋଟେଲ, ହଷ୍ଟେଲ, ପାନ୍ଥ ନିବାସ ପରିଚାଳନା ସହ ଧାନ କିଣା, ବିଜୁଳି ବିଲ କାମରେ ଲାଗିଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ରଖିଛନ୍ତି । ପ୍ରତି ମାସ ସରକାର ୨୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାସହ ଚାଷୀମାନଙ୍କୁ ଲକ୍ଷେ ଟଙ୍କାର ଋଣ ବିନା ସୁଧରେ ଦେଉଛନ୍ତି । ତାସହ ବୀମା ରାଶିର ପ୍ରିମୀୟମ ବି ସରକାର ଦେଉଛନ୍ତି । ଗଂଜାମ ଜିଲ୍ଲାର ଲକ୍ଷେ ୨୫ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ସେହିପରି ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ପାଇଁ ଯେଉଁ ଦରଖାସ୍ତ ଦେଇଛନ୍ତି, ତା ଉପରେ ସେପ୍ଟେମ୍ବର ୩ ତାରିଖ ମୁଖ୍ୟମନ୍ତ୍ରୀ ଭଲ ଖବର ଦେବେ ବୋଲି କହିଛନ୍ତି 5T ସଚିବ । ସମସ୍ତ ଅଭିଯୋଗ ମାସକ ଭିତରେ ସମାଧାନ ହେବ ବୋଲି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର