କାଳବୈଶାଖୀ ତାଣ୍ଡବ: ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର

The Sakala Picture
Published On

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ । ବଜ୍ରାଘାତ ଘଟି ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ପାତ୍ରପୁର ଗ୍ରାମର ୫୫ ବର୍ଷୀୟ ସୀମା ସାହୁ । ବଜ୍ରାଘାତରେ ଶଙ୍କର ସାହୁ, ପଦ୍ମା ସାହୁ ଆହତ ହୋଇଛନ୍ତି । ରାଶି ଅମଳ ପାଇଁ ନିକଟସ୍ଥ ଜମିକୁ ଯାଇଥିବା ବେଳେ ଅଚାନକ ଘଡଘଡି, ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ […]

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ । ବଜ୍ରାଘାତ ଘଟି ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ପାତ୍ରପୁର ଗ୍ରାମର ୫୫ ବର୍ଷୀୟ ସୀମା ସାହୁ । ବଜ୍ରାଘାତରେ ଶଙ୍କର ସାହୁ, ପଦ୍ମା ସାହୁ ଆହତ ହୋଇଛନ୍ତି । ରାଶି ଅମଳ ପାଇଁ ନିକଟସ୍ଥ ଜମିକୁ ଯାଇଥିବା ବେଳେ ଅଚାନକ ଘଡଘଡି, ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ସୀମାଙ୍କୁ ମୃତ ଘୋଷଣା କରିଥିଲେ ।

ଆହୁରି ପଢ଼ନ୍ତୁ: ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ସେପଟେ ଗଜପତି ଜିଲ୍ଲା ମୋହନା ଏବଂ ଏହାର ଆଖପାଖ ଅଞ୍ଚଳରେ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ପବନ ସହ ବଜ୍ରପାତ ହୋଇଛି । ଫଳରେ ଚନ୍ଦ୍ରଗିରି, ଅଡବା, ମୋହନା ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବିଦ୍ୟୁତ ତାର ଛିଣ୍ଡିଯିବା ସହ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଅଡବା ଠାରେ ବିଦ୍ୟୁତ ଖୁଣ୍ଟ ଏବଂ ଗଛ ପଡି ଗଜପତି ସହ କନ୍ଧମାଳ ଜିଲ୍ଲାକୁ ଅଡବା ମଧ୍ୟ ଦେଇ ଯାତାୟତ ଠପ୍ ହୋଇଛି ।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

29 Apr 2024 By The Sakala

କାଳବୈଶାଖୀ ତାଣ୍ଡବ: ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ । ବଜ୍ରାଘାତ ଘଟି ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ପାତ୍ରପୁର ଗ୍ରାମର ୫୫ ବର୍ଷୀୟ ସୀମା ସାହୁ । ବଜ୍ରାଘାତରେ ଶଙ୍କର ସାହୁ, ପଦ୍ମା ସାହୁ ଆହତ ହୋଇଛନ୍ତି । ରାଶି ଅମଳ ପାଇଁ ନିକଟସ୍ଥ ଜମିକୁ ଯାଇଥିବା ବେଳେ ଅଚାନକ ଘଡଘଡି, ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ସୀମାଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ଗଜପତି ଜିଲ୍ଲା ମୋହନା ଏବଂ ଏହାର ଆଖପାଖ ଅଞ୍ଚଳରେ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ପବନ ସହ ବଜ୍ରପାତ ହୋଇଛି । ଫଳରେ ଚନ୍ଦ୍ରଗିରି, ଅଡବା, ମୋହନା ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବିଦ୍ୟୁତ ତାର ଛିଣ୍ଡିଯିବା ସହ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଅଡବା ଠାରେ ବିଦ୍ୟୁତ ଖୁଣ୍ଟ ଏବଂ ଗଛ ପଡି ଗଜପତି ସହ କନ୍ଧମାଳ ଜିଲ୍ଲାକୁ ଅଡବା ମଧ୍ୟ ଦେଇ ଯାତାୟତ ଠପ୍ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର