ଜମି ଓଡ଼ିଶାର; ମାଡ଼ିବସିଛି ପଡ଼ିଶା : ୪୦ ବର୍ଷ ହେଲା ଫସଲ ଖାଉଛନ୍ତି ଆନ୍ଧ୍ର ଚାଷୀ

The Sakala Picture
Published On

ପାରଳାଖେମୁଣ୍ଡି : ଜମି ଓଡ଼ିଶାର, କିନ୍ତୁ ମାଡ଼ି ବସିଛି ଆନ୍ଧ୍ର। ଦୀର୍ଘ ୪୦ ବର୍ଷ ହେଲା ଜମିରୁ ଲାଭ ଉଠାଉଛନ୍ତି ଆନ୍ଧ୍ରର ଚାଷୀ। ଆଉ ଏହାକୁ ମଧ୍ୟ ସ୍ୱୀକୃତି ଦେଇଛନ୍ତି ଆନ୍ଧ୍ରର ରାଜସ୍ୱ ଅଧିକାରୀ। ମିଥ୍ୟା କାଗଜପତ୍ର କରି ଜମି ଆନ୍ଧ୍ରର ବୋଲି ମଧ୍ୟ ଦର୍ଶାଇଛନ୍ତି। ଏପରିକି ଉଭୟ ରାଜ୍ୟର ଯୁଗ୍ମ ସର୍ଭେ କରାଯାଇ ଜମି ଓଡ଼ିଶାର ବୋଲି ସ୍ପଷ୍ଟ ହେବାର ଇତି ମଧ୍ୟରେ ୧ବର୍ଷ ବିତିସାରିଥିଲେ ମଧ୍ୟ ଓଡ଼ିଶାର ଚାଷୀ ସେହି ଜମିକୁ ଫେରି ପାଇନାହାନ୍ତି। […]

ପାରଳାଖେମୁଣ୍ଡି : ଜମି ଓଡ଼ିଶାର, କିନ୍ତୁ ମାଡ଼ି ବସିଛି ଆନ୍ଧ୍ର। ଦୀର୍ଘ ୪୦ ବର୍ଷ ହେଲା ଜମିରୁ ଲାଭ ଉଠାଉଛନ୍ତି ଆନ୍ଧ୍ରର ଚାଷୀ। ଆଉ ଏହାକୁ ମଧ୍ୟ ସ୍ୱୀକୃତି ଦେଇଛନ୍ତି ଆନ୍ଧ୍ରର ରାଜସ୍ୱ ଅଧିକାରୀ। ମିଥ୍ୟା କାଗଜପତ୍ର କରି ଜମି ଆନ୍ଧ୍ରର ବୋଲି ମଧ୍ୟ ଦର୍ଶାଇଛନ୍ତି। ଏପରିକି ଉଭୟ ରାଜ୍ୟର ଯୁଗ୍ମ ସର୍ଭେ କରାଯାଇ ଜମି ଓଡ଼ିଶାର ବୋଲି ସ୍ପଷ୍ଟ ହେବାର ଇତି ମଧ୍ୟରେ ୧ବର୍ଷ ବିତିସାରିଥିଲେ ମଧ୍ୟ ଓଡ଼ିଶାର ଚାଷୀ ସେହି ଜମିକୁ ଫେରି ପାଇନାହାନ୍ତି। ଏଥିପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନ ଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ତହସିଲ ଅଧୀନସ୍ଥ ଚେରୁଗୁଡ଼ି ଖାସ୍ପା ମୌଜାରେ ଥିବା ୧୨ ଏକର ୧୮୭ ଡେସିମିଲ ଜମି ଓଡ଼ିଶାର ୧୨ଜଣ ଚାଷୀଙ୍କ ନାମରେ ରହିଛି।

ଆହୁରି ପଢ଼ନ୍ତୁ: ରାଜନଗର ଚାଷୀ ମୃତ୍ୟୁ ଘଟଣା: ତହସିଲଦାରଙ୍କ ଗୋଡ ତଳେ ପଡି ନ୍ୟାୟ ମାଗିଲେ ମୃତ ଚାଷୀଙ୍କ ପତ୍ନୀ

ହେଲେ ଆନ୍ଧ୍ରର କିଛି ଚାଷୀ ଏହି ଜମିକୁ ନିଜ କବ୍‍ଜାରେ ରଖିବା ସହ ଏହାକୁ ଆନ୍ଧ୍ରର ବୋଲି ଦାବି କରୁଛନ୍ତି। କେବଳ ସେଠାକାର ଚାଷୀମାନେ ନୁହେଁ; ଆନ୍ଧ୍ର ଅଧିକାରୀମାନେ ମଧ୍ୟ ଏହାକୁ ଆନ୍ଧ୍ରର ପୁରୁଣାପାଟଣା ମଣ୍ଡଳ ଅଧୀନର ବୋଲି ଦର୍ଶାଇ ସଂପୃକ୍ତ ଜମିର କାଗଜପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଫଳରେ ନିଜର ଜମିକୁ ହରାଇ ଓଡ଼ିଶାର ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆନ୍ଧ୍ରର ଚାଷୀମାନେ କିନ୍ତୁ ସେଠାରେ ଫସଲ କରି ଲାଭବାନ ହେଉଛନ୍ତି। ଦୀର୍ଘ ୪୦ବର୍ଷ ହେଲା ଏଭଳି ଜାରି ରହିଥିବା ବେଳେ ଏହାର ସମାଧାନ ପାଇଁ ଓଡ଼ିଶାର ଚାଷୀମାନେ ବାରମ୍ବାର ପ୍ରଶାସନ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି। ବାରମ୍ବାର ଦାବି ପରେ ଏହାର ସମାଧାନ ପାଇଁ ଗତ ବର୍ଷ ଡିସେମ୍ବର ମାସରେ ଗଜପତି ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ କାହିଁକି ପାଳନ କରାଯାଏ ଦୋଳ ପୂର୍ଣ୍ଣିମା? ଜାଣନ୍ତୁ ଏହାର ପୌରାଣିକ ଓ ସାମାଜିକ ମହତ୍ତ୍ୱ

ଉଭୟ ରାଜ୍ୟର ରାଜସ୍ୱ ଅଧିକାରୀଙ୍କୁ ନେଇ ଏକ ଯୁଗ୍ମ ସର୍ଭେ ମଧ୍ୟ କରାଯାଇଥିଲା। ସେଥିରୁ ଏହା ଓଡ଼ିଶାର ବୋଲି ସ୍ପଷ୍ଟ ହୋଇଥିଲା। ଫଳରେ ଏଥର ଜମି ଫେରି ପାଇବା ନେଇ ଓଡ଼ିଶାର ଚାଷୀମାନେ ଆଶା ବାନ୍ଧିଥିଲେ। ହେଲେ ଆଜି ଯାଏଁ ଗଜପତିର ଚାଷୀ ଏ ନେଇ କୌଣସି ସୁଫଳ ପାଇନାହାନ୍ତି। ଏହି ଜମି ଫେରିପାଇବା ନେଇ ବର୍ତ୍ତମାନ ସେମାନେ ସନ୍ଦିହୀନ ହୋଇପଡ଼ିଛନ୍ତି ବୋଲି କହିଛନ୍ତି ଗଜପତିର ଚାଷୀ ରାମସ୍ୱାମୀ ଏବଂ ପିନିଣ୍ଟିକ୍ରାନ୍ତି। ନିଜ ଜମିକୁ ନେଇ ଆଶା ଓ ଆଶଙ୍କାରେ ଥିବା ଚାଷୀମାନେ ପୁଣି ଥରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ତୁରନ୍ତ ଏହି ଜମି ସେମାନଙ୍କୁ ଫେରାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୋଳ ମେଳଣ: ଓଡ଼ିଶାର ଗଣପର୍ବର ଅନନ୍ୟ ପରମ୍ପରା, ଜାଣନ୍ତୁ କାହିଁକି ଏହା ସ୍ୱତନ୍ତ୍ର?

ଉଭୟ ରାଜ୍ୟର ମିଳିତ ସର୍ଭେରେ ଜମି ମାପଚୁପ କରିବା ସମୟରେ ଏହା ଓଡ଼ିଶାର ବୋଲି ସ୍ପଷ୍ଟ ହୋଇଛି, କିନ୍ତୁ ଆନ୍ଧ୍ର ଅଧିକାରୀମାନେ ସେମାନଙ୍କ କାଗଜପତ୍ର ଦେଖାଉଥିବାରୁ ଉଭୟ ରାଜ୍ୟର ବନ୍ଦୋବସ୍ଥ ଅଧିକାରୀ ସ୍ତରରେ ଏହାର ସମାଧାନ କରିବାକୁ ନିଷ୍ପତି ହୋଇଛି। ଏଥିପାଇଁ ଚିଠି ମଧ୍ୟ ଲେଖା ହୋଇଛି। ସେମାନେ କେବେ କରିବେ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଅତିଶୀଘ୍ର ଏହା ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି। ଅନ୍ୟପକ୍ଷରେ ଦୀର୍ଘ ୪୦ ବର୍ଷ ହେଲା ନିଜ ଜମି ଫେରି ପାଇବା ପାଇଁ ଓଡ଼ିଶାର ଚାଷୀମାନେ ଚାହିଁ ବସିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସମାଧାନର ସୂତ୍ର ବାହାରି ପାରୁନି। ତେଣୁ ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତାକ୍ଷେପ କରି ସେମାନଙ୍କ ଜମି ଫେରାଇ ଆଣିବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp