ପୁଅର ଦ୍ୱିତୀୟ ବିବାହକୁ ବାପାର ବିରୋଧ, ପୁଅର କଲାର ଧରି ଭିଢି ଭିଢି ଆଣି ଥାନାରେ ପହଞ୍ଚିଲା ବାପା…

The Sakala Picture
Published On

ଭଦ୍ରକ: ଗୋଟିଏରେ ବୁଝିନଥିଲା ମନ। ଘରେ ସ୍ତ୍ରୀ ଛୁଆ ଥାଇ ମଧ୍ୟ ଆଉ ଜଣେ ମହିଳାଙ୍କୁ କୋର୍ଟରେ ବିବାହ କରିବାକୁ ଯାଉଥିଲେ ବ୍ୟକ୍ତି। ଆଉ ଏହି କଥା ଜାଣିବା ପରେ ଆରମ୍ଭ ହୋଇଥିଲା ମହାଭାରତ। ବିଚ୍‌ ରାସ୍ତାରେ ପୁଅର କଲାର ଧରି ଘୋଷାଡ଼ି ଘୋଷାଡ଼ି ଆଣିଥିଲା ବାପା। ପୁଅର ଦ୍ୱିତୀୟ ବିବାହକୁ ବିରୋଧ କରି କୋର୍ଟରୁ ସିଧା ପୁଅର କଲର ଧରି ଭିଢି ଭିଢି ଆଣି ପୁଲିସ ଥାନାରେ ପହଞ୍ଚିଥିଲା ପୁଅର ବାପା। ଘରେ ସ୍ତ୍ରୀ ଥାଇ […]

ଭଦ୍ରକ: ଗୋଟିଏରେ ବୁଝିନଥିଲା ମନ। ଘରେ ସ୍ତ୍ରୀ ଛୁଆ ଥାଇ ମଧ୍ୟ ଆଉ ଜଣେ ମହିଳାଙ୍କୁ କୋର୍ଟରେ ବିବାହ କରିବାକୁ ଯାଉଥିଲେ ବ୍ୟକ୍ତି। ଆଉ ଏହି କଥା ଜାଣିବା ପରେ ଆରମ୍ଭ ହୋଇଥିଲା ମହାଭାରତ। ବିଚ୍‌ ରାସ୍ତାରେ ପୁଅର କଲାର ଧରି ଘୋଷାଡ଼ି ଘୋଷାଡ଼ି ଆଣିଥିଲା ବାପା। ପୁଅର ଦ୍ୱିତୀୟ ବିବାହକୁ ବିରୋଧ କରି କୋର୍ଟରୁ ସିଧା ପୁଅର କଲର ଧରି ଭିଢି ଭିଢି ଆଣି ପୁଲିସ ଥାନାରେ ପହଞ୍ଚିଥିଲା ପୁଅର ବାପା। ଘରେ ସ୍ତ୍ରୀ ଥାଇ ମଧ୍ୟ ଘର ବାହାରେ ପୁଅର ଚାଲିଥିଲା ଅନୈତିକ ସମ୍ପର୍କ , ଚାନ୍ଦିମାଳ ଅଂଚଳର ଜଣେ ଜୈନିକ ମହିଳାଙ୍କ ସହ ଅଜୟଙ୍କର ରହିଥିଲା ପ୍ରେମ ସମ୍ପର୍କ। ଆଉ କୋର୍ଟରେ ଲୁଚି ଲୁଚି ଉକ୍ତ ମହିଳାଜଣଙ୍କୁ ବିବାହ କରିବାକୁ ଯାଉଥିବା ବେଳେ ଧରାପଡ଼ିଯାଇଥିଲେ ଅଜୟ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଂଚଳରେ। ବୋହୂର ସଂସାର ଉଜୁଡ଼ିଯିବାରୁ ଆଗରୁ ବଂଚାଇ ଦେଇଛନ୍ତି ଶ୍ୱଶୁର।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ଏଡତାଳ ଗାଁର ବିଷ୍ଣୁମୋହନ ଯେନାଙ୍କ ପୁଅ ଅଜୟ ଯେନା। ୧୦ ବର୍ଷ ତଳେ ତୁଳସୀ ଯେନାଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ୮ ବର୍ଷର ପୁଅ ବି ଅଛି। ଏସବୁ ସତ୍ୱେ ଅଜୟ ଆଉ ଜଣେ ମହିଳାଙ୍କୁ କୋର୍ଟ ବିବାହ କରିବାକୁ ଯାଇଥିଲେ। ବିଷ୍ଣୁମୋହନ, ବୋହୂ ଓ ନାତିଙ୍କ ସହ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବାବେଳେ ପୁଅର ଏଭଳି କାରନାମା ସମ୍ପର୍କରେ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ। ପୁଅର ଦୋଷକୁ ନ ଘୋଡ଼ାଇ, ବୋହୂ ସପକ୍ଷରେ ବାହାରିଥିଲେ ଆଉ ନ୍ୟାୟ ପ୍ରଦାନ କଲେ ଶ୍ୱଶୁର। ଏଭଳି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି ବେଦାନ୍ତ

ଆହୁରି ପଢ଼ନ୍ତୁ: ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ

08 May 2024 By The Sakala

ପୁଅର ଦ୍ୱିତୀୟ ବିବାହକୁ ବାପାର ବିରୋଧ, ପୁଅର କଲାର ଧରି ଭିଢି ଭିଢି ଆଣି ଥାନାରେ ପହଞ୍ଚିଲା ବାପା…

ଭଦ୍ରକ: ଗୋଟିଏରେ ବୁଝିନଥିଲା ମନ। ଘରେ ସ୍ତ୍ରୀ ଛୁଆ ଥାଇ ମଧ୍ୟ ଆଉ ଜଣେ ମହିଳାଙ୍କୁ କୋର୍ଟରେ ବିବାହ କରିବାକୁ ଯାଉଥିଲେ ବ୍ୟକ୍ତି। ଆଉ ଏହି କଥା ଜାଣିବା ପରେ ଆରମ୍ଭ ହୋଇଥିଲା ମହାଭାରତ। ବିଚ୍‌ ରାସ୍ତାରେ ପୁଅର କଲାର ଧରି ଘୋଷାଡ଼ି ଘୋଷାଡ଼ି ଆଣିଥିଲା ବାପା। ପୁଅର ଦ୍ୱିତୀୟ ବିବାହକୁ ବିରୋଧ କରି କୋର୍ଟରୁ ସିଧା ପୁଅର କଲର ଧରି ଭିଢି ଭିଢି ଆଣି ପୁଲିସ ଥାନାରେ ପହଞ୍ଚିଥିଲା ପୁଅର ବାପା। ଘରେ ସ୍ତ୍ରୀ ଥାଇ ମଧ୍ୟ ଘର ବାହାରେ ପୁଅର ଚାଲିଥିଲା ଅନୈତିକ ସମ୍ପର୍କ , ଚାନ୍ଦିମାଳ ଅଂଚଳର ଜଣେ ଜୈନିକ ମହିଳାଙ୍କ ସହ ଅଜୟଙ୍କର ରହିଥିଲା ପ୍ରେମ ସମ୍ପର୍କ। ଆଉ କୋର୍ଟରେ ଲୁଚି ଲୁଚି ଉକ୍ତ ମହିଳାଜଣଙ୍କୁ ବିବାହ କରିବାକୁ ଯାଉଥିବା ବେଳେ ଧରାପଡ଼ିଯାଇଥିଲେ ଅଜୟ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଂଚଳରେ। ବୋହୂର ସଂସାର ଉଜୁଡ଼ିଯିବାରୁ ଆଗରୁ ବଂଚାଇ ଦେଇଛନ୍ତି ଶ୍ୱଶୁର।

ଏଡତାଳ ଗାଁର ବିଷ୍ଣୁମୋହନ ଯେନାଙ୍କ ପୁଅ ଅଜୟ ଯେନା। ୧୦ ବର୍ଷ ତଳେ ତୁଳସୀ ଯେନାଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ୮ ବର୍ଷର ପୁଅ ବି ଅଛି। ଏସବୁ ସତ୍ୱେ ଅଜୟ ଆଉ ଜଣେ ମହିଳାଙ୍କୁ କୋର୍ଟ ବିବାହ କରିବାକୁ ଯାଇଥିଲେ। ବିଷ୍ଣୁମୋହନ, ବୋହୂ ଓ ନାତିଙ୍କ ସହ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବାବେଳେ ପୁଅର ଏଭଳି କାରନାମା ସମ୍ପର୍କରେ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ। ପୁଅର ଦୋଷକୁ ନ ଘୋଡ଼ାଇ, ବୋହୂ ସପକ୍ଷରେ ବାହାରିଥିଲେ ଆଉ ନ୍ୟାୟ ପ୍ରଦାନ କଲେ ଶ୍ୱଶୁର। ଏଭଳି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର