ଜି. ଉଦୟଗିରି: ବିଧାୟକଙ୍କ ପକ୍ଷରୁ ଗରିବ, ଅସହାୟ ଓ ବିଧବା ମାଆ ମାନଙ୍କୁ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ

The Sakala Picture
Published On

ଦାରିଙ୍ଗବାଡି: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମହାମାରୀ କରୋନା ପ୍ରକୋପରୁ ଜନସାଧାରଣଙ୍କୁ ରକ୍ଷା କରିବା, ସଚେତନ କରିବା ଓ ବିଧବା ଅସହାୟ ମାଆ ମାନଙ୍କୁ ସାହାଯ୍ୟ ସହଯୋଗ ଲକ୍ଷ୍ୟରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଶନିବାର ଦିନ ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ଶ୍ରାନିକେତା ଗ୍ରାମ ପଂଚାୟତର ଟକରମାଲା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଲୁଗା ଓ ଶୁଖିଲା ଖାଦ୍ୟ ତଥା ଚାଉଳ, ଡାଲି, ଆଳୁ, ପିଆଜ , ବିସ୍କୁଟ, ଏଥି ସହିତ ମାସ୍କ ଓ ସାନିଟାଇଜର୍ ବଣ୍ଟନ […]

ଦାରିଙ୍ଗବାଡି: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମହାମାରୀ କରୋନା ପ୍ରକୋପରୁ ଜନସାଧାରଣଙ୍କୁ ରକ୍ଷା କରିବା, ସଚେତନ କରିବା ଓ ବିଧବା ଅସହାୟ ମାଆ ମାନଙ୍କୁ ସାହାଯ୍ୟ ସହଯୋଗ ଲକ୍ଷ୍ୟରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଶନିବାର ଦିନ ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ଶ୍ରାନିକେତା ଗ୍ରାମ ପଂଚାୟତର ଟକରମାଲା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଲୁଗା ଓ ଶୁଖିଲା ଖାଦ୍ୟ ତଥା ଚାଉଳ, ଡାଲି, ଆଳୁ, ପିଆଜ , ବିସ୍କୁଟ, ଏଥି ସହିତ ମାସ୍କ ଓ ସାନିଟାଇଜର୍ ବଣ୍ଟନ କରିଥିଲେ। ମାସ୍କର ବ୍ୟବହାର  ଓ ଅତି ଆବଶ୍ୟକ ନ ଥିଲେ ଘରୁ ବାହାରକୁ ନ ଯିବାକୁ କହିଥିଲେ। ସାମାଜିକ ଦୂରତ୍ବ ଓ କୋଭିଡ୍ ନିୟମ ମାନି ଚଳିବାକୁ ପରାମର୍ଶ ଦେଇଥିଲେ। ପ୍ରାୟ ୧୫୦ରୁ ଉର୍ଦ୍ଧ ମାଆ ମାନଙ୍କୁ ଗୋଟିଏ ଗୋଟିଏ ପ୍ୟାକେଟ କରି  ଦିଆଯାଇଥିଲା। ଏଭଳି ସଚେତନ ଓ ବଣ୍ଟନ କାର୍ଯ୍ୟକ୍ରମ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ବ୍ଲକର ଲୋକଙ୍କୁ ସୁବିଧା ଯୋଗାଇ ଦିଆଯାଉ ଥିବା ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପ୍ରଧାନଙ୍କ ସହିତ ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ , ବିଜୁ ଯୁବ ବ୍ଲକ ସଭାପତି ରଞ୍ଜନ ପ୍ରଧାନ, ପୂର୍ବତନ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ପୂର୍ବତନ ସରପଞ୍ଚ ଗଙ୍ଗାଧର ପ୍ରଧାନ, ସନ୍ତୋଷ ବିଶୋଇ , ବାବୁଲା ମୁଖି, ସୁଧୀର ସାହୁଙ୍କ ସମେତ ବହୁ ବିଜେଡ଼ି କର୍ମୀ ଯୋଗ ଦେଇ ସମସ୍ତ ସହଯୋଗ କରିଥିଲେ । କରୋନା ମହାମାରୀ ସମୟରେ ମାନ୍ୟବର ବିଧାୟକଙ୍କ ଏଭଳି ଜନହିତକର କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଦର୍ଶକଙ୍କ ପାଇଁ ଖୋଲିଲା ନୂଆ ରୂପର 'କଳିଙ୍ଗ ଷ୍ଟୁଡିଓ': ସ୍ନୋ ପାର୍କ ସହ ନେବେ ଭୂତ ବଙ୍ଗଳାର ମଜା, ଜାଣନ୍ତୁ ଟିକେଟ୍ ଦର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର