ଖସୁଛି ସଂକ୍ରମଣ କୋହଳ ହେଉଛି କଟକଣା: ଜାଣନ୍ତୁ ରାଜ୍ଯରେ ଆଂଶିକ ଲକଡାଉନ ସମୟରେ କ’ଣ ରହିବ ଖୋଲା….

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ ଆଂଶିକ ଲକଡାଉନ ଅଗଷ୍ଟ ୧ ଯାଏ ଜାରି ରହିବ । ପୂର୍ବପରି କାଟେଗୋରୀ B’ରେ ନାଇଟ କର୍ଫ୍ଯୁ ଓ ସପ୍ତାହନ୍ତ ସଟଡାଉନ ଜାରି ରହିବ। ହେଲେ ଏହି ଆଂଶିକ ଲକଡାଉନ ସମୟରେ ରାଜ୍ଯସରକାର କଟକଣାକୁ ସାମାନ୍ଯ କୋହଳ କରିଛନ୍ତି। ଜୀବନ ଜୀବିକାକୁ ଗୁରୁତ୍ବ ଦେଇଛନ୍ତି।  ସମସ୍ତ କାମ କରୋନା କଟକଣା ଭିତରେ ଜାରି ରହିବ। ଏଥିରେ ବ୍ଯତିକ୍ରମ ହେଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସାମ୍ବାଦିକ […]

ଭୁବନେଶ୍ବର: ରାଜ୍ଯରେ ଆଂଶିକ ଲକଡାଉନ ଅଗଷ୍ଟ ୧ ଯାଏ ଜାରି ରହିବ । ପୂର୍ବପରି କାଟେଗୋରୀ B’ରେ ନାଇଟ କର୍ଫ୍ଯୁ ଓ ସପ୍ତାହନ୍ତ ସଟଡାଉନ ଜାରି ରହିବ। ହେଲେ ଏହି ଆଂଶିକ ଲକଡାଉନ ସମୟରେ ରାଜ୍ଯସରକାର କଟକଣାକୁ ସାମାନ୍ଯ କୋହଳ କରିଛନ୍ତି। ଜୀବନ ଜୀବିକାକୁ ଗୁରୁତ୍ବ ଦେଇଛନ୍ତି।  ସମସ୍ତ କାମ କରୋନା କଟକଣା ଭିତରେ ଜାରି ରହିବ। ଏଥିରେ ବ୍ଯତିକ୍ରମ ହେଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

-ରାଜ୍ଯରେ ସମସ୍ତ ଜିଲ୍ଲାରେ ବସ ଚଳାଚଳ ସେବା ଆରମ୍ଭ ହେବ ।  ଆନ୍ତରାଜ୍ଯ ଚଳାଚଳ ଉପରେ କଟକଣା ରହିଛି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

-ଟ୍ୟାକ୍ସି ଓ ଅଟୋ ବି ସବୁ ଜିଲ୍ଲାରେ ଚାଲିବ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

– କେବଳ ପୁରୀରେ ଜୁଲାଇ ୨୫ ପର୍ଯ୍ଯନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି।

-କାଟେଗୋରୀ A’ରେ ସକାଳ ୬ଟାରୁ ରାତି ୮ଟା ଯାଏଁ ଖୋଲିବ ଦୋକାନ ବଜାର ।

-କାଟେଗୋରୀ B’ରେ ସକାଳା ୬ଟାରୁ  ସନ୍ଧ୍ଯା ୫ଟା ଯାଏ ଖୋଲିବ ଦୋକାନ ବଜାର ।

-ସମସ୍ତ କାଟେଗୋରୀରେ ଖୋଲିବ ଜିମ୍, ବିୟୁଟିପାର୍ଲର, ସ୍ପା ଓ ସେଲୁନ

-ଆଉଟଡୋର ଓ ଇନଡୋର ସୁଟିଂକୁ  ଅନୁମତି ମିଳିଛି ।

-ରେଷ୍ଟୁରାଣ୍ଟ ଉଠା ଦୋକାନୀ କେବଳ ପାର୍ସଲ ଦେବେ ।

-ପୂର୍ବଭଳି ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ପୂର୍ବରୁ ଜାରି ହୋଇଥିବା କଟକଣା ମଧ୍ୟ ବଳବତ୍ତର ରହିବ। ବିବାହ ପାଇଁ ୨୫ ଲୋକଙ୍କୁ, ବ୍ରତ ଓ ଅନ୍ତ୍ୟେଷ୍ଟି ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ । ଏହିସବୁ କାର୍ଯ୍ଯକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ ।

– ପୂର୍ବପରି ପାର୍କ, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା କିନ୍ତୁ ବନ୍ଦ ରହିବ । ସ୍କୁଲ କଲେଜ୍ ମଧ୍ଯ ବନ୍ଦ ରହିବ ।

 

https://www.thesakala.in/august-1-there-will-be-a-partial-lockdown-in-all-districts-of-the-state/

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର