ରାଜଧାନୀର ଗଳିଗଳିରେ ନକଲି ପସରା : ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ସବୁ ନକଲି ହୋଇ ବିକ୍ରି

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରୁ ଅସଲ ବ୍ରାଣ୍ଡ୍‍ ନାଁରେ ନକଲି ଏଲ୍‍ଇଡି ବିକ୍ରି ଘଟଣା ପଦାକୁ ଆସିଛି। ଘଟଣାରେ ସମ୍ପୃକ୍ତି ରହିଥିବା ୪ ଶୋ’ରୁମ୍‍ ମାଲିକଙ୍କୁ ପୁଲିସ ଗିରଫ କରିଛି। ଏଥିସହିତ ଉକ୍ତ ଶୋ’ ରୁମ୍‍ ରେ ଯାଇ ତନ୍ନତନ୍ନ ଯାଞ୍ଚ କରିଛି। ଖାଲି ଟିଭି ନାଁ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନକଲି ରହିଛି ତାକୁ ଘଣ୍ଟା ଘଣ୍ଟା ଯାଞ୍ଚ କରାଯାଇଥିଲା। ଅପରପକ୍ଷେ ରାଜଧାନୀର ଗଳିକନ୍ଦିରେ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ନକଲି ହୋଇ […]

ଭୁବନେଶ୍ୱର : ରାଜଧାନୀରୁ ଅସଲ ବ୍ରାଣ୍ଡ୍‍ ନାଁରେ ନକଲି ଏଲ୍‍ଇଡି ବିକ୍ରି ଘଟଣା ପଦାକୁ ଆସିଛି। ଘଟଣାରେ ସମ୍ପୃକ୍ତି ରହିଥିବା ୪ ଶୋ’ରୁମ୍‍ ମାଲିକଙ୍କୁ ପୁଲିସ ଗିରଫ କରିଛି। ଏଥିସହିତ ଉକ୍ତ ଶୋ’ ରୁମ୍‍ ରେ ଯାଇ ତନ୍ନତନ୍ନ ଯାଞ୍ଚ କରିଛି। ଖାଲି ଟିଭି ନାଁ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନକଲି ରହିଛି ତାକୁ ଘଣ୍ଟା ଘଣ୍ଟା ଯାଞ୍ଚ କରାଯାଇଥିଲା। ଅପରପକ୍ଷେ ରାଜଧାନୀର ଗଳିକନ୍ଦିରେ ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ନକଲି ହୋଇ ବିକ୍ରି କରାଯାଉଛି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

  • ଘିଅ; ଆଚାର ଓ ସାନିଟାଇଜର

ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା କୈବଲ୍ୟ ନଗର ଏକ ନକଲି ଘିଅ କାରଖାନା ଠାକ କରାଯାଇଥିଲା। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିବା ସହ ବିପୁଳ ପରିମାଣର ଘିଅ ଜବତ କରାଯାଇଥିଲା। ସେହିପରି ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ନକଲି ଘିଅ କାରଖାନାରେ ଚଢ଼ଉ କରି ଘିଅ ଜବତ କରାଯାଇଥିଲା। ସେ ଲକ୍ଷ୍ମୀସାଗର ହେଉ କି ବଡ଼ଗଡ଼ ସବୁଠି ନକଲି ଘିଅ ପ୍ରସ୍ତୁତ ହୋଇଥିଲା। ଏଭଳି ଦୁଇ ବର୍ଷରେ ୫ରୁ ଊର୍ଦ୍ଧ୍ବ କାରଖାନା ଠାବ କରିଛି କମିସନରେଟ ପୁଲିସ। ସେପଟେ ପାହାଳ ପାଣ୍ଡି ଅଞ୍ଚଳରୁ ଏକ ନକଲି ଆଚାର କାରଖାନା ଠାବ କରିଥିଲା ସ୍ପେଶାଲ ସ୍କ୍ୱାଡ ଓ ଫାଣ୍ଡି ପୁଲିସ। ଉକ୍ତ କାରଖାନାରୁ କୁଇଣ୍ଟାଲ କୁଇଣ୍ଟାଲ ପୋକ ସାଲୁବାଲୁ ଆଚାର ଜବତ କରାଯାଇଥିଲା। ସେହିପରି କରୋନା ଲାଗି ସାନିଟାଇଜର ଚାହିଦା ବଢ଼଼ିଥିଲା। ତେଣୁ ଲକ୍ଷ୍ମୀସାଗର ଅଞ୍ଚଳରୁ ଏକ ସାନିଟାଇଜର କାରଖାନା ଠାବ କରିଥିଲା ସ୍ପେଶାଲ ସ୍କ୍ୱାଡ। ଏଥିସହିତ ବିପୁଳ ସାନିଟାଇଜର ଜବତ କରିବା ସହ ମାଲିକକୁ ଗିରଫ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

  • ଖାଇବା ତେଲ, ପନିର

ଦ୍ୱୈତନଗରୀରେ ଖାଇବା ତେଲ ମଧ୍ୟ ନକଲି ମିଳୁଥିଲା। କଟକର ବିଭିନ୍ନ ଥାନା ଅଞ୍ଚଳରେ ଥିବା କାରଖାନାରେ ଚଢ଼ଉ କରି ବିଭିନ୍ନ ବ୍ରାଣ୍ଡ୍‍ ନାଁରେ ତେଲ କରି ବିକ୍ରି କରାଯାଉଥିବା ବିଷଯୁକ୍ତ ତେଲ ଜବତ କରାଯାଇଥିଲା। ସେହିପରି ବାଦାମବାଡି ଥାନା ଅଞ୍ଚଳରୁ କୁଇଣ୍ଟାଲ କୁଇଣ୍ଟାଲ ସିନ୍ଥେଟିକ ପନିର ଜବତ କରାଯାଇଥିଲା। ଏହାକୁ ଦେଖି ପୁଲିସର ହୋସ୍‍ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

  • ଲଙ୍କା, ହଳଦୀ ଗୁଣ୍ଡ ଓ ଚା’ ପତି

ଅସଲ ବ୍ରାଣ୍ଡ୍‍; ନକଲି ଖାଦ୍ୟ। ଏହିମର୍ମରେ ଭୁବନେଶ୍ୱର ସମେତ କଟକରୁ ମଧ୍ୟ ନକଲି ଲଙ୍କା, ହଳଦୀ ଓ ଚା’ ପତି କାରଖାନା ଠାବ କରାଯାଇଥିଲା। ଏଥିରୁ ଲକ୍ଷ ଲକ୍ଷ ପାକେଟ୍‍କୁ ଠାବ କରାଯାଇଥିଲା। ଏଥିରେ କାଠଗୁଣ୍ଡ, ଭଣ୍ଡା ଓ ଚାକୁଣ୍ଡା ପତ୍ରକୁ ମିଶାଇ ଚା’ ପତି ପ୍ରସ୍ତୁତ କରିଥିଲେ।

  • ମୋବିଲ, ସିମେଣ୍ଟ୍‍ ଓ ଗୁଟ୍‍ଖା

ରାଜଧାନୀର ବିଭିନ୍ନ ଗ୍ୟାରେଜକୁ ପୋଡା ମୋବିଲକୁ ସଂଗ୍ରହ କରି ସେଥିରେ କେମିକାଲ ମିଶାଉଥିଲେ। ଏହାପରେ ସେଗୁଡିକୁ ବିଭିନ୍ନ ବ୍ରାଣ୍ଡ୍‍ର ବୋତଲରେ ପୂରାଇ ଚାଲାଣ କରୁଥିଲେ। ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଏଭଳି କାରଖାନା ଠାବ କରାଯାଇଥିଲା। ସେଥିରୁ ବିପୁଳ ପରିମାଣର ମୋବିଲ ଜବତ କରାଯାଇଥିଲା। ଏଥିସହିତ ମୋବିଲ ମଧ୍ୟ ଖାଇବା ତେଲ ପ୍ରସ୍ତୁତ ହେଉଥିଲା। ସେହିପରି ନକଲି ସିମେଣ୍ଟ କାରଖାନା ମଧ୍ୟ ଠାବ ହୋଇଥିଲା। ନାମୀଦାମୀ ବ୍ରାଣ୍ଡ୍‍ର ସିମେଣ୍ଟ ଅଖାରେ ଭର୍ତ୍ତି କରାଯାଇ ଚାଲଣ କରାଯାଉଥିଲା। ସହରର ଏକାଧିକ ସ୍ଥାନରୁ ନକଲି ଗୁଟ୍‍ଖା ଫ୍ୟାକ୍ଟ୍ରି ମଧ୍ୟ କରାଯାଇଥିଲା। ଏଥିରେ ବସ୍ତା ବସ୍ତା ଗୁଟ୍‍ଖା ଜବତ ହୋଇଛି।

  • ମୃଦୁପାନୀୟ ଓ ପିଇବା ପାଣି

ମଞ୍ଚେଶ୍ୱର ଶିଳ୍ପାଅଞ୍ଚଳରୁ ଗତବର୍ଷ ନକଲି ମୃଦୁପାନୀୟ ଜଳ କାରଖାନା ଠାବ କରିଥିଲା ସ୍ପେଶାଲ ସ୍କ୍ୱାଡ। ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‍ର ଲୋଗୋ ସମାନ କରି ନାଁ ଅଲଗା କରି ବଜାରକୁ ଛାଡୁଥିଲା। ଏହା ମୃଦୁପାନୀୟ ନୁହେଁ ତ ବିଷ ଥିଲା। ପେଟିପେଟି ମୃଦୁପାନୀୟ ବୋତଲ ଜବତ କରିଥିଲା। ସେହିପରି ପାଣି ମଧ୍ୟ ନକଲି ପ୍ରସ୍ତୁତ କରୁଥିଲେ। ବିଭିନ୍ନ ସ୍ଥାନରୁ ବୋତଲ ସଂଗ୍ରହ କରି ବ୍ରାଣ୍ଡ୍‍ନାଁରେ ପାଣି ଭର୍ତ୍ତି କରି ରାଜଧାନୀ ସମେତ ପାହାଡିଆ ଅଞ୍ଚଳରେ ବିକ୍ରି କରୁଥିଲେ।

  • ସସ୍‍, ସାବୁନ ଗୁଣ୍ଡ, ଧୂପକାଠି

ରାଜଧାନୀରୁ ପ୍ରତିବର୍ଷ ନକଲି ସସ୍‍ କାରଖାନା ଠାବ କରାଯାଉଛି। ବିଭିନ୍ନ ବ୍ରାଣ୍ଡ୍‍ ନାଁରେ ଏହା ବଜାରରେ ମିଳୁଛି। କିନ୍ତୁ ସେଗୁଡିକୁ ଖାଇବା ପରେ ଏକାଧିକ ରୋଗ ହୋଇଛି। ଲକ୍ଷ୍ମୀସାଗର, ମଞ୍ଚେଶ୍ୱର, ଖଣ୍ଡଗିରି ଆଦି ଥାନା ଅଞ୍ଚଳରୁ ନକଲି ସସ୍‍ ଗୋଦାମ ଠାବ କରାଯାଇଛି। ସାବୁନଗୁଣ୍ଡ ବି ନକଲି ବଜାରରେ ମିଳୁଛି। ଅଧିକ କେମିକାଲ ମିଶାଇ ନାମୀଦାମୀ ବ୍ରାଣ୍ଡ୍‍ର ଲୋଗୋକୁ କପି କରି ବଜାରେ ବିକ୍ରି କରାଯାଉଥିଲା। ଏହାକୁ ମଧ୍ୟ କମିସନରେଟ ପୁଲିସ ଠାବ କରିଛି। ଅନ୍ୟପଟେ ଠାକୁରଙ୍କ ପାଖେ ଜଳାଯାଉଥିବା ଧୂପକାଠି ବି ନକଲି। ବିଭିନ୍ନ ବ୍ରାଣ୍ଡ୍‍କୁ ନକଲି କରି ଧୂପକାଠି ବିକ୍ରି କରଯାଉଛି। ବଡ଼ଗଡ଼ ଥାନା ଅଞ୍ଚଳରୁ ଏକ କାରଖାନା ଠାବ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର