ଆନ୍ଧ୍ରରେ ଲହଡ଼ି, ଓଡ଼ିଶାରେ ମରୁଡ଼ି

The Sakala Picture
Published On

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗ୍ରୀଷ୍ମ ଆରମ୍ଭରୁ ଉତ୍କଟ ହେଲାଣି ପାନୀୟଜଳ ସମସ୍ୟା।ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଗ୍ରାମର ଜନସାଧାରଣ ମଧ୍ୟ ଜଳକଷ୍ଟ ଭୋଗୁଛନ୍ତି। ସହର ତଥା ଆଖପାଖ ଅଞ୍ଚଳବାସୀଙ୍କ ଜୀବନରେଖା ମହେନ୍ଦ୍ର ତନୟା ନଦୀ ଓଡ଼ିଶା ପଟେ ଶୁଖିଲା ପଡ଼ିଥିବାରୁ ଏଭଳି ସମସ୍ୟା ଦେଖା ଦେଇଛି। ମାତ୍ର ଆନ୍ଧ୍ରପଟେ ଭରପୂର ଜଳ ରହିଛି। ସହରର ବୃନ୍ଦାବନ ପ୍ୟାଲେସ ନିକଟରେ ଥିବା ଏକ ନଦୀ ଗଣ୍ଡର ହିଁ କେବଳ ପାଣି ରହିଛି। ଏହି […]

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗ୍ରୀଷ୍ମ ଆରମ୍ଭରୁ ଉତ୍କଟ ହେଲାଣି ପାନୀୟଜଳ ସମସ୍ୟା।ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଗ୍ରାମର ଜନସାଧାରଣ ମଧ୍ୟ ଜଳକଷ୍ଟ ଭୋଗୁଛନ୍ତି। ସହର ତଥା ଆଖପାଖ ଅଞ୍ଚଳବାସୀଙ୍କ ଜୀବନରେଖା ମହେନ୍ଦ୍ର ତନୟା ନଦୀ ଓଡ଼ିଶା ପଟେ ଶୁଖିଲା ପଡ଼ିଥିବାରୁ ଏଭଳି ସମସ୍ୟା ଦେଖା ଦେଇଛି। ମାତ୍ର ଆନ୍ଧ୍ରପଟେ ଭରପୂର ଜଳ ରହିଛି। ସହରର ବୃନ୍ଦାବନ ପ୍ୟାଲେସ ନିକଟରେ ଥିବା ଏକ ନଦୀ ଗଣ୍ଡର ହିଁ କେବଳ ପାଣି ରହିଛି। ଏହି ଗଣ୍ଡ ହିଁ ଏବେ ଭରସା। ଏହିଠାରୁ ଜନସ୍ୱାସ୍ଥ୍ୟ ବିଭାଗ ସହରକୁ ଜଳଯୋଗାଣ କରୁଛି। ଯଦି ନିକଟ ଅତୀତରେ ବର୍ଷା ନହୁଏ ତେବେ ଜଳ ସମସ୍ୟା ଆହୁରି ଉତ୍କଟ ହେବ। ମହେନ୍ଦ୍ରତନୟାକୁ ଛାଡିଦେଲେ ପାରଳାଖେମୁଣ୍ଡି ତଥା ଆଖପାଖ ଅଞ୍ଚଳବାସୀଙ୍କୁ ପାନୀୟ ଜଳ ଯୋଗାଇବାକୁ ଆଉ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ନଦୀ ଜଳ ଶୁଖିବା ଦେଖି କିଛିଦିନ ତଳେ ଜନସ୍ୱାସ୍ଥ୍ୟ ବିଭାଗ ଜେସିବି ମେସିନ ଲଗାଇ ନଦୀ ଭିତରେ ଗଭୀର ଟ୍ରେଞ୍ଜ ଖୋଳିଥିଲା।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ପାରଳାଖେମୁଣ୍ଡି ସହରରେ ବର୍ତ୍ତମାନ ୧୫୦ଗୋଟି ଷ୍ଟାଣ୍ଡ ପୋଷ୍ଟ ରହିଛି। ସହରର ମୋଟ ୯ହଜାର ଲୋକଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ପାଇପ ଯୋଗେ ପାଣି ଯୋଗାଇ ଦେଉଛି। ପ୍ରତ୍ୟକ ଦିନ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ୭ହଜାର ମିଲିୟନ ଲିଟର ପାନୀୟ ଜଳ ଯୋଗାଇ ଦେବାକୁ ପଡୁଛି। ନଦୀ ଶୁଖିଗଲେ ପାଣି ଯୋଗାଣରେ ବହୁ ଅସୁବିଧା ହେବ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ସେପଟେ ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ ଡମ୍ବାପୁର ଗ୍ରାମ ନିକଟରେ ମହେନ୍ଦ୍ରତନୟା ଆନିକଟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୮ ଏପ୍ରିଲ୍‍ ୩୦ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରକଳ୍ପ କାର୍ଯ୍ୟ ସରିଥିବା କୁହାଯାଉଛି; ହେଲେ କାର୍ଯ୍ୟକ୍ଷମ ହୋଇନାହିଁ। ଫଳରେ ଏହାର ଫାଇଦା ଆନ୍ଧ୍ର ସରକାର ନେଉଛି। ଶ୍ରୀକାକୁଲମ ଜିଲ୍ଲା ପଲାସା ମଣ୍ଡଳ ଅନ୍ତର୍ଗତ ରେଗୁଲୁପାଡୁଠାରେ ଏକ ଆଡ଼ିବନ୍ଧ ଆନ୍ଧ୍ର ପକ୍ଷରୁ ନିର୍ମାଣ ହେଉଛି। କାମ ଶେଷ ପର୍ଯ୍ୟାୟରେ। ଉକ୍ତ ଆଡ଼ିବନ୍ଧକୁ ଯେଉଁ କେନାଲ ମାଧ୍ୟମରେ ଆନ୍ଧ୍ର ପାଣି ନେଉଛି ସେହି କେନାଲରେ ପାଣି ଲହଡ଼ି ମାରୁଛି। ଡମ୍ବାପୁର ଆନିକଟ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ଏପରି ଦିନ ଦେଖିବାକୁ ପଡ଼ି ନ ଥାନ୍ତା ବୋଲି ସହରର ବୁଦ୍ଧିଜୀବୀମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବର୍ଷିଲା ବିଜେଡି: ଚାଷୀଙ୍କ ମନର ନିଆଁରେ ସରକାର ଜଳିଯିବେ

06 Apr 2021 By The Sakala

ଆନ୍ଧ୍ରରେ ଲହଡ଼ି, ଓଡ଼ିଶାରେ ମରୁଡ଼ି

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗ୍ରୀଷ୍ମ ଆରମ୍ଭରୁ ଉତ୍କଟ ହେଲାଣି ପାନୀୟଜଳ ସମସ୍ୟା।ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଗ୍ରାମର ଜନସାଧାରଣ ମଧ୍ୟ ଜଳକଷ୍ଟ ଭୋଗୁଛନ୍ତି। ସହର ତଥା ଆଖପାଖ ଅଞ୍ଚଳବାସୀଙ୍କ ଜୀବନରେଖା ମହେନ୍ଦ୍ର ତନୟା ନଦୀ ଓଡ଼ିଶା ପଟେ ଶୁଖିଲା ପଡ଼ିଥିବାରୁ ଏଭଳି ସମସ୍ୟା ଦେଖା ଦେଇଛି। ମାତ୍ର ଆନ୍ଧ୍ରପଟେ ଭରପୂର ଜଳ ରହିଛି। ସହରର ବୃନ୍ଦାବନ ପ୍ୟାଲେସ ନିକଟରେ ଥିବା ଏକ ନଦୀ ଗଣ୍ଡର ହିଁ କେବଳ ପାଣି ରହିଛି। ଏହି ଗଣ୍ଡ ହିଁ ଏବେ ଭରସା। ଏହିଠାରୁ ଜନସ୍ୱାସ୍ଥ୍ୟ ବିଭାଗ ସହରକୁ ଜଳଯୋଗାଣ କରୁଛି। ଯଦି ନିକଟ ଅତୀତରେ ବର୍ଷା ନହୁଏ ତେବେ ଜଳ ସମସ୍ୟା ଆହୁରି ଉତ୍କଟ ହେବ। ମହେନ୍ଦ୍ରତନୟାକୁ ଛାଡିଦେଲେ ପାରଳାଖେମୁଣ୍ଡି ତଥା ଆଖପାଖ ଅଞ୍ଚଳବାସୀଙ୍କୁ ପାନୀୟ ଜଳ ଯୋଗାଇବାକୁ ଆଉ କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ। ନଦୀ ଜଳ ଶୁଖିବା ଦେଖି କିଛିଦିନ ତଳେ ଜନସ୍ୱାସ୍ଥ୍ୟ ବିଭାଗ ଜେସିବି ମେସିନ ଲଗାଇ ନଦୀ ଭିତରେ ଗଭୀର ଟ୍ରେଞ୍ଜ ଖୋଳିଥିଲା।

ପାରଳାଖେମୁଣ୍ଡି ସହରରେ ବର୍ତ୍ତମାନ ୧୫୦ଗୋଟି ଷ୍ଟାଣ୍ଡ ପୋଷ୍ଟ ରହିଛି। ସହରର ମୋଟ ୯ହଜାର ଲୋକଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ପାଇପ ଯୋଗେ ପାଣି ଯୋଗାଇ ଦେଉଛି। ପ୍ରତ୍ୟକ ଦିନ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ୭ହଜାର ମିଲିୟନ ଲିଟର ପାନୀୟ ଜଳ ଯୋଗାଇ ଦେବାକୁ ପଡୁଛି। ନଦୀ ଶୁଖିଗଲେ ପାଣି ଯୋଗାଣରେ ବହୁ ଅସୁବିଧା ହେବ।

ସେପଟେ ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ ଡମ୍ବାପୁର ଗ୍ରାମ ନିକଟରେ ମହେନ୍ଦ୍ରତନୟା ଆନିକଟ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୮ ଏପ୍ରିଲ୍‍ ୩୦ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପ୍ରକଳ୍ପ କାର୍ଯ୍ୟ ସରିଥିବା କୁହାଯାଉଛି; ହେଲେ କାର୍ଯ୍ୟକ୍ଷମ ହୋଇନାହିଁ। ଫଳରେ ଏହାର ଫାଇଦା ଆନ୍ଧ୍ର ସରକାର ନେଉଛି। ଶ୍ରୀକାକୁଲମ ଜିଲ୍ଲା ପଲାସା ମଣ୍ଡଳ ଅନ୍ତର୍ଗତ ରେଗୁଲୁପାଡୁଠାରେ ଏକ ଆଡ଼ିବନ୍ଧ ଆନ୍ଧ୍ର ପକ୍ଷରୁ ନିର୍ମାଣ ହେଉଛି। କାମ ଶେଷ ପର୍ଯ୍ୟାୟରେ। ଉକ୍ତ ଆଡ଼ିବନ୍ଧକୁ ଯେଉଁ କେନାଲ ମାଧ୍ୟମରେ ଆନ୍ଧ୍ର ପାଣି ନେଉଛି ସେହି କେନାଲରେ ପାଣି ଲହଡ଼ି ମାରୁଛି। ଡମ୍ବାପୁର ଆନିକଟ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ଏପରି ଦିନ ଦେଖିବାକୁ ପଡ଼ି ନ ଥାନ୍ତା ବୋଲି ସହରର ବୁଦ୍ଧିଜୀବୀମାନେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର