ଠକେଇ ଅଭିଯୋଗରେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ବାସଭବନ ଉପରେ ଚଢ଼ାଉ

The Sakala Picture
Published On

ଭୁବନେଶ୍ୱର: ପୁଣି ବିବାଦ ଘେରରେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ । ଠକେଇ ଅଭିଯୋଗରେ ତାଙ୍କ ବାସଭବନ ଉପରେ EOW ଚଢ଼ାଉ କରିଥିବା ନେଇ ସୂଚନା ମିଳିଛି । ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ହୋଇଛି ଠକେଇ ଅଭିଯୋଗ । ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ୱଲା ଏ ନେଇ କ୍ରାଇମବ୍ରାଞ୍ଚ […]

ଭୁବନେଶ୍ୱର: ପୁଣି ବିବାଦ ଘେରରେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ । ଠକେଇ ଅଭିଯୋଗରେ ତାଙ୍କ ବାସଭବନ ଉପରେ EOW ଚଢ଼ାଉ କରିଥିବା ନେଇ ସୂଚନା ମିଳିଛି । ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ହୋଇଛି ଠକେଇ ଅଭିଯୋଗ । ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ୱଲା ଏ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ବା EOWରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି EOW ଗତ ୨୩ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ଅଭିଯୋଗ ମୁତାବକ, ବଡ଼ଗଡ଼ ଟଙ୍କପାଣିରେ ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ତାଙ୍କ ସହ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ । ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ କୋଟିଏ ୪୭ ହଜାର ୭୦ ଟଙ୍କାର ଚୁକ୍ତି ହୋଇଥିଲା । ଏଥିପାଇଁ ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ତାଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ୨୦୨୦ ଅକ୍ଟୋବର ୨୧ ପରଠାରୁ ଗଗନଦୀପଙ୍କ ସଂସ୍ଥା ଭିଏଲ୍ କାର୍ଗୋ ଜରିଆରେ ନିର୍ଦ୍ଧାରିତ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲେ । ୬ ମାସ ମଧ୍ୟରେ ବାକି ଥିବା ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଯନ୍ତ୍ରାଂଶ ଲଗାଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇନଥିଲେ । ୨୦ ମାସ ବିତିବା ପରେ ଗଗନଦୀପ ବାଧ୍ୟ ହୋଇ EOWର ଦ୍ୱାରସ୍ଥ ହୋଇଥିଲେ । ଏହା ପୂର୍ବରୁ ହାଜର ହେବାକୁ ୨ ଥର ନୋଟିସ କରିଥିଲା EOW । ହେଲେ ସେ ହାଜର ହୋଇନଥିଲେ । ଆଜି ଭୋରୁ ତାଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା EOW । ଚଢ଼ାଉ ବେଳେ ସେ ଘରେ ନଥିଲେ । ସେ ଫେରାର ଥିବା EOW ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

28 Jun 2022 By The Sakala

ଠକେଇ ଅଭିଯୋଗରେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ବାସଭବନ ଉପରେ ଚଢ଼ାଉ

ଭୁବନେଶ୍ୱର: ପୁଣି ବିବାଦ ଘେରରେ ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ । ଠକେଇ ଅଭିଯୋଗରେ ତାଙ୍କ ବାସଭବନ ଉପରେ EOW ଚଢ଼ାଉ କରିଥିବା ନେଇ ସୂଚନା ମିଳିଛି । ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ହୋଇଛି ଠକେଇ ଅଭିଯୋଗ । ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଦିଲ୍ଲୀର ସଲ୍ୟୁସନ୍ ବ୍ରଡକାଷ୍ଟ୍ର ପ୍ରୋପାଇଟର୍ ଗଗନଦୀପ ସିଂହ ଚାଓ୍ୱଲା ଏ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ବା EOWରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି EOW ଗତ ୨୩ ତାରିଖରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ମୁତାବକ, ବଡ଼ଗଡ଼ ଟଙ୍କପାଣିରେ ଏକ ଓଡ଼ିଆ ଟିଭି ଚାନେଲ୍ ପ୍ରତିଷ୍ଠା କରିବା ପାଇଁ ୨୦୨୦ ମସିହାରେ ତାଙ୍କ ସହ ଅର୍ଦ୍ଧେନ୍ଦୁ ଯୋଗାଯୋଗ କରିଥିଲେ । ବୈଦ୍ୟୁତିକ ଯନ୍ତ୍ରାଂଶ ଯୋଗାଇଦେବା ପାଇଁ କୋଟିଏ ୪୭ ହଜାର ୭୦ ଟଙ୍କାର ଚୁକ୍ତି ହୋଇଥିଲା । ଏଥିପାଇଁ ଅଗ୍ରୀମ ବାବଦକୁ ଅର୍ଦ୍ଧେନ୍ଦୁ ତାଙ୍କୁ ୧୦ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ୨୦୨୦ ଅକ୍ଟୋବର ୨୧ ପରଠାରୁ ଗଗନଦୀପଙ୍କ ସଂସ୍ଥା ଭିଏଲ୍ କାର୍ଗୋ ଜରିଆରେ ନିର୍ଦ୍ଧାରିତ ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ପଠାଇଥିଲେ । ୬ ମାସ ମଧ୍ୟରେ ବାକି ଥିବା ୯୨ ଲକ୍ଷ ୪୭ ହଜାର ୭୦ ଟଙ୍କା ପୈଠ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଯନ୍ତ୍ରାଂଶ ଲଗାଯିବା ପରେ ଅର୍ଦ୍ଧେନ୍ଦୁ ଆଉ ଟଙ୍କା ଦେଇନଥିଲେ । ୨୦ ମାସ ବିତିବା ପରେ ଗଗନଦୀପ ବାଧ୍ୟ ହୋଇ EOWର ଦ୍ୱାରସ୍ଥ ହୋଇଥିଲେ । ଏହା ପୂର୍ବରୁ ହାଜର ହେବାକୁ ୨ ଥର ନୋଟିସ କରିଥିଲା EOW । ହେଲେ ସେ ହାଜର ହୋଇନଥିଲେ । ଆଜି ଭୋରୁ ତାଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା EOW । ଚଢ଼ାଉ ବେଳେ ସେ ଘରେ ନଥିଲେ । ସେ ଫେରାର ଥିବା EOW ପକ୍ଷରୁ ସୂଚନା ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର