ସେବା ନାଁରେ ନିଜ ସ୍ୱାର୍ଥ ସାଧନ କରୁଥିଲେ ବିଧାୟକ, ପଦାରେ ପଡିଲା ପ୍ରଦୀପଙ୍କ କଳଙ୍କିତ ଚରିତ୍ର

The Sakala Picture
Published On

ବ୍ରହ୍ମପୁର : କୋଭିଡ ମହାମାରୀ ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚାହୁଁନଥିଲେ ପ୍ରବାସୀ ଓଡିଆ ଗଞ୍ଜାମ ଫେରନ୍ତୁ । ସେ ନିଜ ନିଜ ଜିଲ୍ଲା ଲୋକଙ୍କ ଶତ୍ରୁ ସାଜିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କ ଅସଲ ଚରିତ୍ର କଣ ତାହା ଆଜି ଗୋପାଳପୁରବାସୀ ଜାଣିଯାଇଛନ୍ତି । ତିନି ଦିନିଆ ଗଞ୍ଜାମ ଗସ୍ତର ପ୍ରଥମ ଦିନରେ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବାଲାଜୀ ବୈଦ୍ୟନାଥ ପଡିଆରେ ଆଜି ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେଇ ୫ଟି ସଚିବ ଭି. […]

ବ୍ରହ୍ମପୁର : କୋଭିଡ ମହାମାରୀ ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚାହୁଁନଥିଲେ ପ୍ରବାସୀ ଓଡିଆ ଗଞ୍ଜାମ ଫେରନ୍ତୁ । ସେ ନିଜ ନିଜ ଜିଲ୍ଲା ଲୋକଙ୍କ ଶତ୍ରୁ ସାଜିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କ ଅସଲ ଚରିତ୍ର କଣ ତାହା ଆଜି ଗୋପାଳପୁରବାସୀ ଜାଣିଯାଇଛନ୍ତି । ତିନି ଦିନିଆ ଗଞ୍ଜାମ ଗସ୍ତର ପ୍ରଥମ ଦିନରେ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବାଲାଜୀ ବୈଦ୍ୟନାଥ ପଡିଆରେ ଆଜି ଆୟୋଜିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗଦେଇ ୫ଟି ସଚିବ ଭି. କେ ପାଣ୍ଡିଆନ ସମସ୍ତଙ୍କୁ ସେବା ମନୋବୃତି ନେଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସେ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ନନେଇ ଗଞ୍ଜାମ ଜିଲ୍ଲାର ଜଣେ ଜନପ୍ରତିନିଧି କିପରି ମହାମାରୀ ସମୟରେ ପ୍ରବାସୀ ଓଡିଆ ନିଜ ଘରକୁ ଫେରିନପାରିବେ ସେନେଇ ଚକ୍ରବ୍ୟୁହ ରଚନା କରିଥିଲେ ତାହା ଗୋପାଳପୁରବାସୀଙ୍କୁ ଜଣାଇଥିଲେ ।

ଆହୁରି ପଢ଼ନ୍ତୁ: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ଧାନ କିଆରୀରୁ ମୃତଦେହ ଉଦ୍ଧାର

ସେବା ନାଁରେ ଲୋକଙ୍କୁ ଠକୁଥିବା ସେହି ଜନପ୍ରତିନଧି ଆଜି ତାର ପରିଣାମ ମଧ୍ୟ ଭୋଗୁଛନ୍ତି । କୋଭିଡ ବେଳେ ରାଜ୍ୟ ବାହାରେ ବହୁ ଓଡିଆ ଲୋକ ଫସିରହିଥିଲେ । ସେମାନେ ନିଜ ନିଜ ଘରକୁ ଫେରିପାରୁ ନଥିଲେ । ଏଥିପାଇଁ ସେମାନେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଥିଲେ । ତୁରନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଫେରାଇଆଣିବାର ଦାୟିତ୍ବ ନେଇଥିଲେ । ଏବାବଦ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ହେଲେ ଏହି ଜନପ୍ରତିନିଧି ଏଭଳି ଏକ ଜଟିଳ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ଟେଲିଫୋନ କରି ରାଜ୍ୟ ବାହାର ଲୋକଙ୍କୁ ଗଞ୍ଜାମ ଫେରାଇ ନଆଣିବାକୁ କହିଥିଲେ । କାରଣ ସେମାନେ ଫେରିଲେ ଗଞ୍ଜାମର ସ୍ଥିତି ସଂଗୀନ ହୋଇଯିବ ବୋଲି ସେ କହିଥିଲେ । ଆଗ ଆମେ ବଂଚିବା, ପରେ ଅନ୍ୟମାନଙ୍କ କଥା ଚିନ୍ତା କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ।

ଆହୁରି ପଢ଼ନ୍ତୁ: ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ, ମୋଟ ୧୧ ଜିଲ୍ଲାର ୨୪ ଜାଗାର ଇଂରାଜୀ ନାଁ ହେବ ସଂଶୋଧନ

ଏଭଳି ସ୍ୱାର୍ଥପର ଜନପ୍ରତିନିଧିଙ୍କ କଥା ଶୁଣି ମୁଖ୍ୟମନ୍ତ୍ରୀ ଭୀଷଣ କ୍ଷୁବ୍ଧ ହୋଇଥିବା ୫- ଟି ସଚିବ କହିଥିଲେ । ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କିଛି ଉତ୍ତର ଦେଇନଥିଲେ ବି ଆମକୁ ସେବା ମନୋବୃତ୍ତିର ସହ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିସ୍ୱାର୍ଥପର ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ପାଉଥିବା ଲୋକ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି ଭାବିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସ୍ୱାର୍ଥ ପାଇଁ ସେବା କଲେ ଭଗବାନ ରୁଷ୍ଟ ହୋଇଥାନ୍ତି । ସମ୍ପୃକ୍ତ ଜନପ୍ରତିନିଧି କିନ୍ତୁ ନିଜ ସ୍ୱାର୍ଥ ସାଧନ ପାଇଁ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ । ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଅପପ୍ରଚାର କରି ଲୋକଙ୍କ ଆତ୍ମବିଶ୍ୱାସ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ।

ଆହୁରି ପଢ଼ନ୍ତୁ: Union Budget 2026: ଶସ୍ତା ହେବ ୧୭ କର୍କଟ ଔଷଧ, ଦେଶରେ ଖୋଲିବ ଆଉ ୩ ନୂଆ ଏମ୍‌ସ

ବିଧାୟକଙ୍କ ଏଭଳି ଅପପ୍ରଚାର ଦ୍ୱାରା କୋଭିଡ ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀ ଓ ମିଶନ ଶକ୍ତି ମା’ମାନେ ବିଚଳିତ ହୋଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ସିଧାସଳଖ ସେମାନଙ୍କ ସହ ଭିଡିଓ କନଫରେନସିଂରେ କଥା ହୋଇଥିଲେ । ମା ମାନଙ୍କ ସହଯୋଗ ଓ ମା ତାରାତାରିଣୀଙ୍କ ଆଶୀର୍ବାଦରୁ କୋଭିଡ ମୁକାବିଲାରେ ଗଞ୍ଜାମ ଦେଶରେ ସୁନାମ ଅର୍ଜନ କରିଛି । ବିଧାୟକ ନିଜ ସ୍ୱାର୍ଥ ପାଇଁ ଲୋକଙ୍କ ସେବାରେ ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କରିବାରୁ ଭଗବାନ ତାର ଫଳ ତାଙ୍କୁ ଦେଇଛନ୍ତି । ଏହା ସମସ୍ତଙ୍କ ପାଇଁ ଏକ ଶିକ୍ଷା । ଯିଏ ବି ନିଜ ସ୍ୱାର୍ଥ ପାଇଁ ଲୋକଙ୍କ ସେବାରେ ବ୍ୟାଘାତ ସୃଷ୍ଟି କରନ୍ତି, ତାର ବିଚାର ମା ତାରାତାରିଣୀ ଓ ଭଗବାନ କରିବେ ବୋଲି ୫- ଟି ସଚିବ କହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp