ମନୋରଞ୍ଜନ
ଓଡ଼ିଶା
ରଥଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ କରିବ ଡ୍ରୋନ
ପୁରୀ: ରଥଯାତ୍ରାରେ ଟ୍ରାଫିକ ସୁପରିଚାଳନା ନେଇ ଟ୍ରାଫିକ ଦାୟିତ୍ବରେ ଥିବା ଏଡିଜି ଦୟାଲ୍ ଗଙ୍ଗଓ୍ବାରଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଡ୍ରୋନ୍ ସାହାଯ୍ୟରେ ଟ୍ରାଫିକ ନିୟନ୍ତ୍ରଣ କରାଯିବ। ୩୦ ମିଟର ରୁ ୧୦୦ ମିଟର ଭିତରେ ଉଡ଼ିବ ଡ୍ରୋନ। ପ୍ରଥମ ଥର ପୁରୀ ରଥଯାତ୍ରାରେ ଭକ୍ତଙ୍କୁ ଜଗିବ ଡ୍ରୋନ। ଏଥିସହ ହ୍ବାଟ୍ସ ଆପ ଚାଟ୍ ବୋର୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି। କେତେବେଳେ କେଉଁ ରାସ୍ତାରେ ସହଯରେ ଯାତାୟତ କରିପାରିବେ ସେନେଇ ଏହା କାର୍ଯ୍ୟ କରିବ। ଦୁଇ ଚକିଆ ଓ […]
ପୁରୀ: ରଥଯାତ୍ରାରେ ଟ୍ରାଫିକ ସୁପରିଚାଳନା ନେଇ ଟ୍ରାଫିକ ଦାୟିତ୍ବରେ ଥିବା ଏଡିଜି ଦୟାଲ୍ ଗଙ୍ଗଓ୍ବାରଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଡ୍ରୋନ୍ ସାହାଯ୍ୟରେ ଟ୍ରାଫିକ ନିୟନ୍ତ୍ରଣ କରାଯିବ। ୩୦ ମିଟର ରୁ ୧୦୦ ମିଟର ଭିତରେ ଉଡ଼ିବ ଡ୍ରୋନ। ପ୍ରଥମ ଥର ପୁରୀ ରଥଯାତ୍ରାରେ ଭକ୍ତଙ୍କୁ ଜଗିବ ଡ୍ରୋନ। ଏଥିସହ ହ୍ବାଟ୍ସ ଆପ ଚାଟ୍ ବୋର୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି। କେତେବେଳେ କେଉଁ ରାସ୍ତାରେ ସହଯରେ ଯାତାୟତ କରିପାରିବେ ସେନେଇ ଏହା କାର୍ଯ୍ୟ କରିବ। ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଛି। ୫୦ ପ୍ଲାଟୁନ ଫୋର୍ସ ସହ ୪୦୦ ଅଫିସର ମୁତୟନ ରହିବେ।
ଏଥିସହ ଆଜି ପୁଲିସ ଲାଇନ୍ ପଡ଼ିଆରେ ରଥ ଟଣା ମକଡ୍ରିଲ୍ ହୋଇଛି। ତିନି ରଥର ସୁରକ୍ଷା, ରଥର ଇନର, ଆଉଟଡୋର ଓ ଜେନେରାଲ୍ କର୍ଡନ ଦାୟିତ୍ବରେ ରହିବାକୁ ଥିବା ପୁଲିସ ଅଧିକାରୀ ଓ କର୍ମଚାରୀ ମକଡ୍ରିଲରେ ସାମିଲ୍ ହୋଇଥିଲେ। ଅତିରିକ୍ତ ପୋଲିସ ଡ଼ିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ରଥଟଣାର ଅଭ୍ୟାସ କରାଯାଇଥିଲା। ମକଡ୍ରିଲରେ ଏଡିଜି, ଆଇଜି, ଏସପି, ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମଧ୍ୟ କରାଯାଇଛି ମକଡ୍ରିଲ୍।






