ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

ଅମାନିଆଙ୍କୁ ନିସ୍ତାର ନାହିଁ: ୨ ମାସରେ ଗଣିଲେଣି ୧୪ କୋଟିରୁ ଅଧିକ ଫାଇନ୍, ସିଜ୍ ହେଲାଣି ୨୯ ହଜାର ଗାଡି

The Sakala Picture
Published On

ରାଜ୍ୟରେ କରୋନା ସ୍ଥିତି ଧୀରେ ଧୀରେ ସୁଧିରିବାରେ ଲାଗିଛି । ଲକଡାଉନ୍ ଓ ସଟଡାଉନ୍ ପାଇଁ ମିଳିଛି ଏହି ସଫଳତା । ଆଗକୁ ଆମ ରାଜ୍ୟରେ ଗଣପର୍ବ ରଜ ଆସୁଛି ତେଣୁ ଏବେଠୁ ଆମକୁ ସତର୍କ ରହିବାକୁ ପଡିବ । କରୋନା ନିୟମ ନମାନିଲେ ପୁଣି ସଂକ୍ରମଣ ବଢିପାରେ । ତେଣୁ ସମସ୍ତେ ରାଜ୍ୟ ସରକାରଙ୍କ ନିୟମ ମୁତାବକ ନିୟମ ପାଳନ କରନ୍ତୁ, ନଚେତ ପୋଲିସ ପ୍ରଶାସନ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ । ଆଜି ଏନେଇ […]

ରାଜ୍ୟରେ କରୋନା ସ୍ଥିତି ଧୀରେ ଧୀରେ ସୁଧିରିବାରେ ଲାଗିଛି । ଲକଡାଉନ୍ ଓ ସଟଡାଉନ୍ ପାଇଁ ମିଳିଛି ଏହି ସଫଳତା । ଆଗକୁ ଆମ ରାଜ୍ୟରେ ଗଣପର୍ବ ରଜ ଆସୁଛି ତେଣୁ ଏବେଠୁ ଆମକୁ ସତର୍କ ରହିବାକୁ ପଡିବ । କରୋନା ନିୟମ ନମାନିଲେ ପୁଣି ସଂକ୍ରମଣ ବଢିପାରେ । ତେଣୁ ସମସ୍ତେ ରାଜ୍ୟ ସରକାରଙ୍କ ନିୟମ ମୁତାବକ ନିୟମ ପାଳନ କରନ୍ତୁ, ନଚେତ ପୋଲିସ ପ୍ରଶାସନ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ । ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଟ୍ୱିନ ସିଟି ପୋଲିସର ବରିଷ୍ଠ ଅଧିକାରୀ । ପ୍ରେସମିଟ ମାଧ୍ୟମରେ ଏଡିଜି କହିଛନ୍ତି ରାଜ୍ୟରେ କୋଭିଡ ସ୍ଥିତ କମିବାରେ ଲାଗିଛି କିନ୍ତୁ ଚିନ୍ତା ବଢାଉଛନ୍ତି କିଛି ଅମାନିଆ ।

ଆହୁରି ପଢ଼ନ୍ତୁ: ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଓଡିଶା, ୨୪ ତାରିଖ ଯାଏଁ ଜାରି ରହିବ ଏପରି ସ୍ଥିତି

ସେ କହିଛନ୍ତି, ଦ୍ୱିତୀୟ ଲହର ପରଠାରୁ ପୋଲିସ ପ୍ରଶାସନ ନିୟମ ଉଲ୍ଲଘଂନକାରୀଙ୍କ ପ୍ରତି କଠୋର ମନୋଭାବ ପୋଷଣ କରିଛି । ଗତ ଦୁଇ ମାସ ଭିତରେ ପ୍ରାୟ ୪ ଲକ୍ଷ ୭୬ ହଜାର ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେମାନଙ୍କଠାରୁ ପୋଲିସ ପ୍ରାୟ ୧୪ କୋଟି ୫୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି । ସେହିପରି ଏହି ସମୟ ମଧ୍ୟରେ ୩୫ ଶହଟି ଦୋକାନ ଓ ବଜାର ସିଲ୍ ହୋଇଛି, ୧୩,୦୩୨ ଜଣ ଅମାନିଆ ଗିରଫ ହୋଇଛନ୍ତି । ଖାଲି ସେତିକି ନୁହେଁ, ୨୯୦୦୦ ଗାଡି ସିଜ୍ କରାଯାଇଥିବା ସୂଚନା ଦେଇଛନ୍ତି ଆଇନ୍ ଶୃଙ୍ଖଳା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଜେଠଓ୍ବା ।

ଆହୁରି ପଢ଼ନ୍ତୁ: ତ୍ରୀକୋଣୀୟ ପ୍ରେମକୁ ନେଇ ବିଚ୍ ରାସ୍ତାରେ ଦ୍ୱିତୀୟ ପ୍ରେମିକର ମାଆ ଓ ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପ୍ରଥମ ପ୍ରେମିକ

ପର୍ବ ପର୍ବାଣୀ ପାଇଁ ଆହୁରି ଶକ୍ତ ହେବ ଏନଫୋର୍ସମେଣ୍ଟ ଡ୍ରାଭଭ୍ । ସାଇବର କ୍ରାଇମ୍ ଓ ଠକଙ୍କ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ସମସ୍ୟାରେ ପଡିଲେ ହେଲପ୍ ଲାଇନ୍ ନମ୍ବର ୧୫୫୨୬୦ର ସହାୟତା ନେଇପାରିବେ । ଭୁବନେଶ୍ବର ଓ କଟକବାସୀ ଲକଡାଉନ୍ ନିୟମ ମାନିଛନ୍ତି, ହେଲେ ଆଗକୁ ଆହୁରି ସଚେତନ ହେବା ପାଇଁ ଅପିଲ୍ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେହିଭଳି ଭୁବନେଶ୍ବର ଓ କଟକ ଡିସିପି ମଧ୍ୟ ପ୍ରେସମିଟରେ ଟ୍ବିନ୍ ସିଟିବାସୀଙ୍କୁ ସଚେତନ ହୋଇ ରଜ ପାଳିବା ସହ କୋଭିଡ୍ ନିୟମ ମାନିବା ପାଇଁ ଅପିଲ୍ କରିଛନ୍ତି ।

ଆହୁରି ପଢ଼ନ୍ତୁ: ନିଖିଲ ହତ୍ୟାକାଣ୍ଡକୁ କେନ୍ଦ୍ର କରି ରାୟଗଡ଼ାରେ ପୁଣି ଉତ୍ତେଜନା: ଥାନା ଆଗରେ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

10 Jun 2021 By The Sakala

ଅମାନିଆଙ୍କୁ ନିସ୍ତାର ନାହିଁ: ୨ ମାସରେ ଗଣିଲେଣି ୧୪ କୋଟିରୁ ଅଧିକ ଫାଇନ୍, ସିଜ୍ ହେଲାଣି ୨୯ ହଜାର ଗାଡି

ରାଜ୍ୟରେ କରୋନା ସ୍ଥିତି ଧୀରେ ଧୀରେ ସୁଧିରିବାରେ ଲାଗିଛି । ଲକଡାଉନ୍ ଓ ସଟଡାଉନ୍ ପାଇଁ ମିଳିଛି ଏହି ସଫଳତା । ଆଗକୁ ଆମ ରାଜ୍ୟରେ ଗଣପର୍ବ ରଜ ଆସୁଛି ତେଣୁ ଏବେଠୁ ଆମକୁ ସତର୍କ ରହିବାକୁ ପଡିବ । କରୋନା ନିୟମ ନମାନିଲେ ପୁଣି ସଂକ୍ରମଣ ବଢିପାରେ । ତେଣୁ ସମସ୍ତେ ରାଜ୍ୟ ସରକାରଙ୍କ ନିୟମ ମୁତାବକ ନିୟମ ପାଳନ କରନ୍ତୁ, ନଚେତ ପୋଲିସ ପ୍ରଶାସନ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ । ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଟ୍ୱିନ ସିଟି ପୋଲିସର ବରିଷ୍ଠ ଅଧିକାରୀ । ପ୍ରେସମିଟ ମାଧ୍ୟମରେ ଏଡିଜି କହିଛନ୍ତି ରାଜ୍ୟରେ କୋଭିଡ ସ୍ଥିତ କମିବାରେ ଲାଗିଛି କିନ୍ତୁ ଚିନ୍ତା ବଢାଉଛନ୍ତି କିଛି ଅମାନିଆ ।

ସେ କହିଛନ୍ତି, ଦ୍ୱିତୀୟ ଲହର ପରଠାରୁ ପୋଲିସ ପ୍ରଶାସନ ନିୟମ ଉଲ୍ଲଘଂନକାରୀଙ୍କ ପ୍ରତି କଠୋର ମନୋଭାବ ପୋଷଣ କରିଛି । ଗତ ଦୁଇ ମାସ ଭିତରେ ପ୍ରାୟ ୪ ଲକ୍ଷ ୭୬ ହଜାର ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେମାନଙ୍କଠାରୁ ପୋଲିସ ପ୍ରାୟ ୧୪ କୋଟି ୫୮ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି । ସେହିପରି ଏହି ସମୟ ମଧ୍ୟରେ ୩୫ ଶହଟି ଦୋକାନ ଓ ବଜାର ସିଲ୍ ହୋଇଛି, ୧୩,୦୩୨ ଜଣ ଅମାନିଆ ଗିରଫ ହୋଇଛନ୍ତି । ଖାଲି ସେତିକି ନୁହେଁ, ୨୯୦୦୦ ଗାଡି ସିଜ୍ କରାଯାଇଥିବା ସୂଚନା ଦେଇଛନ୍ତି ଆଇନ୍ ଶୃଙ୍ଖଳା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଜେଠଓ୍ବା ।

ପର୍ବ ପର୍ବାଣୀ ପାଇଁ ଆହୁରି ଶକ୍ତ ହେବ ଏନଫୋର୍ସମେଣ୍ଟ ଡ୍ରାଭଭ୍ । ସାଇବର କ୍ରାଇମ୍ ଓ ଠକଙ୍କ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ସମସ୍ୟାରେ ପଡିଲେ ହେଲପ୍ ଲାଇନ୍ ନମ୍ବର ୧୫୫୨୬୦ର ସହାୟତା ନେଇପାରିବେ । ଭୁବନେଶ୍ବର ଓ କଟକବାସୀ ଲକଡାଉନ୍ ନିୟମ ମାନିଛନ୍ତି, ହେଲେ ଆଗକୁ ଆହୁରି ସଚେତନ ହେବା ପାଇଁ ଅପିଲ୍ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେହିଭଳି ଭୁବନେଶ୍ବର ଓ କଟକ ଡିସିପି ମଧ୍ୟ ପ୍ରେସମିଟରେ ଟ୍ବିନ୍ ସିଟିବାସୀଙ୍କୁ ସଚେତନ ହୋଇ ରଜ ପାଳିବା ସହ କୋଭିଡ୍ ନିୟମ ମାନିବା ପାଇଁ ଅପିଲ୍ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର