ଆସୁଛି ମୌସୁମୀ; ରାଜଧାନୀରେ ଅସଜଡ଼ା ଡ୍ରେନ୍‍

The Sakala Picture
Published On

ଦିନ କେଇଟା ପରେ ଓଡ଼ିଶା ଛୁଇଁବ ମୌସୁମୀ। ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଛି। ହେଲେ ମୌସୁମୀ ଆସିବା ପୂର୍ବରୁ ରାଜଧାନୀବାସୀଙ୍କ ଛାତିରେ ଛନକା ପଶିଛି। କାରଣ ସାରା ସହରରେ ଡ୍ରେନେଜ୍‍ ବ୍ୟବସ୍ଥା ବିଗିଡ଼ି ପଡ଼ିଥିବା ବେଳେ ଚଳିତ ବର୍ଷ ସ୍ଥିତି ସଙ୍ଗିନ ହେବାର ଆଶଙ୍କା ରହିଛି। ଦୀର୍ଘଦିନ ଧରି ଜଳବନ୍ଦୀ ସମସ୍ୟା ଭୋଗୁଥିବା ଅଞ୍ଚଳବାସୀ ଏ ବର୍ଷ ବି ସମାନ ସ୍ଥିତିର ସମ୍ମୁଖୀନ ହେବାର ଆଶଙ୍କା ରହିଛି। କରୋନା […]

ଦିନ କେଇଟା ପରେ ଓଡ଼ିଶା ଛୁଇଁବ ମୌସୁମୀ। ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ ସଂସ୍ଥା ପୂର୍ବାନୁମାନ କରିଛି। ହେଲେ ମୌସୁମୀ ଆସିବା ପୂର୍ବରୁ ରାଜଧାନୀବାସୀଙ୍କ ଛାତିରେ ଛନକା ପଶିଛି। କାରଣ ସାରା ସହରରେ ଡ୍ରେନେଜ୍‍ ବ୍ୟବସ୍ଥା ବିଗିଡ଼ି ପଡ଼ିଥିବା ବେଳେ ଚଳିତ ବର୍ଷ ସ୍ଥିତି ସଙ୍ଗିନ ହେବାର ଆଶଙ୍କା ରହିଛି। ଦୀର୍ଘଦିନ ଧରି ଜଳବନ୍ଦୀ ସମସ୍ୟା ଭୋଗୁଥିବା ଅଞ୍ଚଳବାସୀ ଏ ବର୍ଷ ବି ସମାନ ସ୍ଥିତିର ସମ୍ମୁଖୀନ ହେବାର ଆଶଙ୍କା ରହିଛି। କରୋନା ଯୋଗୁଁ ସବୁ ବନ୍ଦ ହୋଇ ପଡ଼ିବାରୁ ଡ୍ରେନେଜ୍‍ କାମ ସର୍ବାଧିକ ପ୍ରଭାବିତ ହୋଇଛି। ଏହାର ଫଳ ଆସନ୍ତା ମୌସୁମୀ ସମୟରେ ରାଜଧାନୀବାସୀ ଭୋଗିବାର ଅଧିକାଂଶ ଆଶଙ୍କା ରହିଛି। ଅନ୍ୟପଟେ ଆଗାମୀ ସ୍ଥିତିକୁ ଦେଖି ବାହାଘର ବେଳେ ବିଏମ୍‍ସି ତରବରିଆ ଭାବେ କାର୍ଯ୍ୟ ଆରମ୍ଭ କରିଛି। ବିଭାଗ ପକ୍ଷରୁ କିଛି ସମ୍ବେଦନଶୀଳ ଅଞ୍ଚଳରେ ଡ୍ରେନ୍‍ ସଫା କରାଯାଉଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଅନ୍ୟପଟେ ମୌସୁମୀ ମୁଣ୍ଡଉପରେ ଥିବାବେଳେ ପ୍ରମୁଖ ନାଳ ସଫା ନ ହେବା, ନିର୍ମାଣାଧୀନ ଡ୍ରେନ୍‍ ଅଧାପନ୍ତରିଆ ହୋଇ ପଡ଼ିରହିବା ସହିତ ଡ୍ରେନଗୁଡିକରୁ ପଙ୍କ ଉଦ୍ଧାର ଶେଷ ନ ହେବା ଲୋକଙ୍କ ସମସ୍ୟାକୁ ଆହୁରି ବଢ଼଼ାଇବ ବୋଲି ଜଣାପଡ଼ିଛି। ପ୍ରତିବର୍ଷ ରାଜଧାନୀର ପ୍ରମୁଖ ଜଳବନ୍ଦୀ ଅଞ୍ଚଳ ଯଥା ନୂଆପଲ୍ଲୀ ବେହେରାସାହି, ଭୋଇସାହି, ଖଣ୍ଡଗିରି ବାରି, ମେ’ ଫେୟାର ନିକଟସ୍ଥ ଅଞ୍ଚଳ, ଲକ୍ଷ୍ମୀ ସାଗର, ଝାରପଡ଼ା ଶାନ୍ତିନଗର, ମଲ୍ଲିକ କମ୍ପେ୍ଲ୍ଲକ୍ସ, ଗୌରୀ ଗାର୍ଡେନ, ପାଇକ ନଗର ଆଦିକୁ ମିଶାଇ ବିଏମ୍‍ସି ରାଜଧାନୀରେ ମୋଟ୍‍ ୩୭ଟି ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରିଥିଲା। ଗତବର୍ଷ ଏହି ଅଞ୍ଚଳ ମଧ୍ୟରୁ କିଛି ଅଞ୍ଚଳରେ ଯଦିଓ ଜଳବନ୍ଦୀ ସମସ୍ୟା ନ ଥିଲା କିନ୍ତୁ ସଠିକ ବ୍ୟବସ୍ଥା ଆପଣାଯାଇଥିଲା। ୨୦୧୯ ମସିହା ଜଳବନ୍ଦୀ ସମସ୍ୟାକୁ ଦେଖି ୨୦୨୦ ମୌସୁମୀ ଆସିବା ପୂର୍ବରୁ ସମସ୍ତ ପ୍ରକାର ପ୍ରତିକାର ବ୍ୟବସ୍ଥା ହୋଇଥିଲା। ଅନ୍ୟପଟେ ଇସ୍କନ ମନ୍ଦିର ସାମନାରେ ହେଉଥିବା ଜଳବନ୍ଦୀ ସମସ୍ୟାକୁ ଦୂର କରିବା ପାଇଁ ୩ ଟି ଡ୍ରେନ୍‍ ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ଏଥିରେ ଗୋଟିଏ ଡ୍ରେନ୍‍ ସରିଥିବା ବେଳେ ବାକି ଗୋଟିଏ ଡ୍ରେନ୍‍ର ଅଳ୍ପ କିଛି କାମ ବାକି ରହିଛି। କିନ୍ତୁ କ୍ରିଷ୍ଣା ଟାୱାର ପଛପଟରେ ନିର୍ମାଣ ହେଉଥିବା ଡ୍ରେନ୍‍ ସରିବାରେ ନାଁ ଧରୁନି। ପ୍ରାୟ ୨୦୦ ଫୁଟ୍‍ ଡ୍ରେନ୍‍ କାମ ବାକି ରହିଥିବା ବେଳେ ସ୍ଥାନୀୟ ଲୋକେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଡ଼କଥା ହେଉଛି ଯେ କାମ ଶୀଘ୍ର ସରିବ ବୋଲି ୩ ଜଣ ଠିକାଦାରଙ୍କୁ ୩ ଟି କାମ ଦିଆଯାଇଥିଲା। ମାତ୍ର ଜଣେ ଠିକାଦାରଙ୍କ ପାଇଁ ଲୋକେ ହଇରାଣ ହେବାର ଆଶଙ୍କା ରହିଛି। ଅନ୍ୟପଟେ ସ୍ଥାନୀୟ ବିଧାୟକଙ୍କୁ ଏ ସମ୍ପର୍କରେ ଲୋକମାନେ ଜଣାଇଥିବା ବେଳେ ସେ ମଧ୍ୟ ସମ୍ପୃକ୍ତ ଠିକାଦାରଙ୍କୁ ତାଗିଦା କରିଥିବା ଜଣାପଡ଼ିଛି। ହେଲେ କାମ କେବେ ସରିବ ତାକୁ ନେଇ ଏବେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱରର ମୋଟ୍‍ ୬୭ଟି ୱାର୍ଡରୁ ୧୦ଟି ମୁଖ୍ୟ ଡ୍ରେନ୍‍ ବାହାରିଛି। ଉକ୍ତ ଡ୍ରେନ୍‍ଗୁଡ଼ିକ ସହିତ ଛୋଟ ଛୋଟ ଆଭ୍ୟନ୍ତରୀଣ ଡ୍ରେନ୍‍ ସଂଯୋଗ କରିଛି। ମୁଖ୍ୟ ଡ୍ରେନ୍‍ଗୁଡିକ ଯାଇ ଗଙ୍ଗୁଆରେ ପଡ଼ିଥିବା ବେଳେ ସେଠାରୁ ଦୟା ନଦୀରେ ମିଶୁଛି। ତେବେ ରାଜଧାନୀରେ ଏହି ମୁଖ୍ୟ ଡ୍ରେନ୍‍ର ଲମ୍ବ ପ୍ରାୟ ୬୦ କିମି ହୋଇଥିବାବେଳେ ୫୬୦ କିମି ଆଭ୍ୟନ୍ତରୀଣ ଡ୍ରେନ୍‍ ରହିଛି। ସେହିପରି ଏଥିରେ ଇଡ୍‍କୋ, ପୂର୍ତ୍ତ ବିଭାଗ ଓ ଏନ୍‍ଏ୍‍ଚଏଆଇର ବି ଡ୍ରେନ୍‍ ରହିଛି। ମାତ୍ର ବିଭାଗ ବିଭାଗ ମଧ୍ୟରେ ତାଳମେଳର ଅଭାବ ହେତୁ କୌଣସି ଥର ସବୁ ଡ୍ରେନ୍‍ ସଫା ହୋଇ ପାରୁନାହିଁ। ଫଳରେ ବର୍ଷା ହେଲେ ଡ୍ରେନ୍‍ରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ରାସ୍ତାରେ ପାଣି ଲହଡ଼ି ଖେଳୁଛି ଓ ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶୁଛି। ପ୍ରତିବର୍ଷ ବର୍ଷାଦିନେ ଇସ୍କନ ମନ୍ଦିର ଆଗରେ ବର୍ଷାଜଳରେ ଗାଡ଼ିମୋଟର ଭାସୁଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଏ ନେଇ ଡ୍ରେନେଜ ବିଭାଗୀୟ ମୁଖ୍ୟ ଇଞ୍ଜିନିୟର ଗୌତମ ଦାସ କହିଛନ୍ତି, ମୌସୁମୀ ପୂର୍ବରୁ କାମ ସାରିବାକୁ ବିଏମ୍‍ସି ପକ୍ଷରୁ ସବୁ ଚେଷ୍ଟା କରାଯାଇଛି। ଏବେ ମଧ୍ୟ କିଛି କାର୍ଯ୍ୟ ଜାରି ରହିଛି। ସେହିପରି ଡ୍ରେନ୍‍ଗୁଡିକର ସଫେଇ ଚାଲିଛି, ଏହା ବ୍ୟତୀତ ସମ୍ବେଦନଶୀଳ ଅଞ୍ଚଳଗୁଡିକ ପାଇଁ ପମ୍ପସେଟର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି। ଅନ୍ୟପଟେ ଚଳିତ ବର୍ଷ କୋଭିଡ୍‍ ଯୋଗୁଁ ବହୁ ସମସ୍ୟା ହୋଇଛି। ଇଞ୍ଜିନିୟର, ଠିକାଦାରମାନେ କୋଭିଡ୍‍ରେ ଆକ୍ରାନ୍ତ ହେବାର କାମ ପ୍ରଭାବିତ ହୋଇଛି। ଏହା ସତ୍ତ୍ବେ ବି କାମ ଜାରି ରହିଛି ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର