ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ମହିଳା ଥାନାରେ ଏତଲା

The Sakala Picture
Published On

ଭୁବନେଶ୍ୱର: ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯେଭଳି ବିଜେଡିର ମୁଖପାତ୍ର ତଥା ବାଲେଶ୍ୱର ସାଂସଦ ପ୍ରାର୍ଥୀ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଗଣମାଧ୍ୟମ ସମ୍ମୁଖରେ ବ୍ୟକ୍ତିଗତ ଆକ୍ଷେପ କରି ତାଙ୍କ ଚରିତ୍ର ଉପରେ ଅରୁଚିକର ଟିପ୍ପଣୀ ଦେଇଥିଲେ, ଯାହା ଓଡ଼ିଶାର ସମସ୍ତ ନାରୀ ସମାଜ ପାଇଁ ଏକ ଲଜ୍ଜାକର ଘଟଣା ଅଟେ। ଶ୍ରୀ ଖଟୁଆଙ୍କ ବକ୍ତବ୍ୟକୁ ବିରୋଧ କରି ଡ଼ ସାମନ୍ତସିଂହାର ଆଜି ଭୁବନେଶ୍ୱର ସ୍ଥିତ ମହିଳା ଥାନାରେ ଶ୍ରୀ ଖଟୁଆଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ଅଭିଯୋଗରେ […]

ଭୁବନେଶ୍ୱର: ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯେଭଳି ବିଜେଡିର ମୁଖପାତ୍ର ତଥା ବାଲେଶ୍ୱର ସାଂସଦ ପ୍ରାର୍ଥୀ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଗଣମାଧ୍ୟମ ସମ୍ମୁଖରେ ବ୍ୟକ୍ତିଗତ ଆକ୍ଷେପ କରି ତାଙ୍କ ଚରିତ୍ର ଉପରେ ଅରୁଚିକର ଟିପ୍ପଣୀ ଦେଇଥିଲେ, ଯାହା ଓଡ଼ିଶାର ସମସ୍ତ ନାରୀ ସମାଜ ପାଇଁ ଏକ ଲଜ୍ଜାକର ଘଟଣା ଅଟେ। ଶ୍ରୀ ଖଟୁଆଙ୍କ ବକ୍ତବ୍ୟକୁ ବିରୋଧ କରି ଡ଼ ସାମନ୍ତସିଂହାର ଆଜି ଭୁବନେଶ୍ୱର ସ୍ଥିତ ମହିଳା ଥାନାରେ ଶ୍ରୀ ଖଟୁଆଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ଅଭିଯୋଗରେ ସେ ଭିଡିଓ ପ୍ରମାଣ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ! ନବନିର୍ମିତ ଘର ଭିତରୁ କ୍ଷତାକ୍ତ ମୃତଦେହ ଉଦ୍ଧାର, ଥାନାରେ ଜଣେ ଅଟକ

ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ମହିଳାଙ୍କ ସମ୍ମାନ ସହ ସାଲିସ ହେବା କଥା ନୁହେଁ। ମହିଳାମାନେ କର୍ମ କ୍ଷେତ୍ର ପାଇଁ ବାହାରକୁ ଆସୁଛନ୍ତି। ତାଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ଵ। ମୁଁ ବିଜୁ ଜନତା ଦଳର ମୁଖପାତ୍ର ବାଲେଶ୍ବର ସାଂସଦ ପାର୍ଥି ମଧ୍ୟ। ଦଳ ଉଦ୍ଦେଶ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲି। ହାତୀ ଦାନ୍ତ କାରବାର, ବେଆଇନ ଜମି ଜବର ଦଖଲ ସନ୍ତୋଷ ଖଟୁଆ କରୁଥିବା ଅଭିଯୋଗ ଆଣି ପ୍ରେସ୍‌ମିଟ କରିଥିଲି। ହେଲେ ତଥ୍ୟ ପ୍ରମାଣ ଦେଇ ଏହାକୁ କାଉଣ୍ଟର ନ କରି ମୋ ବିଷୟରେ ଅଶାଳୀନ ଅସଭ୍ୟ ମନ୍ତବ୍ୟ ଦିଆଯାଉଛି। ଏହା ଦ୍ବାରା ମୋତେ ମାନସିକ ଭାବେ ଆଘାତ ଲାଗିଛି। ମୋ ପରିବାର, ମୋ ବନ୍ଧୁ ପ୍ରୀୟଜନଜଙ୍କ ଆଗରେ ମତେ ଛୋଟ କରିବାକୁ ଚେଷ୍ଟା କରିଛନ୍ତି। ଆଶା କରୁଛି ଆଇନ ଅନୁସାରେ ପୁଲିସ ପଦକ୍ଷେପ ନେବ।

ଆହୁରି ପଢ଼ନ୍ତୁ: ଉତ୍ତର ଓଡ଼ିଶାରେ ଘନଉଛି ବନ୍ୟା ବିପଦ: ଫୁଲୁଛି ନଦୀ, ଲଗାଣ ବର୍ଷାରେ ଜଳମଗ୍ନ ଅନେକ ଅଞ୍ଚଳ

ସୂଚନାଯୋଗ୍ୟ, ଦିନକ ପୂର୍ବରୁ ଲେଖାଶ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ,, ସରକାର, ବର୍ଷ ଏକ ଶୋଷଣ ଅନେକ, ଭାଷଣ ଅନେକ। ବାଲେଶ୍ୱର ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ନାହିଁ। ରଥଯାତ୍ରା, ବିଏମସିରେ ଅରାଜକତା ଚାଲିଛି। ୨୦୨୪ପୂର୍ବରୁ ଯେଉଁ ପରି ଭାବେ ନବୀନ ପଟ୍ଟନାୟକଙ୍କ ଶାସନ ସୁରୁଖୁରୁରେ ଚାଲିଥିଲା, ତା ପରେ ଡବଲ ଇଞ୍ଜିନ ସରକାର ଡବଲ ଧୋକା ଡବଲ ଦୁର୍ନୀତିରେ ଚାଲିଛି। ନୀଳଗିରି ବିଜେପି ବିଧାୟକଙ୍କ ଛତ୍ରଛାୟାରେ ଅପରାଧର ଚରାଭୂଇଁ ଚାଲିଛି। ଗତ ଜୁନ ୧୫ରେ ନୀଳଗିରି ବ୍ଲକ ଟେଲିପାଡ଼ ପଞ୍ଚାୟତରେ ବିଶାଳ ଦନ୍ତା ହାତୀକୁ ମାରି ଅମୂଲ୍ୟ ଦାନ୍ତ ଲୁଟ୍ କରିଛନ୍ତି। ତଦନ୍ତ କରି ବନ ବିଭାଗ ଜାଣିଲା ଯେ, ଅଭିଯୁକ୍ତମାନେ ବିଧାୟକ ସନ୍ତୋଷ ଖଟୁଆଙ୍କଙ୍କ ଫାର୍ମ ହାଉସରେ ଲୁଚି ଥିଲେ, ଯାହା ଦର୍ଶାଉଛି ଯେ ହାତୀ ଦାନ୍ତ ତସ୍କରୀରେ ବିଧାୟକଙ୍କ ହାତ ଅଛି। ହାତୀ ସଂରକ୍ଷଣ ଆଇନ ଅନୁସାରେ ଜେଲ୍ ଦଣ୍ଡ ଓ ଫାଇନ ହୁଏ । ଚାରି ଜଣ ଗିରଫ ହୋଇଛନ୍ତି। ହେଲେ ଯେଉଁ ଫାର୍ମ ହାଉସରେ ଲୁଚିଥିଲେ, ତାହାର ମାଲିକ ଏବେ ଵି ମୁକୁଳାରେ ବୁଲୁଛନ୍ତି। ସନ୍ତୋଷ ଖଟୁଆ ଗିରଫ ହୋଇ ନାହାନ୍ତି। ବୋଧେ ଶାସକ ଦଳ ବିଧାୟକ ବୋଲି ଏପରି ଛୁଟ୍ ମିଳିଛି।

ଆହୁରି ପଢ଼ନ୍ତୁ: ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ଓଡ଼ିଶା: ବିଜେଡି

ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଏହି ପ୍ରେସ୍‌ମିଟ୍‌ ପରେ ଜବାବରେ ବିଧାୟକ ସନ୍ତୋଷ ଖଟୁଆ ଖରାପ ଭାଷାରେ ଲେଖାଶ୍ରୀଙ୍କୁ ଇଙ୍ଗିତ କରିଥିଲେ । ଏହାର ପ୍ରତିବାଦରେ ବାଲେଶ୍ବର ବିଜୁ ମହିଳା ଜନତା ଦଳ ଏତଲା ଦେଇଥିବା ବେଳେ ଭୁବନେଶ୍ବର ମହିଳା ଥାନାରେ ବି ଏତଲା ଦାୟର କରିଛି ବିଜେଡି । ବିଧାୟକ ସନ୍ତୋଷ ଖଟୁଆଙ୍କ ଏପରି ଆଚରଣ ଓ ଉଚ୍ଚାରଣକୁ ସବୁଠି ନାପସନ୍ଦ କରାଯାଇଛି। ବିଭିନ୍ନ ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନର ଦାବି ଉଠୁଛି। ରାଜନୀତିରେ ବ୍ୟକ୍ତିଗତ ଆକ୍ଷେପକୁ ଜୋରଦାର ସମାଲୋଚନା କରାଯାଉଛି। କେବଳ ବିଜେଡି ନୁହେଁ, ନିଜ ଦଳର ନେତ୍ରୀ ମଧ୍ୟ ବିଧାୟକଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଲେଶ୍ବର ଜିଲ୍ଲା ପରିଷଦ ସଭ୍ୟ ଉଷାରାଣୀ ରାଉଳ କହିଛନ୍ତି, ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ମନ୍ତବ୍ୟ ନାରୀ ସମାଜ ପ୍ରତି ଅସମ୍ମାନ । ସେପଟେ ନଗର ଉନ୍ନୟନ ମନ୍ତ୍ରୀ ସନ୍ତୋଷଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ ପ୍ରସଙ୍ଗ କହି ଏଡ଼ାଇଯିବାକୁ ଚେଷ୍ଟା କରିଛନ୍ତି।

04 Jul 2025 By The Sakala

ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ମହିଳା ଥାନାରେ ଏତଲା

ଭୁବନେଶ୍ୱର: ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯେଭଳି ବିଜେଡିର ମୁଖପାତ୍ର ତଥା ବାଲେଶ୍ୱର ସାଂସଦ ପ୍ରାର୍ଥୀ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଗଣମାଧ୍ୟମ ସମ୍ମୁଖରେ ବ୍ୟକ୍ତିଗତ ଆକ୍ଷେପ କରି ତାଙ୍କ ଚରିତ୍ର ଉପରେ ଅରୁଚିକର ଟିପ୍ପଣୀ ଦେଇଥିଲେ, ଯାହା ଓଡ଼ିଶାର ସମସ୍ତ ନାରୀ ସମାଜ ପାଇଁ ଏକ ଲଜ୍ଜାକର ଘଟଣା ଅଟେ। ଶ୍ରୀ ଖଟୁଆଙ୍କ ବକ୍ତବ୍ୟକୁ ବିରୋଧ କରି ଡ଼ ସାମନ୍ତସିଂହାର ଆଜି ଭୁବନେଶ୍ୱର ସ୍ଥିତ ମହିଳା ଥାନାରେ ଶ୍ରୀ ଖଟୁଆଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ଅଭିଯୋଗରେ ସେ ଭିଡିଓ ପ୍ରମାଣ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ମହିଳାଙ୍କ ସମ୍ମାନ ସହ ସାଲିସ ହେବା କଥା ନୁହେଁ। ମହିଳାମାନେ କର୍ମ କ୍ଷେତ୍ର ପାଇଁ ବାହାରକୁ ଆସୁଛନ୍ତି। ତାଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ଵ। ମୁଁ ବିଜୁ ଜନତା ଦଳର ମୁଖପାତ୍ର ବାଲେଶ୍ବର ସାଂସଦ ପାର୍ଥି ମଧ୍ୟ। ଦଳ ଉଦ୍ଦେଶ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲି। ହାତୀ ଦାନ୍ତ କାରବାର, ବେଆଇନ ଜମି ଜବର ଦଖଲ ସନ୍ତୋଷ ଖଟୁଆ କରୁଥିବା ଅଭିଯୋଗ ଆଣି ପ୍ରେସ୍‌ମିଟ କରିଥିଲି। ହେଲେ ତଥ୍ୟ ପ୍ରମାଣ ଦେଇ ଏହାକୁ କାଉଣ୍ଟର ନ କରି ମୋ ବିଷୟରେ ଅଶାଳୀନ ଅସଭ୍ୟ ମନ୍ତବ୍ୟ ଦିଆଯାଉଛି। ଏହା ଦ୍ବାରା ମୋତେ ମାନସିକ ଭାବେ ଆଘାତ ଲାଗିଛି। ମୋ ପରିବାର, ମୋ ବନ୍ଧୁ ପ୍ରୀୟଜନଜଙ୍କ ଆଗରେ ମତେ ଛୋଟ କରିବାକୁ ଚେଷ୍ଟା କରିଛନ୍ତି। ଆଶା କରୁଛି ଆଇନ ଅନୁସାରେ ପୁଲିସ ପଦକ୍ଷେପ ନେବ।

ସୂଚନାଯୋଗ୍ୟ, ଦିନକ ପୂର୍ବରୁ ଲେଖାଶ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ,, ସରକାର, ବର୍ଷ ଏକ ଶୋଷଣ ଅନେକ, ଭାଷଣ ଅନେକ। ବାଲେଶ୍ୱର ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ନାହିଁ। ରଥଯାତ୍ରା, ବିଏମସିରେ ଅରାଜକତା ଚାଲିଛି। ୨୦୨୪ପୂର୍ବରୁ ଯେଉଁ ପରି ଭାବେ ନବୀନ ପଟ୍ଟନାୟକଙ୍କ ଶାସନ ସୁରୁଖୁରୁରେ ଚାଲିଥିଲା, ତା ପରେ ଡବଲ ଇଞ୍ଜିନ ସରକାର ଡବଲ ଧୋକା ଡବଲ ଦୁର୍ନୀତିରେ ଚାଲିଛି। ନୀଳଗିରି ବିଜେପି ବିଧାୟକଙ୍କ ଛତ୍ରଛାୟାରେ ଅପରାଧର ଚରାଭୂଇଁ ଚାଲିଛି। ଗତ ଜୁନ ୧୫ରେ ନୀଳଗିରି ବ୍ଲକ ଟେଲିପାଡ଼ ପଞ୍ଚାୟତରେ ବିଶାଳ ଦନ୍ତା ହାତୀକୁ ମାରି ଅମୂଲ୍ୟ ଦାନ୍ତ ଲୁଟ୍ କରିଛନ୍ତି। ତଦନ୍ତ କରି ବନ ବିଭାଗ ଜାଣିଲା ଯେ, ଅଭିଯୁକ୍ତମାନେ ବିଧାୟକ ସନ୍ତୋଷ ଖଟୁଆଙ୍କଙ୍କ ଫାର୍ମ ହାଉସରେ ଲୁଚି ଥିଲେ, ଯାହା ଦର୍ଶାଉଛି ଯେ ହାତୀ ଦାନ୍ତ ତସ୍କରୀରେ ବିଧାୟକଙ୍କ ହାତ ଅଛି। ହାତୀ ସଂରକ୍ଷଣ ଆଇନ ଅନୁସାରେ ଜେଲ୍ ଦଣ୍ଡ ଓ ଫାଇନ ହୁଏ । ଚାରି ଜଣ ଗିରଫ ହୋଇଛନ୍ତି। ହେଲେ ଯେଉଁ ଫାର୍ମ ହାଉସରେ ଲୁଚିଥିଲେ, ତାହାର ମାଲିକ ଏବେ ଵି ମୁକୁଳାରେ ବୁଲୁଛନ୍ତି। ସନ୍ତୋଷ ଖଟୁଆ ଗିରଫ ହୋଇ ନାହାନ୍ତି। ବୋଧେ ଶାସକ ଦଳ ବିଧାୟକ ବୋଲି ଏପରି ଛୁଟ୍ ମିଳିଛି।

ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଏହି ପ୍ରେସ୍‌ମିଟ୍‌ ପରେ ଜବାବରେ ବିଧାୟକ ସନ୍ତୋଷ ଖଟୁଆ ଖରାପ ଭାଷାରେ ଲେଖାଶ୍ରୀଙ୍କୁ ଇଙ୍ଗିତ କରିଥିଲେ । ଏହାର ପ୍ରତିବାଦରେ ବାଲେଶ୍ବର ବିଜୁ ମହିଳା ଜନତା ଦଳ ଏତଲା ଦେଇଥିବା ବେଳେ ଭୁବନେଶ୍ବର ମହିଳା ଥାନାରେ ବି ଏତଲା ଦାୟର କରିଛି ବିଜେଡି । ବିଧାୟକ ସନ୍ତୋଷ ଖଟୁଆଙ୍କ ଏପରି ଆଚରଣ ଓ ଉଚ୍ଚାରଣକୁ ସବୁଠି ନାପସନ୍ଦ କରାଯାଇଛି। ବିଭିନ୍ନ ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନର ଦାବି ଉଠୁଛି। ରାଜନୀତିରେ ବ୍ୟକ୍ତିଗତ ଆକ୍ଷେପକୁ ଜୋରଦାର ସମାଲୋଚନା କରାଯାଉଛି। କେବଳ ବିଜେଡି ନୁହେଁ, ନିଜ ଦଳର ନେତ୍ରୀ ମଧ୍ୟ ବିଧାୟକଙ୍କ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବାଲେଶ୍ବର ଜିଲ୍ଲା ପରିଷଦ ସଭ୍ୟ ଉଷାରାଣୀ ରାଉଳ କହିଛନ୍ତି, ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ମନ୍ତବ୍ୟ ନାରୀ ସମାଜ ପ୍ରତି ଅସମ୍ମାନ । ସେପଟେ ନଗର ଉନ୍ନୟନ ମନ୍ତ୍ରୀ ସନ୍ତୋଷଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ ପ୍ରସଙ୍ଗ କହି ଏଡ଼ାଇଯିବାକୁ ଚେଷ୍ଟା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର