ବାଲିବୋଝେଇ ଡମ୍ଫର ଧକ୍କାରେ ବନକର୍ମଚାରୀ ମୃତ

The Sakala Picture
Published On

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ମୁଖ୍ୟ ବଜାର ଚଣ୍ଡୀଛକ ଠାରେ ମଙ୍ଗଳବାର ଅପରାହ୍ନରେ ଘଟିଯାଇଥିବା ଦୁର୍ଘଟଣାରେ ଜନୈକ ସ୍କୁଟି ଚାଳକଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ଅଭିନନ୍ଦନ ସାହୁ। ହସ୍ତଗତ ସୂଚନା ମୁତାବକ ଅଭିନନ୍ଦନ ନିଜର ସ୍କୁଟିଯୋଗେ ରେଞ୍ଜ କାର୍ଯ୍ୟାଳୟକୁ ଆସୁଥିବା ସମୟରେ ଚଣ୍ଡୀଛକ ଠାରେ ଓଆର-01ଏଲ -5730 ନମ୍ବର ବିଶିଷ୍ଟ ବାଲି ବୋଝେଇ ଡମ୍ଫର ତାଙ୍କୁ ଧକ୍କା ଦେଇଥିଲା। ଖବରପାଇ ବେତନଟୀ ପୁଲିସ […]

ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ମୁଖ୍ୟ ବଜାର ଚଣ୍ଡୀଛକ ଠାରେ ମଙ୍ଗଳବାର ଅପରାହ୍ନରେ ଘଟିଯାଇଥିବା ଦୁର୍ଘଟଣାରେ ଜନୈକ ସ୍କୁଟି ଚାଳକଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର ଅଭିନନ୍ଦନ ସାହୁ। ହସ୍ତଗତ ସୂଚନା ମୁତାବକ ଅଭିନନ୍ଦନ ନିଜର ସ୍କୁଟିଯୋଗେ ରେଞ୍ଜ କାର୍ଯ୍ୟାଳୟକୁ ଆସୁଥିବା ସମୟରେ ଚଣ୍ଡୀଛକ ଠାରେ ଓଆର-01ଏଲ -5730 ନମ୍ବର ବିଶିଷ୍ଟ ବାଲି ବୋଝେଇ ଡମ୍ଫର ତାଙ୍କୁ ଧକ୍କା ଦେଇଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ଖବରପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଡମ୍ଫର ଓ ସ୍କୁଟିକୁ ଜବତ କରିବା ସହିତ ଗୁରୁତର ଅଭିନନ୍ଦନଙ୍କୁ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଦ୍ଧା କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବେତନଟୀ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିନନ୍ଦନଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର