ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନକୁ ଗଜପତି ମହାରାଜାଙ୍କ ଚେତାବନୀ

The Sakala Picture
Published On

ପୁରୀ: ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ସାମ୍ବାଦିକ ସମ୍ମିଳନୀ। ଇସ୍କନ ରଥଯାତ୍ରା ସନାତନ ଧର୍ମ ଓ ଜଗନ୍ନାଥଙ୍କ ସଂସ୍କୃତିର ଉଲଙ୍ଘନ ହେଉଛି। ୧୯୬୭ ମସିହାରୁ ଏହାକୁ ବନ୍ଦ କରିବାକୁ ଆମେ ପ୍ରାୟାସ କରୁଛୁ। ହେଲେ ତାହାର ପ୍ରଭାବ ପଡିଲାନି। ୨୦୦୭ରେ ରଥଯାତ୍ରା ସେମାନେ ଆରମ୍ଭ କଲେ। ଶ୍ରୀ ମନ୍ଦିର ପ୍ରଶାସକ ତାଙ୍କୁ ଚିଠି ଲେଖିଲେ ହେଲେ ସେମାନେ ତାହାକୁ ମାନିଲେ ନାହିଁ । ଉଲଘଂନ କରିବା ଉଚିତ ନୁହେଁ । ୨୦୦୮ […]

ପୁରୀ: ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ସାମ୍ବାଦିକ ସମ୍ମିଳନୀ। ଇସ୍କନ ରଥଯାତ୍ରା ସନାତନ ଧର୍ମ ଓ ଜଗନ୍ନାଥଙ୍କ ସଂସ୍କୃତିର ଉଲଙ୍ଘନ ହେଉଛି। ୧୯୬୭ ମସିହାରୁ ଏହାକୁ ବନ୍ଦ କରିବାକୁ ଆମେ ପ୍ରାୟାସ କରୁଛୁ। ହେଲେ ତାହାର ପ୍ରଭାବ ପଡିଲାନି। ୨୦୦୭ରେ ରଥଯାତ୍ରା ସେମାନେ ଆରମ୍ଭ କଲେ। ଶ୍ରୀ ମନ୍ଦିର ପ୍ରଶାସକ ତାଙ୍କୁ ଚିଠି ଲେଖିଲେ ହେଲେ ସେମାନେ ତାହାକୁ ମାନିଲେ ନାହିଁ । ଉଲଘଂନ କରିବା ଉଚିତ ନୁହେଁ । ୨୦୦୮ ଫେବ୍ରୁଆରୀ ମାସରେ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି। ହେଲେ ତାହାକୁ ଇସ୍କନ ମାନିଲାନି। ସେମାନେ ଭାରତ ଓ ଭାରତ ବାହାରେ ରଥଯାତ୍ରା କଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

୨୦୨୧ ଜୁଲାଇରେ ବିଧିବଧ ସଙ୍କଳ୍ପ ପାରିତ କଲେ ଯେ, ଭାରତ ଭିତରେ ଅଦିନିଆ ରଥଯାତ୍ରା ହେଉନାହିଁ । ଇସ୍କନ ରଥଯାତ୍ରା ନୁହେଁ, ପ୍ରଚାର ଯାତ୍ରା କରୁଛନ୍ତି । ସେମାନେ କୀର୍ତ୍ତନ ଯାତ୍ରା କରିବା ଦରକାର। ମହାପ୍ରଭୁଙ୍କୁ ସେମାନେ ବାହାରକୁ ନେବା ଉଚିତ ନୁହେଁ । ଭାରତ ବାହାରେ ଇସ୍କନ ଅଦିନିଆ ରଥଯାତ୍ରା କରୁଛି। ୨୦୨୧ ପରଠାରୁ ସେମାନେ ଭାରତ ବାହାରେ ଅଦିନିଆ ରଥଯାତ୍ରା କରୁଛନ୍ତି । ଅତି ବିଚିତ୍ର ଭାବେ ଭାରତ ବାହାରେ ରଥଯାତ୍ରା କରୁଛନ୍ତି। ମୁଁ ଇସ୍କନ ସଭାପତି ଓ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ସବୁ କାରଣ ଦର୍ଶାଇ ଚିଠି ଲେଖିଲି। ହେଲେ ତାହାର ଉତ୍ତର ଦେଲେ ନାହିଁ । ଶୁଭ କଥା ହେଉଛି ଭକ୍ତ ମାନଙ୍କ ଭାବାବେଗ ଅନୁସାରେ ସାନ୍ନ ଯାତ୍ରା ବନ୍ଦ କଲେୟ ହେଲେ ଏବେ ବି ରଥଯାତ୍ରା ପ୍ରସ୍ତୁତି ଚଳାଇଛନ୍ତି। ନାଇଜରିଆରେ ମଧ୍ୟ ସେମାନେ ଅଦିନିଆ ରଥଯାତ୍ରା କରିବାକୁ ନିଷ୍ପତି ନେଇଛନ୍ତି। ମାର୍ଚ୍ଚ ମାସରେ ତାଙ୍କର ବାର୍ଷିକ ସଭା କରିବେ। ଏ ବିଷୟରେ ଆଲେଚନା ହେବ। ଆମେ ପୁଣିଥରେ ଚିଠି ଲେଖିବି। ମାର୍ଚ୍ଚରେ ଯଦି ଇସ୍କନ ତାହାର ବାର୍ଷିକ ବୈଠକରେ ଭାରତ ବାହାରେ ରଥଯାତ୍ରା ବନ୍ଦ ନ କରେ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ବାଧ୍ୟ ହେବୁ ବୋଲି ପୁରୀ ଗଜପତି ମହାରାଜା କହିଛନ୍ତି।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

 

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର