ମନୋରଞ୍ଜନ
ବ୍ରିଜ୍ ଉପରେ ବାଇକ୍ ଓ ଚପଲ ରଖି କେଲୁଅ ନଦୀକୁ ଡେଇଁ ଯୁବକ ନିଖୋଜ
ଯାଜପୁର: ନଦୀକୁ ଡେଇଁ ଯୁବକ ନିଖୋଜ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ କାଏମା ବ୍ରିଜ ଉପରୁ କେଲୁଅ ନଦୀକୁ ଡେଇଁ ପଡ଼ିଲେ ଯୁବକ । ନିଖୋଜ ଯୁବକ ଜଣଙ୍କ ଧର୍ମଶାଳା ଥାନା ଚଇନିହୁଡ଼ା ଗ୍ରାମର ଅଜୟ ତରାଇ ବୋଲି ଜଣାପଡିଛି । ଖବର ପାଇ ସ୍ଥାନୀୟ ଲୋକେ ଧର୍ମଶାଳା ଥାନା ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନଦୀରେ ଯୁବକଙ୍କୁ ବହୁ ଖୋଜାଖୋଜି କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ ସନ୍ଧାନ ମିଳିନଥିବାର ଜଣାପଡ଼ିଛି।
ସୂଚନା ଅନୁସାରେ, ଗତକାଲି ରାତିରେ ଅଜୟ ଏକ ପଲସର ବାଇକ୍ ଯୋଗେ ନିକଟସ୍ଥ କାଏମା କେଲୁଅ ନଦୀ ବ୍ରିଜ୍ ଉପରକୁ ଆସିଥିଲେ । ଏହା ପରେ ବ୍ରିଜ୍ ଉପରେ ବାଇକ୍ ଓ ଚପଲ ରଖି ସେ ନଦୀକୁ ଡେଇଁ ପଡ଼ିଥିଲେ । ତେବେ କେଉଁ କାରଣରୁ ଯୁବକ ଜଣକ ନଦୀକୁ ଡେଇଁପଡ଼ିଲେ ସେ ନେଇ ଧର୍ମଶାଳା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।






