ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ, ଓଡ଼ିଶାରେ ସର୍ବାଧିକ ବନାଗ୍ନି
ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ। ବହୁ ମୂଲ୍ୟବାନ ବୃକ୍ଷଲତା ପୋଡ଼ି ପାଉଁଶ ହୋଇଗଲାଣି। ଅନେକ ସ୍ଥାନରେ ଜୀବଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଲାଣି। ଅଧିକାଂଶ ସ୍ଥାନରେ ଜଙ୍ଗଲ ନିଆଁ ଆଗକୁ ମାଡ଼ୁଥିବାରୁ ସ୍ଥିତି ଆହୁରି ବିଗିଡ଼ିବାକୁ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଓଡ଼ିଶାରେ ଜଙ୍ଗଲ ନିଆଁ ବର୍ତ୍ତମାନ ସାରା ଦେଶରେ ସବୁଠୁ ଅଧିକ ବା ସର୍ବାଧିକ ସ୍ଥାନରେ ରହୁଛି। ରାଜ୍ୟରେ ବର୍ତ୍ତମାନ ୮୯ ଟି ସ୍ଥାନରେ ବଡ଼ ଧରଣର […]
ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ। ବହୁ ମୂଲ୍ୟବାନ ବୃକ୍ଷଲତା ପୋଡ଼ି ପାଉଁଶ ହୋଇଗଲାଣି। ଅନେକ ସ୍ଥାନରେ ଜୀବଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଲାଣି। ଅଧିକାଂଶ ସ୍ଥାନରେ ଜଙ୍ଗଲ ନିଆଁ ଆଗକୁ ମାଡ଼ୁଥିବାରୁ ସ୍ଥିତି ଆହୁରି ବିଗିଡ଼ିବାକୁ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଓଡ଼ିଶାରେ ଜଙ୍ଗଲ ନିଆଁ ବର୍ତ୍ତମାନ ସାରା ଦେଶରେ ସବୁଠୁ ଅଧିକ ବା ସର୍ବାଧିକ ସ୍ଥାନରେ ରହୁଛି। ରାଜ୍ୟରେ ବର୍ତ୍ତମାନ ୮୯ ଟି ସ୍ଥାନରେ ବଡ଼ ଧରଣର ନିଆଁ ଜଳୁଛି। ବଡ଼ କଥା ହେଉଛି ଏହି ୮୯ ଟି ବଡ଼ ଧରଣର ବନାଗ୍ନି ମଧ୍ୟରୁ ପ୍ରାୟ ୭୬ ଟି ସ୍ଥାନରେ ୩ ଦିନ ହେବ ନିଆଁକୁ ଆୟତ୍ତ କରାଯାଇପାରୁନାହିଁ। ଏଥିପାଇଁ ନିଆଁ ଆଁରେ ସବୁ ପୋଡ଼ି ପାଉଁଶ ହୋଇ ହୋଇଯାଉଛି।
‘ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ’ର ତଥ୍ୟ ଅନୁଯାୟୀ ସାରା ଦେଶରେ ବର୍ତ୍ତମାନ ୪୦୫ ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଜଳୁଛି। ଏଥିମଧ୍ୟରୁ ଓଡ଼ିଶାରେ ସର୍ବାଧିକ ୮୯ ଟି ସ୍ଥାନରେ ଜଙ୍ଗଲ ଜଳୁଛି। ଓଡ଼ିଶା ତଳକୁ ମିଜୋରାମ ଓ ଛତିଶଗଡ଼ରେ ୬୩ ଟି ଲେଖାଏଁ ସ୍ଥାନରେ ବଡ଼ ଧରଣର ନିଆଁ ଲାଗିଥିବା ବେଳେ ମଧ୍ୟପ୍ରଦେଶରେ ୪୧ ଓ ମହାରାଷ୍ଟ୍ରରେ ୩୬ ଟି ସ୍ଥାନରେ ବନାଗ୍ନି ବ୍ୟାପିବାରେ ଲାଗିଛି। କେବଳ ଆଜି ନୁହଁ, ଗତ ୭ ଦିନ ମଧ୍ୟରେ ଓଡ଼ିଶାରେ ସର୍ବାଧିକ ଜଙ୍ଗଲରେ ନିଆଁ ଲାଗିଛି। ଏଥିରୁ ଜଣାପଡ଼ିଛି ଯେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ୩୮୪ ଥର ନିଆଁ ଲାଗିଛି। ତେବେ ବର୍ତ୍ତମାନ ଜଳୁଥିବା ନିଆଁ ମଧ୍ୟରେ ଜଙ୍ଗଲ ନିଆଁ କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ମାଲକାନଗିରି, ଗଜପତି, ଦେବଗଡ଼ ଆଦି ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ବନ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ବଡ଼ ଓ ଛୋଟ ଧରଣର ଜଙ୍ଗଲ ନିଆଁକୁ ମିଶାଇ ମୋଟ୍ ୧୪୨୬ ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ଏହି ନିଆଁ ମଧ୍ୟରୁ ୧୩୭୦ଟି ପଏଣ୍ଟରେ ବନ ବିଭାଗ ଟିମ୍ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିବା ବେଳେ ୫୬ ଟି ସ୍ଥାନରେ ଏବେ ବି ନିଆଁ ନିକଟରେ ପହଞ୍ଚାଯାଇପାରି ନାହିଁ। ଅନ୍ୟପଟେ ରାଜ୍ୟରେ ଚଳିତ ବର୍ଷ ଅର୍ଥାତ ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ୧୦ ହଜାର ୪୫୫ ଫାୟାର ପଏଣ୍ଟ ଚିହ୍ନଟ ହୋଇଛି। ଏଥିମଧ୍ୟରୁ ଜଙ୍ଗଲ ପରିସରରେ ୬ ହଜାର ୯୧୬ ଟି ଫାୟାର ପଏଣ୍ଟ ଚିହ୍ନଟ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ମୋଟ୍ ୨୩୦୫.୩ ହେକ୍ଟରର ଜଙ୍ଗଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆଜି ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଥିବା ବେଳେ ଆଗକୁ ଏହି ସ୍ଥିତି ଆହୁରି ଉଦ୍ବେଗଜନକ ହେବା ନେଇ ଆଶଙ୍କା କରାଯାଉଛି। ତାପମାତ୍ରା ବୃଦ୍ଧି ଜଙ୍ଗଲ ନିଆଁକୁ ଖୋରାକ ଯୋଗାଉଥିବାରୁ ଜଙ୍ଗଲରେ ନିଆଁ ଆଗକୁ ଆହୁରି ମାଡ଼ିବାର ଆଶଙ୍କା ରହିଛି। ଅନ୍ୟପଟେ ଜଙ୍ଗଲ ନିଅାଁ ପ୍ରଶମନ ପାଇଁ ଏଥର ସବୁ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆକ୍ସନ ପ୍ଲାନ ତିଆରି କରାଯାଇଛି। ଏହାସହିତ ୩୩୪ ଫାୟାର ଫାଇଟିଂ ସ୍କ୍ୱାଡ୍ ନିୟୋଜନ କରାଯାଇଛି। ଜଙ୍ଗଲ ନିଆଁ ପ୍ରଶମିତ ପାଇଁ ବିଭିନ୍ନ ସ୍ଥାନରେ ଏଆଇ କ୍ୟାମେରା ମଧ୍ୟ ନିୟୋଜନ କରାଯାଇଛି। ଏହାସ॥॥େତ୍ତ୍ବ ଖରା ଆରମ୍ଭରୁ ଏତେ ସଂଖ୍ୟକ ସ୍ଥାନରେ ଜଙ୍ଗଲ ଜଳିବା ବନ ବିଭାଗ ପାଇଁ ଚିନ୍ତା ବଢ଼ାଇଛି। ଗତ ୭ ତାରିଖରେ ରାଜ୍ୟରେ ଗ୍ରୀଷ୍ମ ସ୍ଥିତିର ମୁକାବିଲା କରି ରାଜସ୍ୱ ମନ୍ତ୍ରୀ ସୂରେଶ ପୂଜାରୀ ଜଙ୍ଗଲ ନିଆଁକୁ ରୋକିବା ଓ ପ୍ରତିହତ କରିବା ପାଇଁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।