ଜାନୁଆରୀ ୫ରୁ ଆରମ୍ଭ ହେବ ଫକୀରମୋହନ ଭାଷାବୃତ୍ତି ପାଇଁ ଆବେଦନ

The Sakala Picture
Published On

ଭୁବନେଶ୍ୱର : ୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ମେଧାବୃତ୍ତି ଓ ଫକୀରମୋହନ ଭାଷାବୃତ୍ତି ପାଇଁ ଜାନୁଆରୀ ୫ରୁ ଆବେଦନ ଆରମ୍ଭ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଫେବୃୟାରୀ ୫ ତାରିଖ ଆବେଦନର ଶେଷ ଦିନ ରହିଛି। କଲେଜସ୍ତରରେ ପିଲାଙ୍କ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଜାନୁଆରୀ ୫ରୁ ଫେବୃୟାରୀ ୨୦ ତାରିଖ ଯାଏଁ ଚାଲିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜଗୁଡ଼ିକ ପାଇଁ ମାର୍ଗଦର୍ଶିଜା ଜାରି ହୋଇଛି। ଚଳିତବର୍ଷରେ ରାଜ୍ୟ ସରକାର ୟୁଜି(+୩)ର ୬ ହଜାର, ସ୍ନାତକୋତ୍ତରରେ ୨୫ଶହ ଓ ବୈଷୟିକ […]

ଭୁବନେଶ୍ୱର : ୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ମେଧାବୃତ୍ତି ଓ ଫକୀରମୋହନ ଭାଷାବୃତ୍ତି ପାଇଁ ଜାନୁଆରୀ ୫ରୁ ଆବେଦନ ଆରମ୍ଭ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଫେବୃୟାରୀ ୫ ତାରିଖ ଆବେଦନର ଶେଷ ଦିନ ରହିଛି। କଲେଜସ୍ତରରେ ପିଲାଙ୍କ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ଜାନୁଆରୀ ୫ରୁ ଫେବୃୟାରୀ ୨୦ ତାରିଖ ଯାଏଁ ଚାଲିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜଗୁଡ଼ିକ ପାଇଁ ମାର୍ଗଦର୍ଶିଜା ଜାରି ହୋଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବୋମାମାଡ଼, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ଚଳିତବର୍ଷରେ ରାଜ୍ୟ ସରକାର ୟୁଜି(+୩)ର ୬ ହଜାର, ସ୍ନାତକୋତ୍ତରରେ ୨୫ଶହ ଓ ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ୬ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରିବେ। ସ୍ନାତକ ପିଲାଙ୍କୁ ୩ବର୍ଷ ଲାଗି ୧୫ହଜାର, ୨୫ଶହ ପିଜି ପିଲାଙ୍କୁ ୨ବର୍ଷ ଲାଗି ୨୦ହଜାର ଓ ବୈଷୟିକ ଶିକ୍ଷା ଅଧ୍ୟୟନ କରୁଥିବା ୬ହଜାର ପିଲାଙ୍କୁ ବାର୍ଷିକ ୧୦ ହଜାର ହିସାବରେ ଏକ କାଳୀନ ୪୦ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ଓଡ଼ିଆ ସମ୍ମାନ(ଅନର୍ସ) ରଖି ସ୍ନାତକ ଅଧ୍ୟୟନ କରୁଥିବା ୧୨ଶହ ଓ ୩ଶହ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଫକୀରମୋହନ ଭାଷାବୃତ୍ତି ବାବଦକୁ ଏକକାଳୀନ ୨୦ହଜାର ଟଙ୍କା ପ୍ରଦାନ କରାଯିବ। ଯେଉଁ ପିଲାମାନଙ୍କର ଅଭିଭାବକଙ୍କ ବାର୍ଷିକ ଆୟ ୬ଲକ୍ଷ ଟଙ୍କାରୁ କମ୍‍ ସେମାନେ ଏହି ବୃତ୍ତି ଲାଗି ଆବେଦନ କରିପାରିବେ। ବୃତ୍ତି ପାଇବା ଲାଗି କେବଳ ରାଜ୍ୟର ସ୍ଥାୟୀ ବାସିନ୍ଦା ଯୋଗ୍ୟ ବିବେଚିତ ହେବେ। ଏସମ୍ପର୍କିତ ସମସ୍ତ ତଥ୍ୟ ବିଭାଗର ୱେସାଇଟ୍‍ www.scholarship.gov.in ମାଧ୍ୟମରେ ପାଇ ପାରିବେ ବୋଲି ବିଭାଗ କହିଛି।

ଆହୁରି ପଢ଼ନ୍ତୁ: ଶ୍ମଶାନକୁ ଯିବା ପାଇଁ ନାହିଁ ରାସ୍ତା, ଶବ ସତ୍କାର କରିବାକୁ ଉଛୁଳା ନଈ ପାର୍ ହେଉଛନ୍ତି ସମ୍ପର୍କୀୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର