ମନୋରଞ୍ଜନ
ଓଡ଼ିଶା
ହାତୀ-ମଣିଷ ଲଢ଼େଇ : ମୃତ୍ୟୁରେ ଓଡ଼ିଶା ଆଗୁଆ
ଭୁବନେଶ୍ୱର : ହାତୀ-ମଣିଷ ସଂଘର୍ଷ ଦୃଷ୍ଟିରୁ ଓଡ଼ିଶା ସାରା ଦେଶରେ ସବୁଠୁ ଅଧିକ ସମ୍ବେଦନଶୀଳ। କେବଳ ହାତୀ-ମଣିଷ ଲଢ଼େଇ ନୁହେଁ; ହାତୀ ଶିକାର ଓ ବିଦ୍ୟୁତ୍ ଆଘାତରେ ହାତୀଙ୍କ ମୃତ୍ୟୁରେ ମଧ୍ୟ ଓଡ଼ିଶା ଜାତୀୟସ୍ତରରେ ଏକ ଅଲୋଡ଼ା ରେକର୍ଡ଼ କରିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ବିଦ୍ୟୁତ୍ ଆଘାତ ଏବଂ ଶିକାର ଯୋଗୁଁ ରାଜ୍ୟରେ ସର୍ବାଧିକ ସଂଖ୍ୟକ ହାତୀ ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ହାତୀ-ମଣିଷ ଲଢ଼େଇରେ ମଧ୍ୟ ସର୍ବାଧିକ ଲୋକ ଜୀବନ ହରାଇଛନ୍ତି। କେନ୍ଦ୍ର […]
ଭୁବନେଶ୍ୱର : ହାତୀ-ମଣିଷ ସଂଘର୍ଷ ଦୃଷ୍ଟିରୁ ଓଡ଼ିଶା ସାରା ଦେଶରେ ସବୁଠୁ ଅଧିକ ସମ୍ବେଦନଶୀଳ। କେବଳ ହାତୀ-ମଣିଷ ଲଢ଼େଇ ନୁହେଁ; ହାତୀ ଶିକାର ଓ ବିଦ୍ୟୁତ୍ ଆଘାତରେ ହାତୀଙ୍କ ମୃତ୍ୟୁରେ ମଧ୍ୟ ଓଡ଼ିଶା ଜାତୀୟସ୍ତରରେ ଏକ ଅଲୋଡ଼ା ରେକର୍ଡ଼ କରିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ବିଦ୍ୟୁତ୍ ଆଘାତ ଏବଂ ଶିକାର ଯୋଗୁଁ ରାଜ୍ୟରେ ସର୍ବାଧିକ ସଂଖ୍ୟକ ହାତୀ ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ହାତୀ-ମଣିଷ ଲଢ଼େଇରେ ମଧ୍ୟ ସର୍ବାଧିକ ଲୋକ ଜୀବନ ହରାଇଛନ୍ତି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।
ପରିସଂଖ୍ୟାନ ଅନୁସାରେ ୨୦୧୯-୨୦ ରୁ ୨୦୨୩-୨୪ ମଧ୍ୟରେ ୧୬ ରାଜ୍ୟରେ ୩୯୨ଟି ହାତୀ ବିଦ୍ୟୁତଆଘାତରେ ପ୍ରାଣ ହରାଇଛନ୍ତି। ଏହା ମଧ୍ୟରୁ କେବଳ ଓଡ଼ିଶାରେ ୬୧ଟି ହାତୀଙ୍କର ଜୀବନ ଯାଇଛି। ସେହିପରି ଆସାମରେ ୫୬ ଓ କର୍ଣ୍ଣାଟକରେ ୫୨ ହାତୀ ଏହି କାରଣରୁ ପ୍ରାଣ ହରାଇଛନ୍ତି। ପୁନଶ୍ଚ ମୋଟ ହାତୀ ଶିକାରର ୩୪% ଓଡ଼ିଶାରେ ହିଁ ଘଟିଛି। ୨୦୧୯-୨୦ ରୁ ୨୦୨୩-୨୪ ମଧ୍ୟରେ ଭାରତରେ ୫୦ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ଓଡ଼ିଶାରେ ୧୭ଟି ହାତୀ ଶିକାର ହୋଇଛି। ଅନୁରୂପ ଭାବରେ ମେଘାଳୟରେ ୧୪, ତାମିଲନାଡ଼ୁରେ ୧୦ ହାତୀଙ୍କ ଶିକାର କରାଯାଇଛି।
ଅପରପକ୍ଷରେ ଟ୍ରେନ୍ ଦୁର୍ଘଟଣାରେ ଓଡ଼ିଶାରେ ଗତ ୫ ବର୍ଷରେ ୧୬ଟି ହାତୀ ପ୍ରାଣ ହରାଇଛନ୍ତି। ଆସାମରେ ଟ୍ରେନ୍ ଧକ୍କାରେ ୨୪ଟି ଓ ପଶ୍ଚିମବଙ୍ଗ ୧୦ ଟି ମାମଲା ସହିତ ତୃତୀୟ ସ୍ଥାନରେ ରହିଛି। ଏହା ବ୍ୟତୀତ ଗତ ପାଞ୍ଚ ବର୍ଷ ମଧ୍ୟରେ ହାତୀ-ମନୁଷ୍ୟ ସଂଘର୍ଷ ଯୋଗୁଁ ଓଡ଼ିଶା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୨୦୧୯-୨୦ ରୁ ୨୦୨୩-୨୪ ମଧ୍ୟରେ ଦେଶରେ ରିପୋର୍ଟ ହୋଇଥିବା ୨୮୨୯ ଟି ମାମଲା ମଧ୍ୟରୁ ଓଡ଼ିଶାରେ ୬୨୪ ଟି ମାମଲା ଘଟିଥିବା ମନ୍ତ୍ରଣାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି। ଝାରଖଣ୍ଡରେ ୪୭୪ ଓ ଆସାମରେ ୩୮୩ ମାମଲା ଘଟିଛି। ଛତିଶଗଡ଼ ଏବଂ ତାମିଲନାଡ଼ୁରେ ମଧ୍ୟ ଯଥାକ୍ରମେ ୩୦୩ ଏବଂ ୨୫୬ ମାମଲା ରିପୋର୍ଟ ହୋଇଛି।